Anuja Behera

Abstract Inspirational Others

4.0  

Anuja Behera

Abstract Inspirational Others

ପ୍ରେମର ପରିଭାଷା

ପ୍ରେମର ପରିଭାଷା

3 mins
208



       ପ୍ରେମ ! ବିଶ୍ବାସ ଆଉ ଭଲପାଇବାର ଅନ୍ୟ ନାମ ପ୍ରେମ । ସମସ୍ତେ କୁହନ୍ତି ପ୍ରେମ ପୂର୍ଣ୍ଣ ପବିତ୍ରତାର ଭାବ , ପ୍ରେମ ହିଁ ସୃଷ୍ଟି ର ଆରମ୍ଭ । ପ୍ରେମ ହିଁ ଶ୍ବାସ ପ୍ରେମ ହିଁ ବିଶ୍ଵାସ । ପ୍ରେମ ହିଁ ସତ୍ୟ ସନାତନ । ପ୍ରେମ ହିଁ ସର୍ବ ଶେଷରେ ଦୁଇଟି ଅନ୍ତର ଆତ୍ମାର ନିଃସ୍ଵାର୍ଥପର ଭଲପାଇବା । ଆଉ ଭଲପାଇବା ଏକ ନିଷ୍ପାପ ପୂର୍ଣ୍ଣ ପବିତ୍ର ଅମୂଲ୍ୟ ସମ୍ପର୍କ । ଇତିହାସ ରୁ ବର୍ତ୍ତମାନ ପ୍ରେମର ସେ କାଳଜୟୀ ପୁସ୍ତକ ସାଉଁଟିଛି ପ୍ରେମ ମହାନତା ର ଅନେକ ପୃଷ୍ଠା । 


