Anuja Behera

Abstract Others

3  

Anuja Behera

Abstract Others

ସୃତି

ସୃତି

4 mins
148



       ବର୍ତ୍ତମାନ ରେ ରହି ଅତୀତର ସୃତିରେ ଆସରେ ଭାବ ବିହ୍ୱଳ ହୋଇ , ଆଖିରେ ଆଖିଏ ଲୁହ କୁ ନେଇ ମୁଁ ଭାବୁଥିଲି , ମୋ ଜୀବନ ଗୋଟେ ମଲାଟ ନଥିବା ଖୋଲା ବହି , ଜୀବନର ମାନେ ଜନ୍ତ୍ରଣା ପ୍ରେମର ମାନେ ପ୍ରତାରଣା ସେଇଠି ଜୀବନ କ'ଣ , ସେ ତ ତାର ମନ ଇଲାକାରେ ପ୍ରଥମ ପ୍ରେମର ସୃତିକୁ ସାଇତି ରଖି ବସିଛି । ଏତେ ନିଃସ୍ଵାର୍ଥପର ଭଲପାଇବା ସତ୍ବେ ମୋ ମନରେ ଏତେ ଦୁଃଖ କାହିଁକି ? ମୁଁ କଳ୍ପନା କରିପାରୁନି । ଏହା କ'ଣ ମୋର ଦୁର୍ଭାଗ୍ୟ ନା ମୋ ଅମାପ ଭଲପାଇବା ର କିଛି ଭୁଲ ବୁଝାମଣା । ସତରେ ତୁମକୁ ଭଲପାଇବା ର ଫଳସ୍ବରୁପ ବୋଧ ହୁଏ । 

         ସେଇଥିପାଇଁ ତ ଆଜି ମୋତେ ପ୍ରେମ ଆଉ ଭଲପାଇବାର ଜନ୍ତ୍ରଣା ରେ ହନ୍ତସନ୍ତ ହେବାକୁ ପଡୁଛି । ଆଜି ହୁଏତ ତମେ ଆନନ୍ଦ ରେ ଥିବ , ଗୋଟେ ବିନଦାସ ବିଳାସମୟ ଜୀବନ ଉପଭୋଗ କରୁଥିବ । କିନ୍ତୁ ଦିନ ଥିଲା ତୁମର ସେ ଉଦାସି ଆଖିରେ ମୁଁ ମୋ ଆଗାମୀ ଭବିଷ୍ୟତ ର ପ୍ରତିବିମ୍ବ ଲକ୍ଷ କରୁଥିଲି ଆଉ ଗଢିଥିଲି ଭବିଷ୍ୟ ଆଶାର ସେଇ କାଚର ତାଜମହଲ , ସେଇ ତାଜମହଲ ଗଢିବାରେ ତମେ ମୋତେ ସାହାଯ୍ୟ କରୁଥିଲ । ହେଲେ ଆଜି ଆଉ ସେଇ ତାଜମହଲ ନାହିଁ । ଭାଙ୍ଗି ଚୁରମାର ହୋଇଯାଇଛି । ଭାଙ୍ଗି ଯାଇଛି ଆମ ଭଲପାଇବା ର କାଚଘର । ଆଉ ସେଇ କାଚ ଖଣ୍ଡ ର ଆଘାତରେ କ୍ଷତ ବିକ୍ଷତ ମୋ ହୃଦୟ । ଏତେ ଜନ୍ତ୍ରଣା ପରେ ବି ତମ ସୃତି ମୋତେ ବଞ୍ଚିବାର ଭରସା ଓ ନୂତନ ପ୍ରେରଣା ଦେଇଛି । କେବେ ବି ମୁଁ ଭାବିନଥିଲି ତୁମେ ମୋତେ ଛାଡି ଆଉ କାହାର ହୋଇଯିବ ବୋଲି । ହଉ ଛାଡ଼ ସେ କଥା.....


         ଭାବଗ୍ରାହୀ ଭଗବାନଙ୍କ ଇଛାର ବିରୋଧ କରିବାକୁ ମୁଁ ବା କିଏ ? ପରନ୍ତୁ ଏଇ ଭଲପାଇବାର ଟିକିଏ ଆଶା ଖାଲି ମୋ ମନ ଭିତରେ ପ୍ରଶ୍ନ ହୋଇ ରହିଯାଇଛି । ହଁ ଅବଶ୍ୟ ମୁଁ ଯେତେ ଚାହିଁଲେ ବି ରହିପାରୁ ନାହିଁ ତୁମ ସୃତିରେ । ତୁମେ ସିନା ମତେ ଘୃଣା କର କିନ୍ତୁ ମୁଁ ତଥାପି କଥା ଦଉଛି ତୁମେ ନିଶ୍ଚିତ ମମତାଜ ହୋଇ ରହିଥିବ ମୋ ହୃଦୟର ତାଜମହଲ ଭିତରେ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ । ନିଃସଙ୍ଗ ଏଇ ଜୀବନଟା ତଥାପି ଭଲ ଲାଗୁଛି ତୁମକୁ ମନେପକାଇଲେ । ତୁମ ସୃତିକୁ ପାଥଜୟ କରି ଜୀବନରେ ସୃତିର ପାହାଚ ଅତିକ୍ରମ କରି ମଧ୍ୟ ମୁଁ ଆଜି କ୍ଳାନ୍ତ ନୁହେଁ । ନିଃସଙ୍ଗ ର ସାଥି ତୁମର ସେଇ ସୃତି , 

କାହିଁକି କେଜାଣି ଏ ଜ୍ୟୋସ୍ନା ବିଞ୍ଛିତ ରଜନୀରେ ବାରମ୍ବାର ମନେ ପଡୁଛି । ଏହିପରି ଶଶାଙ୍କ ସଜେଇ ସଂଜିତ ପରିତୃପ୍ତିର ପରିବେଶରେ ଗଢିଉଠିଥିଲା ଆମ ସମ୍ପର୍କର ନିଢଟିଏ । ହେଲେ ସମୟର ତାଡ଼ନାରେ ଏମିତି ମୁଁ ନିଃସହାୟ ହୋଇ ପଥବିହିନ ହୋଇଯିବି । କେବେବି ବିଶ୍ବାସ କରିନଥିଲି । ତୁମେ ତ ଜାଣିଥିବ ରାତିଟା ଯେତେ ଲମ୍ବା ହେଲେ ବି ସବୁ ରାତିର ସକାଳ ନିଶ୍ଚିତ ଅଛି । ସେହିପରି ପ୍ରତ୍ୟେକ କାର୍ଯ୍ୟର ସୀମା ଅଛି । ହେଲେ ତମେ ସେ ସୀମା ଉଲଂଘନ କରିବା ପୂର୍ବରୁ ଥରୁଟିଏ ମାତ୍ର ସେହି ପରିସୀମା ଭିତରେ ନିଜ ହୃଦୟର ଇଲାକା ମଧ୍ୟରେ ବୁଲିଦେଖ , ସମାଧାନ ର ପରିପ୍ରେକ୍ଷୀରେ ପାଦ ଦେଇ ଆଉ ଥରେ ଭାବି ଦେଖ । ସତରେ ତମେ ଯାହା କରୁଛ ତାହା କ'ଣ ଠିକ୍ । ସାମାନ୍ୟ ହୃଦୟର କେଇ ପଦ ଭାଷା ତୁମକୁ ଏତେ କଷ୍ଟ ଦେଲା ଯେ ଶେଷରେ ମତେ ଭୁଲିଯିବାର ବଡ଼ ନିଷ୍ପତ୍ତି ଟେ ବାଛିନେଲ ।


                    ଏ ନୀରିହ ଜୀବନଟାକୁ ଏ ଅବିଶ୍ବାସ ଦୁନିଆରେ କେହି ବିଶ୍ବାସ ନକଲେ ମଧ୍ୟ ତୁମେ ପରା ବିଶ୍ବାସ କରୁଥିଲେ । ଆଉ ତମର ସେ ଅମାପ ଭଲପାଇବା ଓ ଦୃଢ ବିଶ୍ବାସ ବଦଳରେ ମୁଁ ବି ତୁମ ଉପରେ ସମ୍ପୁର୍ଣ୍ଣ ବିଶ୍ବାସ ରଖିଥିଲି । ହେଲେ ତୁମେ ମୋ ବିଶ୍ବାସ ରେ ବିଷ ମିଶାଇ ଦେଲ ।

