kahnu charan sahu

Action

4  

kahnu charan sahu

Action

ସାହସୀ ଚୁଲବୁଲି ଝାନ୍ସି

ସାହସୀ ଚୁଲବୁଲି ଝାନ୍ସି

2 mins
582



ଦୁଇ ପୁଅ ଝିଅଙ୍କୁ ନେଇ ସୀତାକାନ୍ତ ବାବୁଙ୍କ ସୁନ୍ଦର ପରିବାରଟିଏ । ପତିପତ୍ନୀ ଦୁହେଁ ଗୋଟିଏ ଅଫିସ ରେ କାର୍ଯ୍ୟକରନ୍ତି । ପତ୍ନୀ ମାଧବୀ ସୀତାକାନ୍ତ ବାବୁଙ୍କ ପ୍ରାୟ ସମସ୍ତ କାର୍ଯ୍ୟରେ ସହାୟତା କରନ୍ତି । ଝିଅ ଝାନ୍ସି ଯୁକ୍ତ ତିନି ପ୍ରଥମ ବର୍ଷରେ ପଢେ ଓ ପୁଅ ରାକେଶ ଅଷ୍ଟମ ଶ୍ରେଣୀରେ । ଭାଇ ଭଉଣୀ ଦୁହେଁ ଭଲ ପାଠ ପଢନ୍ତି । ସୁନ୍ଦର, ମିଷ୍ଟଭାଷୀ ଓ ହସହସ ଚେହରା ଝାନ୍ସିର କିନ୍ତୁ ଅଳ୍ପ କଥାରେ ବେଳେବେଳେ ଛୋଟଛୁଆ ପରି ଅଭିମାନ କରିବସେ । ନାଆଁଟି ସିନା ଝାନ୍ସି ହେଲେ ଭାରି ଡ଼ରକୁଳି । ତାର ଠିକ୍ ଓଲଟା ଗୁଣର ଗନ୍ତାଘର ରାକେଶ । ଛୋଟପିଲା ରାଗିହେଲେ ବି ରାକେଶ ଭାରିଭଲ । 


ଦିନକର କଥା, ସୀତାକାନ୍ତ ବାବୁ ଓ ତାଙ୍କ ପତ୍ନୀ ମାଧବୀ ଦେବୀ ଅଫିସ କାମରେ ଭୁବନେଶ୍ୱର ଯାଇଥାନ୍ତି । ଘରେ ଥାଆନ୍ତି କେବଳ ଦୁଇ ଭାଇ ଭଉଣୀ । ଝାନ୍ସି ରୋଷେଇ କରିଥିଲା, ଭାଇ ଭଉଣୀ ଖାଇସାରି ପାଠପଢ଼ାରେ ଲାଗିଥାନ୍ତି । ପ୍ରାୟ ରାତି ୧୦ ଟା ହେବ । ଘର ଫାଷ୍ଟ ଗ୍ରିଲରେ କିଛି ଶବ୍ଦ ହେଲା ପରି ହେଉଥାଏ । ଝାନ୍ସି ଅବଶ୍ୟ ଶୁଣି ସାରିଥାଏ କିନ୍ତୁ ସିଏ ତ ଡରକୁଳି ପୁଣି ସାନ ଭାଇ ଡରିଯିବ ଭାବି ତୁନି ରହିଥାଏ ହେଲେ ମନକୁ ଦୋହଲେଇ ଦେଉଥାଏ ଚୋର ର ଭୟ । 


ଠିକ୍ ଲାଇଟ ଚାଲିଗଲା । ଝାନ୍ସି ଭାବୁଥାଏ ଏହା ଚୋର ମାନଙ୍କର କାମ ହେଇଥିବ ନିଶ୍ଚୟ । ଚୋର ଆସିବା ବିଷୟରେ ରାକେଶ କୁ ଜଣେଇଲା । ଭାଇ ଭଉଣୀ ଦୁହେଁ ସଜାଡି ନେଲେ ଯୁଦ୍ଧାସ୍ତ୍ର ଅର୍ଥାତ ଲଙ୍କା ଗୁଣ୍ଡ, ଠେଙ୍ଗା, ଗଡୁ ଇତ୍ୟାଦି । କଳା ଝିମଝିମ ଅନ୍ଧାର, ରାକେଶ ଟର୍ଚ୍ଚ ଲାଇଟ ଧରିଥାଏ ଆଉ ଝାନ୍ସି ଲଙ୍କାଗୁଣ୍ଡ । ପୁରା ପ୍ରସ୍ତୁତ ହେଇକି ଥାଆନ୍ତି । ଠିକ୍ ସେତିକି ବେଳେ ଚୋର ତାର ବୁଦ୍ଧି, କୌଶଳ ବଳରେ କବାଟ ଖୋଲି ଦେଲା । ଅନ୍ଧାର ହେଇଥିବାରୁ ସଠିକ ଭାବରେ ଦେଖା ଯାଉ ନ ଥାଏ । ଯେମିତି ଘରକୁ ପ୍ରବେଶ କରିଛି ଚୋରଟି, ରାକେଶ ଜଳେଇଦେଲା ଟର୍ଚ୍ଚ ଆଉ ଝାନ୍ସି ମାରି ଚାଲିଲା ଲଙ୍କା ଗୁଣ୍ଡ । ଆଉ ତା'ପରେ ଚୋର ମରିଗଲି ମରିଗଲି କହି ପଡି ଉଠି ଧାଇଁଲା । ପାଟି ଶୁଣି ପାଖ ପଡୋଶୀ ଘର ସାମ୍ନାରେ ରୁଣ୍ଡ ହେଇଗଲେ । ଦୁଇ ଭାଇ ଭଉଣୀଙ୍କ କଥାଶୁଣି, ଝାନ୍ସି ଓ ରାକେଶ କୁ ସାଵସ ଦେଲେ । ସେବେଠୁ ଡରକୁଳି ଝାନ୍ସି ସାହସୀ ଚୁଲବୁଲି ଭାବରେ ଜଣାଶୁଣା । ତାର ଉପଯୁକ୍ତ ବୁଦ୍ଧି ବଳରେ ଚୋର ର ବାଟବଣା ହେଇଗଲା । ସେବେଠୁ ତାର ଭୟ ସାହସର ପେଣ୍ଠସ୍ଥଳି ପାଲଟି ଗଲା । 


Rate this content
Log in

Similar oriya story from Action