JAMINEE JYOTI JENA

Drama Tragedy Others

3.5  

JAMINEE JYOTI JENA

Drama Tragedy Others

ଅଚିନ୍ହା ମଣିଷ

ଅଚିନ୍ହା ମଣିଷ

4 mins
145


 ରାଗ ତମ ତମ ହୋଇ ସେଦିନ ସ୍କୁଲ ବାହାରିଥିଲା.........ସନ୍ଧ୍ୟା.. ।ଶୀତ ସକାଳରରବି କିରଣରେ   ଥଣ୍ଡା କାଶ ସବୁହୁଏ ଦୂରୀଭୂତ 

ସଅଳ ପଡିଲେ ଶରୀର ଉପରେ ।

ମୁଣ୍ଡଟା ଯେମିତି ବ୍ଲାଷ୍ଟ ହେଇଯିବ ତାର ଗୋଟେ ଅଲଗା ବ୍ୟବହାର

କରୁଥିଲା ପ୍ରାୟ ପଚିଶ ଦିନ ହବ.... ସନ୍ଧ୍ୟା ସୃଜନୀ ପଢ଼ିହାରୀ..ପଟପଦା ଗାଁ ର ସାହିତ୍ୟ ଶିକ୍ଷୟତ୍ରୀ । କଣ ହେଇଥିଲା କେଜାଣି ସେଦିନ ସ୍କୁଲ ଆସିଲା ବେଳେ ସତେ ଯେମିତି..ରାଗର ନଦୀ ପାର ହେଇ ଆସିଛି.... ଆରେ.... ସନ୍ଧ୍ୟା କଣ ହେଲା ଏତେରାଗରେ କଣ ହେଇଚି ତୁମର?


ସାର ବୁଝିପାରୁନି କଣ ହଉଚି..ଜାଣିପାରୁନି. କେହି ଜଣେ ବିଗତ ପଚିଶ ଦିନ ହବ ମୋତେ ଚିଠି ଲେଖୁଛି ସେଥିରେ ମୋର ନା ଆଉ ମୋର ଅଡ୍ରେସ ହେଲେ ଜାଣେନା ମୁ ସେ ଚିଠି ଲେଖୁଥିବା ବ୍ୟକ୍ତି କୁ....


ଆରେ ଶୁଣ କେହି ଜଣେ ନିଜ ଲୋକ ହେଇଥିବେ ବ୍ୟସ୍ତ ହୁଅନା ସେ ନିଜର ହିଁ ହେଇଥିବେ..

ରାଗ କୁ ଆଖିରେ ଦେଖେଇଲା ଭଳି ମୋତେ ଅନେଇ ଚାଲିଯାଇଥିଲା ସେ..ସ୍କୁଲ ସମୟ ଶେଷ ହେଇଥିଲା.. ବିଦାୟ ଦେଇ ପରସ୍ପର ଆମେ ନିଜ ନିଜରରୁମ କୁ ପ୍ରସ୍ଥାନ କରିଥିଲୁ........


ଭାବନା ର ଜଂଜୀର ଭିତରେ ପାଗଳ ପ୍ରାୟ ହେଉଥିଲା ସନ୍ଧ୍ୟା କଣ କିଏ ୟେ ବ୍ୟକ୍ତି ବିଶେଷ.. ଆସୁଥିବା ସବୁ ଚିଠି ଗୁଡିକୁ ସାଇତିରଖୁଥିଲା ସେ ଖୋଲିନାହଁ ଆସିଲା ଦିନ ଠାରୁ.. ଇଚ୍ଛା ଥିଲେ ମଧ୍ୟ ସେ ଖୋଲିବା ପାଇଁ ସାହସ କରିପାରୁନଥିଲା କେଜାଣି କାହିଁକି..


ସେଦିନରବିବାର ପୋଷ୍ଟ ମ୍ୟାନ ଅଙ୍କଲ... ଆରେ ସନ୍ଧ୍ୟା ମା. ନେ ତୋ ଚିଠି..ରାଗର ସୀମା ନଥିଲା ଅଙ୍କଲ ତୁମେ ଆଜିଠାରୁ ମତେ ଏ ଚିଠି ଦେବନି ହେଲା... ହେଲେ କାହିଁକି ସନ୍ଧ୍ୟା ମା ତୋରି ନାରେ ଆସେ ଆଉ ଏ ସ୍କୁଲ ପାଖ ଏରିଆ ଅଡ୍ରେସସରେ ହିଁ ଆସେ ତୋର ହିଁ ଘର ନମ୍ବର ରେ.. ତତେ ଦେବିନି ଆଉ କାହାକୁ ଦେବି??


ଉତ୍ତର ନଥିଲା ସନ୍ଧ୍ୟା ପାଖରେ...ରାଗ କୁ ଶାନ୍ତ କରି କହିଲା ହଉ ଦିଅ... ପୋଷ୍ଟ ମ୍ୟାନ ଅଙ୍କଲ ହସି ହସି କହିଲେ ପାଗଳୀ ଟା କାହିଁ ଏତେରାଗୁଛୁ... ବିଚରା କେତେ କଷ୍ଟରେ ସବୁ ଦିନ ତୋ ପାଇଁ ଚିଠି ଲେଖୁଛି...........


ଚାଲିଯାଇଥିଲେ ଅଙ୍କଲ ହେଲେ ତାଙ୍କର ସେ ପଦିଏ କଥା କାନରେ ଗୁଂଜି ଉଠିଲା... ସତରେ କଣ କେହି ମୋ ପାଇଁ ଚିଠି ଲେଖୁଛି.. ମୁ ମଧ୍ୟ କେମିତି ଗୋଟେ ମଣିଷ ଗୋଟେ ଚିଠି ଟା ଅନ୍ତତଃ ଖୋଲି ଦେଖନ୍ତି........ ପ୍ରଥମ ଥର ପାଇଁ ସେଦିନ ସନ୍ଧ୍ୟା ସେ ଚିଠି କଥା ଭାବି ହସି ଦେଇଥିଲା....


ସେଦିନ ତାର ସେ ହସ ହସ ମୁହଁରେ କିଛି ଅଲଗାରଙ୍ଗ ଦେଖା ଯାଉଥିଲା.. ପ୍ରଥମ ଥର ସେ ଏମିତି ଖୁସି ଥିଲା.. ଖେଳି ଉଠୁଥିଲା ତା ମୁହଁ ସତେ ଯେମିତି.... କିଛି ହରେଇଥିବା ଜିନଷ ଫେରି ଆସିଛି.


ମୁ ଟିକେ ମୁରକି ହସି ପଚାରିଲି ସନ୍ଧ୍ୟା କଣ ଚିଠି ଖୋଲିଦେଲୁ କହିଥିଲି ନା ନିଜ ଲୋକ.... 

ଆରେ ନା ନା ନା ନା..... ନିଜର ନୁହେଁ... ସେ ଜାଣିନି କିଏ


ତା ମାନେ ଚିଠି ଖୋଲିଛୁ ତୁ...


ହଁ ଖୋଲିଚି ଆଉରାତି ସାରା ସବୁ ଚିଠି ପଢ଼ିଛି... କେଜାଣି କାହିଁକି ତାର ଚିଠି କାହା ପାଇଁ କି ମୋ ପାଇଁ... କେତେ ଭାଗ୍ୟ ତାର ଯେ ସେ ଚିଠି ର ଅଧିକାରିଣୀ.


ହସି ହସି କହିଲି କାହିଁକି ଲଟେରୀ କୁପନ ଥିଲା ବୋଧେ... ନା କରି ଝରକା ପାଖକୁ ଯାଇ ଉତ୍ତର ଦେଲା .....