         ହେଲେ ଅନ୍ଧ ଭଳି ଜଣକୁ ମନ ପ୍ରାଣ ଦେଇ ଅତ୍ୟଧିକ ଭାବେ ଭଲପାଇବା ଆଉ ତମ ଏ ଭଲପାଇବା କୁ ତୁମର ସିଏ ଅଟ୍ଟହାସ୍ୟ ଠାଣିଭଙ୍ଗି ଭାବେ ଉପହାସ କରିବା ଏବଂ ତାକୁ ଭଲପାଇବା ରେ ନିଜ ଜୀବନ କୁ ଅହରହ ଭାବେ ଜଳାଞ୍ଜଳି ଦେଇ ନିଜ ହୃଦୟକୁ କଷ୍ଟ ଦେବା ଏକ ବୋକାମି ତଥା ପାଗଳାମି ର ପରିଚୟ ନିଶ୍ଚତ ।। କାରଣ ଅସଲି ପ୍ରେମ ସେଇଠି ଯେଉଁଠି ଦୁଇଟି ଆତ୍ମାର ମିଳନ ଘଟେ । ଆଉ ଏକ ସୁନ୍ଦର ପ୍ରେମର ଦୁନିଆ ସୃଷ୍ଟି କରେ , ଯେଉଁଠି ଥାଏ ନିରବତା ର ଶାନ୍ତି , ପ୍ରଶାନ୍ତି , ବିଶ୍ବାସ ଆଉ ସତ୍ୟ ବାତାବରଣ। କଥାରେ ଅଛି ପରା ପ୍ରେମ ହେଉଛି ଭଗବାନ ଙ୍କ ଦାନ ଏଣୁ ତ ପ୍ରେମ କେତେବେଳେ କେଉଁଠାରେ ଅଚାନକ ଆପେ ଆପେ ହୋଇଯାଏ ତାହା କହିବା ବାହୁଲ୍ୟ । କିନ୍ତୁ ଆଜିର ଜମାନାରେ ବାସ୍ତବରେ ପ୍ରେମ ଆପେ ଆପେ ହୁଏନା । ବରଂ ମିଥ୍ୟା ର ଆଶ୍ରୟ ନେଇ ପ୍ରେମର ମିଛ ସମ୍ପର୍କ ବାଧ୍ୟ ବାଧକତାରେ ସୃଷ୍ଟି କରାଯାଏ । ସମସ୍ତେ ଏଠି ବାସନାରେ ଲିପ୍ତ କାମରେ ପାଗଳ ପ୍ରାୟଃ । ସତେ ଯେମିତି ଗୋଟିଏ ସୁନ୍ଦରୀ କୁଆଁରୀ ଯୁବତୀ ର କଅଁଳ ଯୌବନର ରୂପ ରଙ୍ଗ ମାୟା ମାନବର ଲୋଭିଲା ଆଖିରେ ଥରେ ଲାଖିଗଲେ ବାସ କଥା ସରିଲା । ତା ପରେ ଆରମ୍ଭ ହୁଏ ଟାର୍ଗେଟ । ଆଉ କହି ବୁଲେ ତା ଯାଗା ମୋର ଆଉ ସିଏ ବି ମୋର । ସତେ ଯେମିତି ତାକୁ ପାଇବା ଓ ତା ଯୌବନର ତାଜା ସାନିଧ୍ୟ ଉପଭୋଗ କରିବା ତା ଜୀବନର ଗୋଟେ ବଡ ଲକ୍ଷ । ଯାହା ବାସ୍ତବରେ ପ୍ରେମ ନୁହେଁ ବରଂ ପ୍ରେମ ନାମରେ ଗୋଟେ ବିରାଟ କଳଙ୍କ । ଏଠି ତ ପ୍ରେମ ମାନେ ହିଁ କାମନା , ଆଜିର ଏ ପ୍ରକାର ପ୍ରେମ ଭବିଷ୍ୟତ ର ପାଉଁସ ମୁଠାଏ ମାତ୍ର ।  ଆଜିକାର ଏଇ ପ୍ରେମ ରେ କିଏ ଲୁହ ରେ ଭିଜି ଯାଉଛି ତ କିଏ ଅସହ୍ୟ ବିରହ ନିଆଁରେ ଜଳିଯାଏ । କିଏ ଏଠି ବାଜିମାରି ଜିତି ଯାଏ ତ ବିଚରା କିଏ ଫସିଯାଏ । କିଏ ଏଠି ହସୁଥାଏ ତ ଆଉ କିଏ ବିଚ୍ଛେଦ ବିରହର ସେଇ ପ୍ରେମରେ ଝୁରି ଝୁରି ଖାଲି କାନ୍ଦୁଥାଏ ।  


                         ଏଇ ପ୍ରେମ ପାଇଁ କେତେ ଯେ ଗଳ୍ପ ଅସମ୍ପୂର୍ଣ୍ଣ କେତେ ଯେ କବର ଅନାବରଣ କେତେ ଯେ ହୃଦୟ ଶୁନ୍ୟ ତାହା କଳ୍ପନା ର ବାହାରେ  । ପୁଣି ସେଇ ପ୍ରେମରେ କା ଜୀବନେ ଫଗୁଣର ରଙ୍ଗ ତ କା ଜୀବନେ କଳଙ୍କର ଦାଗ  । ସେଇ ପ୍ରେମକୁ ପାଇବା ପାଇଁ ଜଣେ ଦୀପ ଜାଳିଦିଏ ତ ଆଉ ଜଣେ ଦୀପ ହୋଇ ନିଜେ ଜଳିଯାଏ ।  କାହା ପାଇଁ ପ୍ରେମ ଜୀବନ ତ କାହା ପାଇଁ ଜନ୍ତ୍ରଣା , କାହା ପାଇଁ ପ୍ରେମ ପ୍ରଣୟ ତ କାହା ପାଇଁ ଅସହ୍ୟ ବେଦନା । କିଏ ହସେ ପ୍ରେମର ଆଦରରେ ତ କିଏ ଭିଜେ ସେଇ ପ୍ରେମର ଲୁହ ର ବନ୍ୟାରେ। , କିଏ ହଜେ ସ୍ୱପ୍ନରେ ତ କିଏ କାନ୍ଦେ ପ୍ରେମର ଅତୀତ ଅଲିଭା ସୃତିରେ ।       

