ମାଆ ମହାମାୟୀ ମହିଷ ମାର୍ଦ୍ଧିନୀ ଦେବୀ ଦୁର୍ଗା
ମାଆ ମହାମାୟୀ ମହିଷ ମାର୍ଦ୍ଧିନୀ ଦେବୀ ଦୁର୍ଗା
ସମୟ ଶରତ ଋତୁର ପ୍ରାରମ୍ଭ ଓ ଆଶ୍ୱିନ ମାସ ଶୁକ୍ଳ ପକ୍ଷ , ପବିତ୍ର ଦଶହରା ଦୁର୍ଗା ପୂଜା । ଉକ୍ତ ସମୟର ଆଗମନରେ ଚଳ ଚଞ୍ଚଳ ସୁଦୂର ବ୍ୟାପି ହିନ୍ଦୁ ସନାତନି ସମଗ୍ର ଜଗତ । ଗାଁ ଠୁ ଆରମ୍ଭ କରି ସହର , ଚାରିଆଡ଼େ ରଙ୍ଗବେରଙ୍ଗର ରଙ୍ଗୀନ ସାଜସଜ୍ଜା ଓ ଭାବଭକ୍ତି ର ଏ ପବିତ୍ର ପର୍ବ ରେ ସବୁଠି ଉତ୍ସବ ମୁଖର ମାହୋଲ । ଠିକ୍ ଏହି ସମୟରେ ହିନ୍ଦୁ ସନାତନୀ ରାଷ୍ଟ୍ରର କୋଣ ଅନୁକୋଣେ ବିରାଟ ବିଗ୍ରହ ରେ ଆଡ଼ପ ମଣ୍ଡପରେ ସିଂହ ସବାରୀରେ ଦଶଭୁଜା । ଦିବ୍ୟ ଭବ୍ୟ ଜ୍ୟୋତିର୍ମୟ ଜ୍ୟୋତିରଂଜ ବିଶାଳ ବିକଟାଳ ରୂପ । ସମସ୍ତ ଭୂଜରେ ଅଲୌକିକ ଓ ଅଦ୍ୱିତୀୟ ଶସ୍ତ୍ରମାନ , ମୋତି ମାଳିକରେ ସୁସଜ୍ଜିତ , ଭିନାଭିନ ଅଳଙ୍କାରରେ ଅଳଙ୍କୃତ ସମଗ୍ର ଶରୀର , ଶାନ୍ତ ସୁନ୍ଦର ବିମୋହିତ ପରିବେଶ ଏପରି ଏକ ବିଶେଷ ଆକର୍ଷଣର ପୂଜା ପାଆନ୍ତି ମା ମହାମୟୀ ମହିସା ମର୍ଦ୍ଧିନି ଦେବୀ ଦୁର୍ଗା । ଏବଂ ପ୍ରତ୍ୟେକ ଘରେ ଘରେ ଉପବାସ ସହ ପୁରାଣ ବର୍ଣ୍ଣିତ ରୀତି ନୀତି ସହ ଅତି ଭାବ ଭକ୍ତିରେ ମାଙ୍କ ଫଟୋ ଚିତ୍ରକୁ ପୂଜା କରନ୍ତି ଭକ୍ତ । ଏମିତି ନଅ ଦିନ ଧରି ମାଙ୍କ ନବ ରୂପ ଓ ନବ ଅବତାରକୁ ବିଶେଷ ଧ୍ୟାନ ପୂର୍ବକ ଶାନ୍ତି ,ଶକ୍ତି ,ମୈତ୍ରୀ , ପ୍ରଗତି ଓ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ଅବିରତ ପୂଜା କରନ୍ତି ଭକ୍ତ । ଏହା ଖାଲି ଧାର୍ମିକ ଉତ୍ସବ ନୁହେଁ ଅପେତୁ ମନୁଷ୍ୟର ଭାବାବେଗ ଓ ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ ଅଟେ । ମାଙ୍କ ବିଶାଳ ବିଗ୍ରହରେ ଦିବ୍ୟ ରୂପ ମୁକ୍ତି ପୂର୍ତ୍ତି ଓ ଶାନ୍ତିର ମାର୍ଗ ଦର୍ଶାଏ । ଓ ତାଙ୍କ ନବ ରାତ୍ରିର ନବ ଅବତାର ର ଶ୍ରୀ କଥା ଅନେକରେ ଭକ୍ତି , ଶକ୍ତି , ଗୁଣ , ଗରିମା ଓ ସାହସିକତା ର ବ୍ୟାଖ୍ୟା କରେ ଏବଂ ନାରୀ ଶକ୍ତିରେ ଏକ ଅଦ୍ଭୁତ ଉର୍ଜା ଉତ୍ପନ କରେ । କାଳିକା ପୁରାଣ , ସ୍କନ୍ଦ ପୁରାଣ ଓ ଦେବୀ ଭାଗବତ ପୁରାଣ ରେ ଏହି ନବରାତ୍ରି ବ୍ରତ ଦେବୀ ଦୁର୍ଗା ପୂଜାର ସମ୍ପୂର୍ଣ୍ଣ ବର୍ଣ୍ଣନା ବିଶେଷ ଭାବରେ ଉଲ୍ଲେଖ ଅଛି ଏବଂ ରୁକ୍ ବେଦ ଓ ଜଜୁରବେଦ ରେ ମା ଶକ୍ତି ଓ ଉମା ସ୍ତୁତିର ଦିବ୍ୟ ଉପସ୍ଥାପନା ମଧ୍ୟ ରହିଛି । ଏହି ପବିତ୍ର ପର୍ବକୁ ହିନ୍ଦୁ ସନାତନି ସମାଜ ର ଲୋକ ସମଗ୍ର ଭାରତ ପ୍ରଦେଶରେ ଅନେକରେ ଭିନଭିନରେ ଢଙ୍ଗରେ ପାଳନ କରନ୍ତି । ପୂର୍ବ ଭାରତ କୋଲକାତାରେ ଏହି ପର୍ବକୁ ଦଶହରା ନାମରେ ବିଶାଳ ମାଙ୍କ ମୁର୍ତ୍ତି ମାଳ ସହ ପାଳନ ହେଉଥିବା ବେଳେ , ପୂର୍ବ ଦକ୍ଷୀଣ ଭାରତ ଓଡ଼ିଶାରେ ଏହାକୁ ମାଙ୍କ ବିରାଟ ମୁର୍ତ୍ତି ଓ ତୋରଣ ସହ ସହରରେ ଓ ଫୋଟ ଚିତ୍ର ସହ ଘରେ ଅତି ବିଶ୍ଵାସରେ ପାଳନ କରନ୍ତି । ଉତ୍ତର ଭାରତର ଗୁଜରାଟରେ ଏହାକୁ ଗର୍ବା ଓ ଦାଣ୍ଡିଆ ଖେଳି ଉଲ୍ଲାସରେ ପାଳନ କରନ୍ତି । ଉତ୍ତର ପ୍ରଦେଶ ଓ ବିହାରରେ ରାମଲୀଳା ଓ ହିମାଚଳ ରେ କୁଲୁ ଦଶହରା ଭାବରେ ରଘୁନାଥ ରଥଯାତ୍ରା ଅନୁଷ୍ଠିତ କରି ଧୁମଧାମରେ ପାଳନ କରୁଥିବା ବେଳେ ଛତିଶଗଡ଼ରେ ଏହାକୁ ବସ୍ତର ଦଶହରା ଭାବରେ ଦେବୀ ଦନ୍ତେଶ୍ୱରି ଙ୍କୁ ପୂଜା କରି ପାଳନ କରନ୍ତି । ମହାରାଷ୍ଟ୍ରରେ ସମ୍ପର୍କ ଭିତରେ ପାନ ପତ୍ରର ଆଦାନ ପ୍ରଦାନ କରି ବିଶେଷ ଭାବରେ ପାଳନ କରିଥିବା ବେଳେ ଦକ୍ଷିଣ ଭାରତ କର୍ଣ୍ଣାଟକରେ ଏହାକୁ ମୈଶୁର ଦଶହରା ଓ ତେଲେଙ୍ଗାନା , ଆନ୍ଧ୍ର ପ୍ରଦେଶରେ ଏହାକୁ ବାଥିକମା ଭାବରେ ବିଶେଷ ପୁଷ୍ପ ସଜାଇ ପାଳନ କରନ୍ତି । ତାମିଲନାଡ଼ୁରେ ବୋମାଇ ଗୋଲୁ ଭାବରେ ଛୋଟ ଛୋଟ ମାଟି ମୂର୍ତ୍ତି ଛୋଟ କଣ୍ଢେଇ ସଜାଇ ଏହାକୁ ପାଳନ କରୁଥିବା ବେଳେ କେରଳରେ ବିଜୟା ଦଶମୀ ଭାବରେ ବେଶ ଆନନ୍ଦରେ ପାଳନ କରନ୍ତି । ଏହି ଦୁର୍ଗା ପୂଜାର କାରଣ ଓ ପ୍ରକୃତ ପୌରାଣିକ ରହସ୍ୟ ପୁରାଣରେ ବିଶେଷ କଥାବସ୍ତୁ ରହିଛି । ଯାହା ସର୍ବ ଲୋକରେ ଜାଣିବା ଜରୁରୀ ଅଟେ । ଆଜିଠୁ ପ୍ରାୟ ହଜାର ହଜାର ବର୍ଷ ପୂର୍ବରୁ ସତ୍ୟ ଯୁଗ ଥିଲା । ସେତେବେଳେ ଦେବତା ମାନେ ପୃଥିବୀରେ ଅର୍ଥାତ୍ ମର୍ତ୍ତ୍ୟରେ ବାସ କରୁଥିଲେ । ଆଉ ଦୈତ୍ୟ ମାନେ ପାତାଳରେ । ଇତମଧ୍ୟରେ ଏକ ସମୟରେ ଦୈତ୍ୟବଂଶର ବିଶେଷ ଶକ୍ତିଶାଳୀ ରାକ୍ଷସ ରମ୍ବ ଓ କୃଧା ଦୁଇ ଭାଇ ଆବିର୍ଭାବ ହୋଇଥିଲେ । ପରନ୍ତୁ ସେମାନେ ନି ସନ୍ତାନ ହେବା କାରଣରୁ ଉଦାସ ରହୁଥିଲେ ଓ ଦେବତାଙ୍କୁ ତପ ଓ ପ୍ରସନ୍ନ କରିବା ପାଇଁ ମନ ସ୍ଥିର କରି ତପସ୍ୟା ଅଭିମୁଖେ ଅଗ୍ରସର ହେଲେ । ରମ୍ୱ ଏକ ବିରାଟ ଅଗ୍ନି କୁଣ୍ଡ ଉପରେ ବସି ନିଷ୍ଠାର ସହ ଅଗ୍ନିଦେବଙ୍କୁ ତପସ୍ୟା କଲେ ଓ କ୍ରୁଧା ଏକ ଜଳାଶୟ ଭିତରେ ରହି ନିଷ୍ଠାରସହ ବରୁଣ ଦେବଙ୍କୁ ତପସ୍ୟା କଲେ । କିନ୍ତୁ ଦେବରାଜ ଇନ୍ଦ୍ର ତାହା ଜାଣିପାରି ଦେବ କୁଳର ରକ୍ଷା ଲାଗି ସ୍ଵଂୟ ଦୁଇଙ୍କ ତପ ଭାଙ୍ଗିବାକୁ ପ୍ରଥମେ ଉକ୍ତ ଜଳାଶୟ ରେ ଏକ ବିଶାଳ ମଗର ରୂପ ଧାରଣ କରି କୄଧା ଉପରେ ଆକ୍ରମଣ କଲେ । ଉକ୍ତ ଆକ୍ରମଣରେ କୃଧା ସମ୍ପୂର୍ଣ୍ଣ ଭାବେ ନିହତ ହେଲେ । ପରେ ରମ୍ଵ ଏହା ଜାଣିପାରି ଭାଇର ନିହତରେ ଦୁଃଖ ଓ କ୍ରୋଧରେ ଉତ୍ତେଜିତ ହୋଇ ଯେତେବେଳେ ନିଜର ଏକ ତୀକ୍ଷ୍ଣ ଖଡଗ ଦ୍ଵାରା ନିଜର ଗଳା କାଟିବାକୁ ଉଦ୍ୟମ କଲେ ଠିକ ସେତିକି ବେଳେ ଅଗ୍ନିଦେବ ପ୍ରକଟ ହୋଇ ମନବାଞ୍ଚିତ ବରର ଆହ୍ଵାନ ଦେଲେ , ରମ୍ୱ ଅଗ୍ନିଦେବଙ୍କ ପ୍ରଣାମ ଜଣାଇ ନିଜ ବର ଘୋଷଣା କରି କହିଲେ ହେ ଅଗ୍ନିଦେବ ମତେ ଏମିତି ଏକ ପୁତ୍ର ପ୍ରଦାନ କରନ୍ତୁ ଯିଏ ମୋ ଭାଇ ମୃତ୍ୟୁର ପ୍ରତିଶୋଧ ନେବ ଓ ତ୍ରିଲୋକ ବିଜୟର ଅଲୌକିକ ଶକ୍ତିର ପୂର୍ଣ୍ଣ କ୍ଷମତା ଥିବ ଏବଂ ଦେବରାଜ ଇନ୍ଦ୍ର ପଦର ଅଧିକାରୀ ହେବ । ପରେ ଅଗ୍ନିଦେବା ତଥାସ୍ତୁ କାହିଁ ଅନ୍ତର୍ଦ୍ଧାନ ହୋଇଗଲେ । ରମ୍ଵ ତପସ୍ୟାରୁ ଫେରି ପାତାଳ ଲୋକରେ ମହିଶୀ ନାମରେ ମହିଶି କୁଳର ରାକ୍ଷସ ସହ ବିବାହର ପ୍ରସ୍ତାବ ଦେଲେ । ଯାହା ଅସୁର ସମାଜକୁ ସ୍ବୀକାର ନ ଥିଲା । ପରେ ସେମାନେ ସମାଜରୁ ବାଦ ଯାଇ ବିବାହ ସମ୍ପନ୍ନ କଲେ । ପରେ ଉକ୍ତ କୁଳର ରାକ୍ଷସ ମାନେ ଉତ୍ତେଜିତ ହୋଇ ମହିଷି ଗର୍ଭବତୀ ଥିବା ସମୟରେ ରମ୍ବ ଙ୍କୁ ଆକ୍ରମଣ ସହ ନିହତ କଲେ । ପତ୍ନୀ ମହିଷୀ ପତି ନିହତ ଦୁଃଖରେ ଆତ୍ମହରା ହୋଇ ରମ୍ବ ର ମରଶରୀରକୁ ନେଇ ଯକ୍ଷକୁ ଚାଲିଗଲେ , ଯକ୍ଷମାନେ ତାଙ୍କୁ ସାହାଯ୍ୟ କଲେ ଓ ରମ୍ବ ର ଶରୀର ଜାଳିବା ପାଇଁ ଏକ ସେମାନେ ଏକ ବିରାଟ ଚିତାର ଆୟୋଜନ କଲେ । ଉକ୍ତ ଚିତାରେ ରମ୍ବର ଶରୀରକୁ ଜାଳିବା ସମୟରେ ମହିସି ପତିର ନିହତ ଓ ଅହେତୁକ ପ୍ରେମର ବିଚ୍ଛେଦ କୁ ସହି ନ ପାରି ଉକ୍ତ ଚିତାରେ ଡେଇଁ ଯାଇ ନିଜକୁ ସମର୍ପଣ ଦେଲେ , ଫଳରେ ଅଗ୍ନିଦେବର ତଥାସ୍ତୁ କାରଣରୁ ଉକ୍ତ ଅଗ୍ନି ପିଣ୍ଡରୁ ଓ ମହିସୀ ଗର୍ଭରୁ ମହିଷାସୁର ନାମରେ ଏକ ଖୁଙ୍କାର ରାକ୍ଷସ ଜନ୍ମହେଲା । ପରେ ପତ୍ନୀ ମୃତ୍ୟୁ ସହିନପାରି ଉକ୍ତ ଅଗ୍ନି ପିଣ୍ଡରୁ ରମ୍ୱର ପୁନର୍ଜନ୍ମ ରକ୍ତବିଜ ନାମରେ ଏକ ଭୟଙ୍କର ରାକ୍ଷସ ର ଆବିର୍ଭାବ ହେଲା । ଦୁଇ ଖୁଙ୍କାର୍ ରାକ୍ଷସ ତିନି ଲୋକରେ ହାହାକାର ସୃଷ୍ଟି କରି ବ୍ରହ୍ମାଣ୍ଡ କୁ ଧ୍ଵଂସ କରିବାରେ ଲାଗିଲେ । ପରେ ରକ୍ତବିଜ ନିଜ କାୟା ବିସ୍ତାର ଓ ତନ୍ତ୍ର ସାଧନା ପାଇଁ ପାତାଳ କୁ ଚାଲିଗଲେ । ଏପଟେ ପିତା ପ୍ରତିଶୋଧ ଓ ଇନ୍ଦ୍ରପଦ ପାଇଁ ମର୍ତ୍ତ୍ୟରେ ରହି ମହିଷାସୁର ବ୍ରହ୍ମାଙ୍କୁ ତପସ୍ୟା କଲେ । ଅନେକ ବର୍ଷ ତପସ୍ୟା ପରେ ବ୍ରହ୍ମା ପ୍ରସନ୍ନ ହେଲେ , ନାରୀକୁ ତୁଚ୍ଛ ମନେକରି ନାରୀ ବିନା ଅମରତ୍ଵ ବର ମାଗିଲେ । ବ୍ରହ୍ମା ମହିଷାସୁର ତପ ଓ ନିଷ୍ଠାରେ ପ୍ରସନ୍ନ ହୋଇ ତଥାସ୍ତୁ କଲେ । ତପରେ ସଫଳ ହୋଇ ସ୍ବର୍ଗ ଓ ମର୍ତ୍ତ୍ୟରେ ମହିଷାସୁର ଆତଙ୍କ ସୃଷ୍ଟି କଲା । ଏକ ବିଶାଳ ଦୈତ୍ୟ ସେନାରେ ଦେବ ଲୋକ ଆକ୍ରମଣ କରି ଇନ୍ଦ୍ର କୁ ପରାସ୍ତ କରି ଇନ୍ଦ୍ର ଭବନ ଅଧିକାର କଲା । ଦେବରାଜ ସିଂହାସନରେ ବସିଲା । ପରେ ସମସ୍ତ ଦେବଗଣ ତ୍ରାହି ତ୍ରାହି କହି ଶ୍ରୀ ହରି ଓ ଶଙ୍କର ନିକଟରେ ପ୍ରାର୍ଥନା କଲେ । ପରନ୍ତୁ ହରି ଓ ଶଙ୍କର ଉପାୟ ଶୂନ୍ୟ ହୋଇ ପରମ ପିତା ବ୍ରହ୍ମାଙ୍କ ନିକଟ ହେଲେ ଓ ସମାଧାନର ମାର୍ଗ ପଚାରିଲେ । ଉତ୍ତରରେ ବ୍ରହ୍ମା ଏକ ମହାମାୟୀ , ନାରାୟଣୀ , ଦୈବିକ ଶକ୍ତିର ଆବଶ୍ୟକତା ଅଛି ବୋଲି କହିଲେ । ପରେ ଏକ ଦେବ ସଭା ଡକାଯାଇ ଏକ ଯଜ୍ଞ ଅନୁଷ୍ଠିତ ହେଲା । ଉକ୍ତ ଯଜ୍ଞରୁ ଏକ ଦିବ୍ୟ ଓ ଦୈବ ଉଜ୍ଜ୍ୱଳ ଜ୍ୟୋତି ଉତ୍ପନ ହେଲା । ପ୍ରଥମେ ବିଷ୍ଣୁ ନିଜ ସୁଦର୍ଶନ ଚକ୍ର କୁ ଉକ୍ତ ଜ୍ୟୋତିରେ ସମର୍ପଣ ଓ ସମାହିତ କଲେ , ପରେ ଶଙ୍କର ନିଜ ତ୍ରିଶୁଳକୁ ସମାହିତ କଲେ , ଇନ୍ଦ୍ର ର ବର୍ଜ, ସୂର୍ୟ ର ତେଜ , ଜମ ର ଅଙ୍କୁଶ ଏମିତି ଧୀରେ ଧୀରେ ସମସ୍ତ ଦେବଗଣ ନିଜ ନିଜର ଅସ୍ତ୍ର ଶସ୍ତ୍ର ସମୂହ ସମାହିତ କଲେ । ଶେଷରେ ସମ୍ପନ୍ନ ଉକ୍ତ ଅଲୌକିକ ଅଗ୍ନିପିଣ୍ଡରୁ ଏକ ଦିବ୍ୟ ନାରୀ ରୂପ ଦଶ ଭୂଜାଧାରି ଦୁର୍ଗା ଆବିର୍ଭାବ ହେଲେ । ପରେ ସମସ୍ତ ଦେବଗଣ ଉକ୍ତ ଅଲୌକିକ ଦେବିକୁ ପ୍ରଣାମ ଜଣାଇଲେ । ଉକ୍ତ ଷଡଯନ୍ତ୍ରର ସମ୍ପୂର୍ଣ୍ଣ ବିଷୟ ଏକ ଗୁପ୍ତଚର ଜାଣି ପାରି ସମସ୍ତ ବିଷୟ ମହିଶାସୁରକୁ ବାଖ୍ୟା କଲା । ପରନ୍ତୁ ନାରୀକୁ ଦୂର୍ବଳା ଓ ତୁଚ୍ଛ ଭାବି ଅଟ୍ଟହାସ୍ୟ କରି ନିଜ ସେନାପତି ତ୍ରିନେତ୍ରା ମାଧ୍ୟମରେ ବିବାହର ପ୍ରସ୍ତାବ ରଖିଲେ ଏବଂ ବିଜୟଭବ କହି ତ୍ରିନେତ୍ରାକୁ ଦୈତ୍ୟ ସନ୍ୟସାମନ୍ତ ସହ ଯୁଦ୍ଧ ଭୂମିକୁ ପଠାଇଲେ । ପରେ ଆଗମନ ଓ ଆବିର୍ଭାବ ର କାରଣ ପ୍ରକାରେ କ୍ରୁର ରାକ୍ଷସ ମହିଷାସୁର ସେନାପତି ତ୍ରିନେତ୍ରା ଓ ଦୈତ୍ୟ ସେନା ସହ ବିଷଣ ଯୁଦ୍ଧ ହେଲା । ଉକ୍ତ ଯୁଦ୍ଧରେ ସମସ୍ତ ଦୈତ୍ୟ ସେନା ନିହତ ହେଲେ । ତ୍ରିନେତ୍ରା ମା ଶକ୍ତି ଙ୍କ ତ୍ରିଶୂଳ ଘାତରେ ନିହତ ହେଲା । ପରେ ସମସ୍ତ ଦେବଗଣ ଏକ ସାନ୍ତ ନିଃଶ୍ୱାସ ନେଇ ପୁଷ୍ପ ବୃଷ୍ଟି ସହ ପ୍ରଣାମ ଜଣାଇଲେ । ମାଆ ଶକ୍ତି ଦୁର୍ଗା ଙ୍କ ଜୟ ଜୟ ଗାନ କଲେ । ଏପଟେ ମହିଷାସୁର କ୍ରୋଧରେ ପ୍ରକମ୍ପିତ ହୋଇ ନିଜେ ଯୁ କୁଦ୍ଧ ମଇଦାନକୁ ଆଗମନ କଲେ । ମହିଷାସୁର ଓ ଦେବୀ ଦୁର୍ଗା ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ମହିଷାସୁରର ବାରମ୍ବାର ପରିବର୍ତ୍ତନର ବିକଟାଳ ବିରାଟ ଭୟଙ୍କର ରୂପ ଆଗରେ ମା ଦେବୀ ଦୁର୍ଗାଙ୍କର ଶକ୍ତି ସହ ଘମାଘୋର ଯୁଦ୍ଧ ଦୀର୍ଘ ନଅ ଦିନ ପର୍ଯ୍ୟନ୍ତ ଲଗାତାର ଚାଲିଲା । ଶେଷରେ ମା ଦେବୀ ଦୁର୍ଗାଙ୍କର ତୀକ୍ଷ୍ଣ ତ୍ରିଶୂଳ ଆଘାତ ମହିଷାସୁର ଛାତି ଚିରି ନିହତ କଲା । ଶେଷରେ ତିନିଲୋକ ମହିଷାସୁର ଅତ୍ୟାଚାର ରୁ ମୁକ୍ତ ହେଲେ ଓ ଇନ୍ଦ୍ର ନିଜ ପଦ ପୁନଃ ଚ: ଫେରିପାଇଲେ ଓ ଜୟ ମା ଦେବୀ ଦୁର୍ଗା , ମହିସା ମାର୍ଧିନି ଦେବୀ ଦୁର୍ଗା ଙ୍କ ଜୟ ଜୟ ଧ୍ବନିରେ ଆକାଶ ଗଗନ ଗୁଞ୍ଜରିତ ହେଲା । ଅନୁଜ ବେହେରା 8555949493