ନା ନା ନା ନା..... ଲଟେରୀ ତା ବହୁତ କାମ କଥା.. ସେ ଚିଠିରେ ସତେ ଯେମିତି ସେ ତାର. ସମ୍ପୂର୍ଣ ଭଲପାଈବା କୁ ନିଜ ହୃଦୟରର କୋଣ କୋଣ  ର ଭାବନା କୁ ପହଞ୍ଚେଇବା କୁ ଚେଷ୍ଟା କରିଛି

କେଜାଣି କିଏ ସେ.... ଆଉ କାହା ପାଖକୁ ଲେଖେ ସେ ଚିଠି.. ଜାଣେନା... ଜାଣିବାକୁ ବ ଚାହେଁନା... କାରଣ ପ୍ରଥମ ଥର କାହା ଭୁଲ ନିଷ୍ପତି ମତେ ଏତେ ଖୁସି ଦେଇଛି...


ହେଲେ ସନ୍ଧ୍ୟା ଏସବୁ ଠିକ ନୁହେଁ ତୁମକୁ ଜଣେଇବାକୁ ପଡିବ କେଜାଣି ସେ କାହା ପାଖକୁ ଲେଖୁଥିବ ଯେତିକି ଖୁସି ତୁମେ ହଉଛ ସେ ଚିଠି ର ଅପେକ୍ଷାରେ ଆଉ କେହି ଜଣେ କଷ୍ଟ ପାଉଥିବା... ନା ତୁମକୁ ଜଣେଇବାକୁ ହବ ସେ ଅଡ୍ରେସରେ ତୁମେ ଚିଠି ଲେଖ ସନ୍ଧ୍ୟା... ଆଉ କାହାର ଭଲପାଇବା... ସେ

ହାଠାତ ଉଠିପଡ଼ି ଚାଲିଗଲା ସେଠୁ ସେ ଆଉ କହିଦେଇ ଗଲା ନା ଆଜି ଯାଏଁ ମୁ ସେ ଚିଠି କୁ ସାଇତିରଖିଛି ସେ ଚିଠି ମୋତେ ମୋ ଜୀବନର ମାନେ କଣ ଜଣେଇଛି ସେ ଚିଠି ra ମର୍ମ କୁ ମୁ ବୁଝିଛି... ସେ ଚିଠି ମୋର ମୋ ପାଇଁ... ମୁ ସେ ଚିଠି କୁ ନିଜର କରିସାରିଛି..


ଚାଲିଯାଇଥିଲା ସନ୍ଧ୍ୟା.. ଏକ ପ୍ରକାରର କଷ୍ଟ ଦେଖା ଗଲା ମୋତେ ତା ଆଖିରେ କିଛି ହରେଇବାର କଷ୍ଟ.....


ସକାଳର କିରଣ ନ ପଡ଼ୁଣୁ ଉଠିସାରିଥିଲା ସନ୍ଧ୍ୟା ଯେମିତି କି କାହାର ଅପେକ୍ଷାରେ... ସମୟ ଗାଡି ଚାଲିଲା ଡୋର ବେଲ ବାଜୁନଥିଲା.. ପାଗଳ ହଉଥିଲା ସେ ନିଜେ ବାହାରି ପଡିଲା ସେ ପୋଷ୍ଟ ଅଫିସ...

ଅଙ୍କଲ... ଅଙ୍କଲ.. ଆଜି ମୋ ଚିଠି.. କାହିଁ? 


ଆରେ ସନ୍ଧ୍ୟା ମା ତୋ ଚିଠି ତା ଆଜି ଆସିନି.. ନହେଲେ ଦେଇ ନଥାନ୍ତି. କଣ ଆଜିରାଗ ପୁରା ଥଣ୍ଡା..


