kahnu charan sahu

Romance Others


4.3  

kahnu charan sahu

Romance Others


ଅଭିନୟ

ଅଭିନୟ

2 mins 210 2 mins 210

      ଜୀବନର ଖୁସିଟିଏ ଜୀବନର ଜୟଯାତ୍ରାରେ ପ୍ରତିବର୍ଷ ଆସୁଥିବା ଜନ୍ମଦିନ । ହଜିଯାଇଥିବା ଅତୀତକୁ ଅନ୍ତରେ ଆଲିଙ୍ଗନ କରିବାର ସମୟ । ବେଳେବେଳେ ଅତୀତର ସ୍ମୃତି ଉଡାଣ ଭରନ୍ତି ନୂଆ ଏକ ଇଲାକା ପାଇଁ । ବୁଝନ୍ତିନି କେହିଜଣେ ଚାହିଁଥିବ ତାଙ୍କ ପାଇଁ.....!

      ସେଦିନ ଡିସେମ୍ବର ସାତ, କାହ୍ନାର ଜନ୍ମଦିନ । ପାହାନ୍ତାରୁ ଉଠି ଠାକୁରଙ୍କ ପାଇଁ ଫୁଲ ତୋଳା ହେବ, ମନ୍ଦିର ଯିବ, ନିଜ ପାଇଁ କିଛି ମାଗିବ ସେଥିପାଇଁ ଶୋଇବାକୁ ତରତର ହୋଇ ଶୋଇବାକୁ ଚେଷ୍ଟାକରୁଛି । ଶୋଇବାକୁ ଚାହୁଁଛି ସତ କିନ୍ତୁ ଶୋଇ ପାରୁନାହିଁ । କାଳେ ଶୋଇଯିବ ଓ ଶୋଇଗଲା ପରେ ତା' ମନର ମାନସୀ ଅନୁପମାର କଲ ଆସିବ । କଥା ନ ହେଲେ ବିଚାରି ମନ ଦୁଃଖ କରିବ । ଏମିତି କେତେ କଣ ଭାବୁ ଥାଏ । ଶୋଉ ଥାଏ ଚେଉଁଥାଏ । କେହି କେହି ରାତି ୧୨ଟାରୁ ତାର ନିଦ ବହୁତ ଥର ଭାଙ୍ଗି ସାରିଲେଣି । କିନ୍ତୁ ବିଚରା, ପ୍ରିୟତମାର ଅପେକ୍ଷାରେ......

      ସକାଳ ହୋଇ ସନ୍ଧ୍ୟା ହେବାକୁ ବସିଲାଣି ଅଥଚ ଖୋଜୁଥିବା ନାୟିକାର ଖବର ନାହିଁ । ଯେମିତି ହଜି ଯାଇଛି ବୋଧେ ସାଗରରେ । ନିଜକୁ ବୁଝଉ ଥାଏ ବିଚରା କାହ୍ନା । କାମରେ ବ୍ୟସ୍ତଥିବ ଅନୁ, ଆଉ ଟିକେ ପରେ ନିଶ୍ଚୟ କଲ କରିବ । କିନ୍ତୁ ଡିସେମ୍ବର ସାତ ସରିଗଲା ହେଲେ କଲ ଆସିଲାନି । 

      ଯାହା ଅପେକ୍ଷାରେ ନିଜକୁ ସଜେଇ ଥିଲା । ଯାହା ଗୋଲାପୀ ଓଠରୁ ଉଇସ୍ ଶୁଣିବାକୁ ପାଗଳ ହେଉଥିଲା ପରେ ଜାଣିବାକୁ ପାଇଲା ସେ ସୁନ୍ଦରୀ ଆଉ କାହା ବାର୍ଥ ଡେ ପାର୍ଟିରେ ମସଗୁଲ । ହୃଦୟରେ ଥିବା ଅବଶୋଷ, ଆଖିରୁ ଝରୁଥିବା ବୁନ୍ଦା ବୁନ୍ଦା ପ୍ରେମ ହିଁ ପରିଚୟ ଦେଉଥାଏ ତା ନିଃସ୍ୱାର୍ଥ ପ୍ରେମର ଗଭୀରତା କେତେ । 

