kahnu charan sahu

Romance Fantasy

4  

kahnu charan sahu

Romance Fantasy

ଭଲ ପାଇପାରିବିନି

ଭଲ ପାଇପାରିବିନି

1 min
261



ସେଦିନ ଆସିଥିବା କଲ୍ ଆଉ କଲ୍ କରିଥିବା ଅଜଣା ଝିଅକୁ ଧୀରେଧୀରେ ଜୀବନଠୁ ଅଧିକା ଭଲ ପାଇ ବସିଲା କାହ୍ନୁ, ଅଳ୍ପଦିନର ସମ୍ପର୍କ ଭିତରେ । ଖୁବ ସୁନ୍ଦର ବନ୍ଧୁତା ଗଢି ଉଠିଥିଲା ଦୁହିଁଙ୍କ ମଧ୍ୟରେ । ଦିନେ କାହ୍ନୁ ନିଜ ହୃଦୟରେ ସାଇତିଥିବା କିଛି ଭଲ ପାଇବା ସେହି ପରୀଙ୍କୁ କହିବାକୁ ଚେଷ୍ଟା କଲା । ଖୁବ ଆଶା ଥିଲା ତା'ଜୀବନରେ ମନେମନେ ଭାବୁଥିଲା, କେହି ତ ବୁଝିବା ମଣିଷଟିଏ ମିଳିଛି । ଆଗରୁ ଅନେକଥର କହିଛି ହ୍ଵାଟ୍ସଆପ ଚାଟିଙ୍ଗରେ ବୋଧେ ଭଲ ଭାବରେ କହିନି ବୋଲି ବୁଝିପାରିନାହାନ୍ତି । ଦିନେ ପ୍ରକାଶ କଲା, ହୃଦୟରେ ଥିବା ଅନେକସାରା ସାଇତା ସ୍ମୃତି । ସୁନେଲି କିରଣ ବୁଣୁଥିବା ସବୁ ସକାଳେ ଓ ସଞ୍ଜରେ ଯାହାକଥା ଭାବୁଥିଲା । ଏକେଲା ଜୀବନକୁ ବିରତୀଦେବ ଖୁବ ଖୁସି ଥାଏ । ପ୍ରକାଶ କରିବାର କିଛି କ୍ଷଣ ପରେ ହିଁ ଉତ୍ତର ଆସି ଲୁଚକାଳି ଖେଳିଲା ହ୍ଵାଟ୍ସଆପର ଛାତିରେ । ମନେମନେ ଖୁବ ଖୁସି କେହିତ ବୁଝି ପାରିଛି । କିନ୍ତୁ ଉତ୍ତର ଆସିଲା.....ସରୀ, ମୁଁ "ଭଲ ପାଇପାରିବିନି" । ପଢିବାପରେ ମନର ଆଶା ଓ ହୃଦୟର ଆବେଗ ଗୁଡାକ ଅଳସୀ ନଈଟେ ପରି ଝରିବାକୁ ଲାଗିଲେ ଦୁଇ ଆଖିରୁ । କାହ୍ନୁବି ଭାବିନେଲା ଏ ଜୀବନ କେତେ ଦିନର, ଏକା ଏକା ହିଁ ସଭିଏଁ ନିଜର ।



Rate this content
Log in

Similar oriya story from Romance