ଗୋଟେ ପ୍ରକାର ହାରିଯାଇଥିବା ମଣିଷ ଭଳି ସେଠୁ ଫେରି ଆସିଥିଲା ନୀରବତା ର ସହ ଭୋ ଭୋ ହୋଇ କାନ୍ଦି ଉଠିଥିଲା ତିରିଶ ଖଣ୍ଡ ଚିଠି କୁ ଧରି.. କାହିଁକି ଆପଣାର କରିଦେଇଥିଲା ସେ ଚିଠି ତାକୁ ନିଜକୁ ନିଜେ କୋଷିବାରେ ଲାଗିଲା.. କାହିଁକି ଖୋଲିବାର ସାହସ କଲି କହିଁଙ୍କ ସେ ଚିଠିରେ ମୁ ମୋ ନିଜକୁ ହଜେଇ ଦେଲି.. କାହିଁକି...


ସୋମବାର ର ସକାଳ ପୋଷ୍ଟ ମ୍ୟାନ ଅଙ୍କଲ.... ଡୋର ବଜେଇ ଡାକିଲେ ସନ୍ଧ୍ୟା...ରାତିର ନିଦ ପୁରା ହୋଇନଥିଲା.. ଆରେ ମା ତୋ ଚିଠି.... ଡର ଡରରେ ଚିଠି ନେଇ ଥମ କରି ବସିପଡ଼ିଲି କଣ ସତରେ ପୁଣି ଚିଠି ଆସିଛି... ଖୋଲି ବସିଲି ଗୋଟେ ନୂଆ ଆଶା ର ଆଲୋକ ରେ.. ସେଇ "ଅଚିନ୍ହା ମଣିଷ ".କୁ ଆଶା କରି..... ଲେଖାଥିଲା..


କ୍ଷମା କରିବେ ସନ୍ଧ୍ୟା ମାଡାମ.ଅଡ୍ରେସର ପିନ କୋଡ଼ ସମ୍ପୂର୍ଣ ଭାବେ ଭୁଲ ଲେଖି ଅସୁଥିଲି. କାଲି ଜାଣିବାକୁ ପାଇଲି ଯେ ମୁ ଆଜି ଯାଏଁ ଭୁଲ ଠିକଣାରେ ମୋ ପ୍ରେମିକା କୁ ଚିଠି ଲେଖୁଥିଲି.. ଅଶେଷ ଧନ୍ୟବାଦ ଆପଣ ଆଜି ଯାଏଁ ଧୌର୍ଯ୍ୟର ସହ ତାକୁ ଗ୍ରହଣ କରିଛନ୍ତି କ୍ଷମା କରିବେ ଆଜି ଠାରୁ ଏ ଭୁଲ ଦ୍ୱିତୀୟ ଥର ଦୋହରେଇବିନାହିଁ... ଇତି....ଶାନ୍ତନୁ.. ଆଚାର୍ଯ୍ୟ ।


ହସିବା ନା କାନ୍ଦିବ ସେ ଜାଣିପାରିଲାନି.. ଭାବିଲା ଯଦି ନା ପଢ଼ିଥାନ୍ତି ହୁଏତ ସେ ଚିଠି ପାଇଁରା ଗର ପାହାଡ ତିଆରି ହେଇଥାନ୍ତା...ପଢି ସାରିବା ପରର କଷ୍ଟ.... ବହୁତ ଅଧିକ... ଆଖିରେ ବୋଲ ନା ମାନି କିଛି ଲୁହ ତଳକୁ


ଆସିବାକୁ ଚେଷ୍ଟା କରୁଥିଲେ... ସେ ସବୁ କୁ ସମ୍ଭାଳି ସ୍କୁଲ ପାଇଁ ବାହାରିଲା ସନ୍ଧ୍ୟା....ମନେ ମନେ ଭାବୁଥିଲା...ସେ "ଅଚିନ୍ହା ମଣିଷ "..ର ଦିବାସ୍ବପ୍ନ... ଭାରି କଷ୍ଟଦାୟକ ଥିଲା ।। 


Rate this content
Log in

Similar oriya story from Drama