     ହ୍ଵାଟ୍ସଆପ ଷ୍ଟାଟସ ଦେଖେତ ଅନୁର ମାଳ ମାଳ ଫୋଟୋ ଲୁଚକାଳି ଖେଳୁଛି ଆଉ କାହା ବାର୍ଥଡେ ପାର୍ଟିର । ଆଉ କାହା ବାର୍ଥଡେ ଉଇସ୍ ର କିନ୍ତୁ ସେଥିରେ ନିଜର(କାହ୍ନାର) ଗୋଟିଏ ବି ନାହିଁ । ଏଥର କାହ୍ନା ନିଜକୁ ବୁଝେଇ ଦେଲା । ଯାହା ଜନ୍ମଦିନରେ ନିଜକୁ ହଜେଇ ଦେଇଥିଲା କବିତା ଲେଖାରେ । ଚେଇଁଥିଲା ରାତି ସାରା ଉଇସ୍ ଜଣେଇବାକୁ । ବଡ଼ ନ ହେଲେ କଣ ହେଲା ଦେଇଥିଲା ଛୋଟ ଉପହାରଟିଏ । କିନ୍ତୁ ତାଆ ବାର୍ଥଡେ ରେ ସବୁ ଭୁଲିଗଲା ଅନୁ, ଯାହାକୁ ନେଇ ଦେଖୁଥିଲା ହଜାରେ ସ୍ବପ୍ନ । ଯାହାକୁ ଭାବୁଥିଲା ତାଆ କବିତାର ନାୟିକା । 

      ସମୟର ସ୍ରୋତ ବହି ଚାଲିଲା । ଦୁଇ ଦିନ ବିତିଗଲା । ତାପରେ ମୋବାଇଲ ସ୍କ୍ରିନରେ ନୃତ୍ୟ କରିବାକୁ ଲାଗିଲା ଅନୁର ନମ୍ବର । କାହ୍ନା ନିଜ ହୃଦୟକୁ ସେତେବେଳେକୁ ପଥର କରିଦେଇଥାଏ । କାହାର ମିଠା ମିଠା ନକଲି କଥାରେ ନିଜ ସ୍ୱାଭିମାନକୁ ଭୁଲିବନି କେବେ । ରିଙ୍ଗ ହେଉଥାଏ ସେମିତି କିନ୍ତୁ ରିସିଭ କଲାନି ଜମାରୁ । 

      କଲେଜରେ ଦେଖୁ ଦେଖୁ ବହେ ଶୁଣେଇବାକୁ ଲାଗିଲା ଅନୁ- 

"କଲ କାହିଁ ରିସିଭ କଲନି"

"ମୁଁ କଣ ତମ ପାଇଁ ପର ହେଇଗଲି"

"ତମେ ବୁଝି ପାରୁନ ମୋତେ" ଏମିତି ଅନେକ.....

      ହେଲେ କାହ୍ନା ବୁଝି ସାରିଥାଏ । ଅନୁ କହୁଥିବା କଥାର ମୂଲ୍ୟ ତାଆ ପାଇଁ କେତେ ଅଧିକ । ମୁକ ପରି ତୁନି ରହିଲା । କିଛି କହିଲାନି । କେବଳ ଶେଷରେ କହିଲା, ....... ଥ୍ୟାଙ୍କ ୟୁ ଭେରୀ ମଚ......ଆଉ ସେଠାରୁ ଚାଲିଗଲା । ମନେମନେ ଭାବିବାକୁ ବସିଲା ସତରେ ମଣିଷ କେତେ ନିଖୁଣ ଅଭିନୟ କରିପାରେ । ସେବେଠୁ ନିଜ ହୃଦୟକୁ ବୁଝେଇ ଦେଲା, ଆଉ କେବେ କାହାକୁ ନିଜ ଜାନ ଠୁ ଅଧିକ ନିଜର ଭାବିବା ଠିକ ନୁହେଁ । 

     କଲେଜ ଯେବେ ଯାଏ ସବୁଦିନ ଅନୁକୁ ଦେଖେ ଓ ହସିଦିଏ । ଅନୁ ଅନେକ କଥା ହେବାର ପ୍ରୟାସ କରେ ହେଲେ କାହ୍ନା କଦାପି ଆଉ ସେ ସୁଯୋଗ ଦେଲାନି । ପ୍ରେମ ତାଆ ପାଇଁ ସ୍ବର୍ଗଥିଲା କିନ୍ତୁ ବୁଝିପାରିଲାନି ଅନୁ । ଯେଉଁଠି ଜଣେ ଆଉ ଜଣକୁ ବୁଝି ପାରୁନି ସେଠି ପ୍ରେମ କଣ ଥାଏ । ଯଦିବା ଥାଏ ତାକୁ ପ୍ରେମ ନୁହେଁ କୁହାଯାଇ ପାରେ "ଅଭିନୟ......!"


Rate this content
Log in

More oriya story from kahnu charan sahu

Similar oriya story from Romance