kahnu charan sahu

Abstract

3  

kahnu charan sahu

Abstract

ପ୍ରେମ

ପ୍ରେମ

3 mins
322


ସାଧା-ସିଧା, ମଧ୍ୟମ ଶ୍ରେଣୀର ପିଲାଟିଏ କାହ୍ନା । ତାଙ୍କ ସେକ୍ସନ ର ପ୍ରାୟ ସମସ୍ତେ, କିଏ ବାଇକ ରେ କଲେଜ ଆସିଲା ବେଳକୁ ଆଉ କିଏ କାର୍ ନେଇକି ଆସେ କିନ୍ତୁ କାହ୍ନା ସାଧାରଣ ଗୁଟେ ସାଇକେଲ୍ ରେ ପ୍ୟାଡଲ ମାରିମାରି ଆସେ । କଲେଜ ରୁ ଫେରିବା ବେଳକୁ କେବେ ସାଇକେଲ ର ଚେନ ଖସିଯାଏ ତ ଆଉ କେବେ ପମ୍ପଚର ହେଇଯାଇଥାଏ । କାହ୍ନା ସମସ୍ତଙ୍କ ସହିତ ଖୁବ୍ କମ ସମୟରେ ମିଶିଯାଉଥିବା ପିଲାଟିଏ ହେଲେ କାହିଁକି କେଜାଣି କ୍ଳାସ ଟପର, ମିସ୍ କଲେଜ ଶ୍ରୀ ସହିତ ମିଶିବାକୁ ଯେତେ ଚେଷ୍ଟାକଲେ ବି ସଫଳ ହେଉ ନଥାଏ । ଶ୍ରୀ ବି ସମସ୍ତଙ୍କ ସହିତ କଥାହୁଏ, ଚଗଲାମୀ କରେ କିନ୍ତୁ କାହ୍ନାକୁ ଦେଖିଲେ ରାଗିଯାଏ । କାହ୍ନା ଯାହା କରେ ତାର ଓଲଟା ସିଏ କରିବ । କାହ୍ନାର ଛୋଟରୁ ଅତିଛୋଟ ଭୁଲଟିଏ ମଧ୍ୟ ସେ ସହିପାରେନି । ବୋଧେ ଶ୍ରୀ ର ପରମ ଶତ୍ରୁ ଯଦି କେହିଥାଏ କଲେଜ କ୍ୟାମ୍ପସ ମଧ୍ୟରେ ତେବେ ସିଏ କାହ୍ନା । ଦିନେ ଦିନେ ତ ଛୋଟିଆ କଥାକୁ ନେଇ ମହାଭାରତ ଆରମ୍ଭ ହେଇଯିବ ଆଉ ସେ ଦିନ ବିଚରା କାହ୍ନାର ସାଇକେଲ ପମ୍ପଚର ହେଇଯାଇଥିବା ସ୍ୱାଭାବିକ କଥା । ସାଇକେଲ ପମ୍ପଚର କରିବା ପଛରେ ଶ୍ରୀ ର ହିଁ ହାତଥାଏ ଜାଣି ବି କାହ୍ନା ତୁନି ରହିଯାଏ ଆଉ ଚାଲିଚାଲି ଫେରେ । ଶ୍ରୀ କୁ ଏସବୁ ବୋଧେ ଆନନ୍ଦ ଦିଏ । 


ଦୀର୍ଘ ଦୁଇ ବର୍ଷ ଶ୍ରୀ କାହ୍ନା ସହ ଖୁବ୍ ଅନ୍ୟାୟ କରିଛି, ହଇରାଣ କରିଛି ଏହା ସମସ୍ତେ ଜାଣନ୍ତି କିନ୍ତୁ କେହି କିଛି କହିବାକୁ ସାହସ କରନ୍ତିନି । କାରଣ ସେ (ଶ୍ରୀ) କ୍ଳାସ ଟପର୍, ପୋଲିସ ଅଫିସର ର ଏକମାତ୍ର ଅଲିଅଳି ଝିଅ । ଆଜି ଫେରୱେଲ ସବୁଦିନ ସମସ୍ତଙ୍କ ସହ ଗପୁଥିବା, ସମସ୍ତଙ୍କୁ ହସଉଥିବା ପିଲାଟି ଗୋଟେ କୋଣରେ ଜୀବନ ନ ଥିଲା ପରି ବସିଛି । ହସହସ ଚେହେରା ଶୁଖିଯାଇଛି । ଏପଟେ ଚୁଲବୁଲି ନାୟିକା ଶ୍ରୀ ସାଇଲେଣ୍ଟ ମୁଡରେ । ସବୁଦିନ ଶ୍ରୀ ଝଗଡା କରେ କାହ୍ନା ସହ ଅଥଚ ଆଜି କରୁନି କେବଳ ବାରବାର କାହ୍ନାକୁ ଚାହୁଁଛି । 