             

                ବାସ୍ତବରେ ଇଏ ହେଉଛି ଆଜିକାର ଅସଲ ପ୍ରେମର ସଂଜ୍ଞା । ସତେ କହିବାକୁ ଗଲେ ପ୍ରେମ ଏପରି ଗୋଟିଏ ଶବ୍ଦ , ଅଢେଇ ଅକ୍ଷର ଯାହା ପୃଥିବୀ ଠାରୁ ବଡ଼ ଆକାଶ ଠାରୁ ପ୍ରଶସ୍ତ ଓ ନିର୍ମଳ , ଜ୍ୟୋସ୍ନା ଠାରୁ ଶୀତଳ , ଗଙ୍ଗା ଠାରୁ ପବିତ୍ର ପୁଣି ଫୁଲ ଠାରୁ କୋମଳ  । ହେଲେ ଆଜିର କଳିର ମାୟା ଦୁନିଆରେ ପ୍ରେମ ର ପରିଭାଷା ବୁଝୁଛି କିଏ । କେତେକ ପ୍ରେମକୁ ପ୍ରତାରଣା କହି ପାଦରେ ଦଳି ଦିଅନ୍ତି ତ କେତେକ ପ୍ରେମକୁ ଜୀବନ ଭାବି ହୃଦୟର ମନ ମନ୍ଦିର ରେ ପୂଜା କରନ୍ତି । ପ୍ରେମ ଯଦି ଜୀବନରେ ଭଲପାଇବା ତେବେ ଏ ପ୍ରତାରଣା କାହିଁକି ?  


                ମୋ କହିବାର ଏହି ଯେ ଏମିତି କାହିଁକି ଆଉ କେତେଦିନ ? ପ୍ରେମ କଉଠି ସୁଖର ଲହରୀ ଖେଳାଏ ତ କଉଠି ଦୁଃଖ , ଯନ୍ତ୍ରଣା , ଓ ବିଚ୍ଛେଦ ବନ୍ୟାରେ ସରଳ ହୃଦୟରେ ବିରାଟ ଝଡ଼ ସୃଷ୍ଟି କରେ । ପ୍ରେମ ଯଦି ଜୀବନରେ ସୁଖ , ତେବେ ଦୁଃଖର ସୃଷ୍ଟି ହେଲା କାହିଁକି । ଏତେ ବାଦ ବିବାଦ , ପରେ ବି ତଥାପି ପ୍ରେମ ବଞ୍ଚିଛି କେଉଁ ଏକ ପରାସ୍ତ ପ୍ରେମିକର ଆଖିର ଲୁହ ହୋଇ ତ କେଉଁ ଏକ ହତଭାଗ୍ୟ ହୃଦୟ ରେ ଦୁଃଖର ସାଗର ହୋଇ ।  

      

               ପ୍ରେମ କେବେ ଖେଳନା ତ କେବେ କଳ୍ପନା ତଥାପି ପ୍ରେମ ବଞ୍ଚିଛି ଆଉ ବଞ୍ଚିବ , ପ୍ରେମ ଅସିମ ଓ ଚିରନ୍ତନ । ସତରେ ମୁଁ ପ୍ରେମର ସଂଜ୍ଞା ନ ଜାଣି ପାଗଳଙ୍କ ପରି ପ୍ରେମର ପରିଭାଷା ବର୍ଣ୍ଣନା କରୁଛି । ଭୁଲ ଥିଲେ କ୍ଷମା ଦେବ ।  

       

           ପାପ ଦୁନିଆରେ ଅନ୍ଧାର ରାଇଜେ ପ୍ରେମ ତ ପଡିଛି ବନ୍ଧା 

           ପ୍ରତାରଣା ଏଇ ଛଳନା ଜାଲରେ ପ୍ରେମ ତ ହେଉଛି ଛନ୍ଦା ।



Rate this content
Log in

Similar oriya story from Abstract