ଏବଂ ମୋ ସ୍ବପ୍ନର ସୁନ୍ଦର ବାଲିଘରଟିକୁ ଭାଙ୍ଗି ଦେଲ । ଶେଷରେ ତୁମେ ମୋତେ ନିଜ ଠାରୁ ଭୁଲେଇ ଦେଲ । କେମିତି ବା ଭୁଲିବନି । ଦୁର ଦିଗବଳୟରୁ ଛୁଟି ଆସିଥିବା ସାମାନ୍ୟ କାଗଜଟିଏ କ'ଣ ତୁମକୁ ସାନ୍ତ୍ଵନା ଦେଇପାରିବ ? ନା ଗଢିଉଠିଥିବା ଅତୀତର ଖୁସି ମେଣ୍ଟାଇ ପାରିବ ତୁମ ହୃଦୟର ଅବଶୋଷ । ନା କେବେ ନୁହ । କାରଣ ମୁଁ ତୁମ ପାଖରେ ଥିଲେ ମଧ୍ୟ ବହୁ ଦୂରରେ । କେମିତି ବା ବୁଝିବ ମୋ ମନର ଭାଷାକୁ ? କାହିଁକି ବା ବିଶ୍ବାସ କରିବ ଦରଦୀ ହୃଦୟର ଦରଖାସ୍ତ ଉପରେ ମୁଁ ତ ଗତକାଲିଟିଏ । ମାତ୍ର ତୁମକୁ ବୁଝିହୁଏ ହେଲେ ବୁଝାଇ ହୁଏନା । ସ୍ବଇଛାରେ ତମେ ଯେଉଁ ଆତ୍ମିୟତା ସୃଷ୍ଟି କରିଗଲ , ସେ ସମ୍ପର୍କର ବଳୟ ଭିତରେ ରହି ମୁଁ ତୁମକୁ ମନେପକାଇଲା ବେଳେ ଆତ୍ମୀୟ ବା ନିଜର ଭାବି ମୁଁ କିଛି ଭୁଲ କରିନି ତ ???  

      

        ମୋ ଜୀବନ ଇତିହାସର ଅଳ୍ପ କେତୋଟି ପୃଷ୍ଠା ଓଲଟେଇ ଦେଖିଲେ କେମିତି ଆଶ୍ଚର୍ଯ୍ୟ ଲାଗେ । ମନେ ହୁଏ ଯେମିତି ସବୁ। ଗୋଟିଏ ମଧୁର ସ୍ବପ୍ନ ଥିଲା । ଯେଉଁ ସ୍ବପ୍ନ ପାଇଁ ମୁଁ ଅନେକ ରାତି ଖୋଜିଛି । ମାତ୍ର ଏମିତି ବି ଶୀଘ୍ର ଚାଲିଗଲା ମୋ ମାନସ ପଟରୁ , କିନ୍ତୁ ଛାଡ଼ିଗଲା ସେଇ ପୁରୁଣା ଦିନର ଅଲିଭା ସୃତିକୁ । ଯେଉଁ ସୃତିରେ ମୁଁ ତୁମକୁ ଦେଖି ମୋ କଣ୍ଟକିତ ଚଲାପଥ କୁ ମଧ୍ୟ ଭୁଲିଯାଏ ।


            ସମସ୍ତ ଅତୀତ ଦିନେ ସୃତି ହୁଏ , କିନ୍ତୁ ସବୁ ସୃତି ନିଜର ହୁଏନା । ସତ କହୁଚି ମୁଁ ଯଦି ଜାଣିଥାନ୍ତି ତମ ଭଲପାଇବାର ଅନ୍ତରାଳେ ଭରିରହିଛି ପ୍ରତାରଣାର ବିଷ , ତେବେ ମୁଁ ତୁମକୁ କେବେ ଭଲପାଇ ନଥାନ୍ତି । ତୁମେ ଯଦି ମୋ ମରୁ ବଳୟରେ ପାଦଦେଇ ଦିନକ ପାଇଁ ଅତିଥି ସାଜି ଅଜଣା ଅସୁଣା ଭାବରେ ଚାଲିଯାଇଥାଆନ୍ତି ତେବେ ହୁଏତ ମୁଁ ଏତେ ଜଳୁ ନଥାନ୍ତି । ବିଗତ ଦିନ ଗୁଡାକ ଯଦି ଭୁଲି ହୁଅନ୍ତା ତେବେ ଜୀବନରେ ଦୁଃଖ ନଥାଆନ୍ତି । ମୁଁ ଆଜି ବୁଝୁଛି ତୁମେ ମତେ କେବେ ବି ଅନ୍ତରାଳେ ଭଲପାଉ ନଥିଲ । ତା ନ ହେଲେ ତୁମେ ଦୁରେଇ ଗଲ କେମିତି ? ତମେ ପରା ମୋତେ କହିଥିଲ , ମୁଁ ତୁମକୁ ମୋ ହୃଦୟରେ ଦେବତାଙ୍କର ସ୍ଥାନ ଦେଇଛି । ତୁମେ ଆଜି ମୋର ଓ ଭବିଷ୍ୟତରେ ମୋର ହୋଇ ରହିବ । ଏହା କହି ଇଶ୍ଵରଙ୍କ ଠାରେ ଶପଥ କରିଛ ବୋଲି ମୋତେ ବାର୍ତ୍ତା ଦେଉଥିଲ । ତା ସହିତ କହୁଥିଲ ମୁଁ ତୁମରି ଚରଣରେ ନିଜକୁ ପୂଜାଫୁଲ କରି ତୁମରି ପାଦତଳେ ସାରା ଜୀବନ କଟାଇଦେବି ବୋଲି । ହେଲେ ଆଜି କାହିଁ ଗଲା ତୁମରି କଥା , କାହିଁ ଗଲା ତୁମର ଇଶ୍ଵରଙ୍କ ଶପଥ ? 