ଦୁଇବର୍ଷ ହେଲା ସମସ୍ତେ ଗୋଟିଏ ପରିବାର ପରି ଥିଲେ । କିଛି କ୍ଷଣପରେ ବିଦାୟ ନେବେ ଆଉ ସମସ୍ତଙ୍କ ଆଖିରେ ଲୁହର ବନ୍ୟା । ହଠାତ୍ ସେତିକି ବେଳେ ଶ୍ରୀ' କାହ୍ନା କୁ ଯାଇ ଜାବୁଡି ଧରିଲା ଓ କାନ୍ଦିବାକୁ ଲାଗିଲା । ସମସ୍ତେ ଅବାକ୍ ! ଏ କ'ଣ..? ପୂର୍ବରେ ଉଦୟ ହେଉଥିବା ରବି ଆଜି ବୋଧେ ପଶ୍ଚିମରେ ଉଭା । କ୍ଳାସ ରେ ସମସ୍ତେ ଏ ବିଚିତ୍ର ଦୃଶ୍ୟଦେଖି ଚାହିଁ ରହିଥାନ୍ତି ଦୁହିଁଙ୍କୁ । କାହ୍ନା ହାତ ଛାଡେଇବାକୁ ଚେଷ୍ଟା କରୁଥାଏ ଓ କହୁଥାଏ

କାହ୍ନା - ଆରେ ଛାଡୁନ । କଣ ଯେ ଛୋଟ ଛୁଆ ଭଳି କାନ୍ଦୁଛ ?

ଶ୍ରୀ - ସୋରୀ ସୋରୀ, ମୋତେ କ୍ଷମା କରିଦିଅ । 

କିଛି ସମୟ ଭିତରେ ପାଖାପାଖି 50 ଥର ସୋରୀ କହିସାରିଥିବ ଶ୍ରୀ । କେହି ବୁଝିପାରୁ ନ ଥାନ୍ତି, ଆଜି ଏ କଣ ଦେଖିଛି ଆଖି । 

କାହ୍ନା - ହଉ କ୍ଷମା କଲି, ଏଥର ତ ଛାଡ଼ ।

ଶ୍ରୀ - ନାଁ, ଜମା ନୁହେଁ ।

କାହ୍ନା - କଣ ହେଇଛି କି ତମର?

     ଆଜି କଣ ଏମିତି ମେଣ୍ଟାଲ ପରି ହଉଛ ?

ଶ୍ରୀ - କିଛି ନାହିଁ, ବାସ୍ ତମକୁ ସାରା ଜୀବନ ଏମିତି ଜାବୁଡି ଧରିବାକୁ ଇଚ୍ଛା ହେଉଛି ।

କାହ୍ନା - ଛୋଟ ଛୁଆ ପରି କଥା କୁହନି । ଶ୍ରୀ ଛାଡ଼ ପ୍ଲିଜ ସମସ୍ତେ ଦେଖୁଛନ୍ତି ।

ଶ୍ରୀ - ଦେଖନ୍ତୁ, ମୁଁ ଛାଡିବିନି । ଯଦି ଛାଡ଼ିବି ଗୋଟେ ସର୍ତ୍ତରେ ଛାଡ଼ିବି ।

କାହ୍ନା - ହଉ, ଛାଡ଼ କି ସର୍ତ୍ତ କହ ।

ଶ୍ରୀ - ପ୍ରମିଶ

କାହ୍ନା - ହଁ ବାବା, ପ୍ରମିଶ ଛାଡ଼ ଏଥର

ଶ୍ରୀ - ଆଇ ଲଭ ୟୁ ଡୁ ୟୁ ମେରୀ ମି

କାହ୍ନା - (ପୁରା ସକ) ଏ କଣ କହୁଛ ଶ୍ରୀ ପଗେଳି ହେଇଗଲ ନା କଣ ?

ଶ୍ରୀ - ତମେ ଯାହା ଭାବୁଛ ଭାବ ବାସ୍ ତମେ ମୋର ଦରକାର ।.

ସମସ୍ତେ ଚାହିଁଥାନ୍ତି । କାହ୍ନା ସହ ପ୍ରତିଦିନ ଦୁଷ୍ଟାମୀ କରୁଥିବା ଝିଅ ଯେ ଆଜି ତାକୁ ବାହାହେବା ପାଇଁ କହୁଛି କେହି ବିଶ୍ୱାସ କରିପାରୁନାହାନ୍ତି । ସତରେ ଅଜବ ଏ ପ୍ରେମ, ମଣିଷକୁ ବଦଳେଇ ଦେଇପାରେ । ପ୍ରତାରଣାର ସହରେ ପ୍ରେମର ପୁଷ୍ପ ବର୍ଷା କରିପାରେ ।


Rate this content
Log in

Similar oriya story from Abstract