କର୍ମମୟ ଜୀବନ ଭିତରେ ମୁଁ ସବୁକିଛି ଭୁଲିଯିବାକୁ ଚେଷ୍ଟା କରେ ହେଲେ ଯିଏ ଯାହାକୁ ଯେତେ ଭଲପାଏ ସେତେ ଅଧିକା ମନେପଡେ । ତୁମରି ସୃତିକୁ ସାଉଁଟି ମୁଁ ଖୁସି ହେବାକୁ ଚାହେଁ । ଯେମିତି ବଗିଚାରେ ସୂର୍ଯ୍ୟମୁଖୀ ସୂର୍ଯ୍ୟ କୁ ଚାହିଁ ଚାହିଁ ତାର ସଜଡ଼ା ବୟସ ଉଜାଡି ଦିଏ , ଠିକ ସେମିତି ମୁଁ ସେହି ସୂର୍ଯ୍ୟମୁଖୀ ର ମନ ନେଇ ମୁଁ ତୁମକୁ ଚାହିଁ ବସିଛି । ସୂର୍ଯ୍ୟ ଆଉ ସୂର୍ଯ୍ୟମୁଖୀ ର ମିଳନ ହୁଏନି କିନ୍ତୁ ସୂର୍ଯ୍ୟମୁଖୀ ଅକାଳରେ ଝଡିଯାଏ । ସେହିପରି ମୁଁ ବି ଦିନେ ଝଡିଯିବି କେବଳ ଅତୀତର ସୂତିକୁ ଭଙ୍ଗା ନାଆର ସଙ୍ଖାଳ କରି ପଡିରହିବି ।


          ସତରେ ସବୁ ସମ୍ପର୍କକୁ ପାଥେୟ କରି ଜୀବନର ସ୍ବପ୍ନ ଦେଖି ହୁଏନା । କି ସବୁ ଝିଅକୁ ପ୍ରେମିକା ସଜେଇ ହୁଏନା । ତୁମପରି ସୁନ୍ଦରୀକୁ ପ୍ରେମିକା କରି ଏ ଦୁନିଆରେ ବାଟ ଚାଲିବା ସମର୍ଥ ମୋର ନାହିଁ । ତୁମକୁ ହରେଇ ମୁଁ ମୋର ସବୁ ଦୁଃଖ କୁ ଫିଙ୍ଗି ଦେଲି ସାଗରର ସେଇ ଲୁଣିଆ ଢେ଼ଉରେ । ହେଲେ ଥରୁଟିଏ ଭାବି ଦେଖ ବର୍ତ୍ତମାନ ଯାହା କିଛି କଲ .....ତମର ସେ ଅତୃପ୍ତ ଇଛାଟିକକ ପାଇଁ , ତୁମେ ସ୍ବାର୍ଥପର ହୋଇଗଲ । ଏବଂ ମତେ ଝୁଲାଇ ଦେଲ ଅନୁତାପର ଦୋଳିରେ ... ପୁଣି ଭସାଇ ଦେଲ ନିଃସଙ୍ଗତାର ମହା ବନ୍ୟାରେ ଗୋଟିଏ କାଗଜ ଡଙ୍ଗା ପରି.....


    ଜହ୍ନ ମାଗିବ ଠିକଣା ମୋହର

    ଜୁଇକୁ ମାଗିବ ଦେହ

    ରାତିକୁ ମାଗିଲି ପ୍ରୀତି ମୋହ ଛବି

    ସୃତିକୁ ମାଗିବ ଲୁହ........



                         


Rate this content
Log in

Similar oriya story from Abstract