kahnu charan sahu

Fantasy

4.3  

kahnu charan sahu

Fantasy

ଆଖିଏ ଲୁହ

ଆଖିଏ ଲୁହ

2 mins
272



ରାମ ବାବୁ ନିରୀହ ଚାହାଁଣୀରେ ଅପଲକ ଚାହିଁଥାନ୍ତି ପାଣିରେ ଭାସୁଥିବା ଚାଳଘରକୁ । କେବଳ ଘର ନୁହେଁ ଭାସୁଥାଏ, ଅନେକ ଦିନରୁ ସାଇତି ଥିବା ସ୍ବପ୍ନ । କେଜାଣି କାହିଁକି ପ୍ରକୃତି ଗରିବ, ଦିନମଜୁରିଆର ସ୍ବପ୍ନ ଭାଙ୍ଗେ, ବୋଧେ ଭାଙ୍ଗିବାକୁ ଭଲଲାଗେ ତାକୁ । ହେଲେ ବୁଝି ପାରେନି କ୍ରୁର ପ୍ରକୃତି ଗରିବ ଛାତିର କୋହ, ଝରି ଆସୁଥିବା ଆଖିଏ ଲୁହ ।

ପଲ୍ଲୀପୁର ଗାଆଁରେ ରାମ ବାବୁଙ୍କ ଘର । ରାମ ବାବୁ, ତାଙ୍କ ସ୍ତ୍ରୀ ରାଧା ଓ ଦୁଇ ପୁଅ ଝିଅକୁ ନେଇ ତାଙ୍କ ଟିକି ଦୁନିଆ । ପୁଅ ସତ୍ୟ, ଏବେ ଦଶମ ଶ୍ରେଣୀ ପରୀକ୍ଷା ଦେଇଛି । ଝିଅ ନାଁ ସେବତୀ, ଦୁଇ ବର୍ଷ ହେଲା ଯୁକ୍ତ ଦୁଇ ସାରି ଘରେ ବସିଛି । 

ସାବି (ସେବତୀ) ଭଲ ପଢୁଥିଲା, ସେଥିପାଇଁ ରାମବାବୁ ଶକ୍ତିମତେ ଯୁକ୍ତଦୁଇ ଯାଏଁ ପଢ଼େଇଲେ ଓ ତା'ପରେ ଆର୍ଥିକ ଅବସ୍ଥା ଆଗକୁ ବଢ଼ିବାକୁ ଦେଲାନି । ସାବି ଦେଖିବାକୁ ସୁନ୍ଦର ଓ ଅନେକ ଗୁଣର ଅଧିକାରିଣୀ । ରାମବାବୁଙ୍କ ପରିବାର ଛୋଟ ପରିବାର ଓ ସୁଖୀ ପରିବାର । ରାମବାବୁ ଦିନ ମଜୁରୀଆ, ଯାହା ସେ ଅର୍ଜନ କରନ୍ତି ସେଥିରେ ପରିବାର କଷ୍ଟେମଷ୍ଟେ ଚଳିଯାଏ । ହେଲେ, ମହାମାରୀ କରୋନା ଯୋଗୁଁ କେଇଦିନ ହେଲା ମଜୁରୀରେ ଏପଟ ସେପଟ । କେବେ କାମ ମିଳେ ତ ଆଉ କେବେ ମିଳେନାହିଁ, କେବେ ପାଞ୍ଚଦିନ କାମ ହୁଏ ତ ଆଉ କେଉଁଥର ପନ୍ଦର ଦିନ ଘରେ ବସିବାକୁ ହୁଏ । ରାମ ବାବୁ ଓ ତାଙ୍କ ପତ୍ନୀ ଖୁବ ପରିଶ୍ରମୀ, ଯେବେ କାମ ମିଳେନି ଦୁହେଁ ଲାଗି ପଡନ୍ତି ଘରପଛ ଢ଼ିପ ଜମିରେ କିଛି ପନିପରିବା ଫଳେଇବାରେ ।ପାଖ ଗାଁ ର ଜଣେ ଭଦ୍ରବ୍ୟକ୍ତି ତାଙ୍କ ପୁଅ ପାଇଁ ସାବିକୁ ବୋହୂ କରିବେ ବୋଲି ପ୍ରସ୍ତାବ ଦେଇଛନ୍ତି । ସେବେଠୁ କିଛି ଅର୍ଥ ଯୋଗାଡ଼ କରିବାରେ ଲାଗି ପଡିଛନ୍ତି ରାମବାବୁ । ପ୍ରସ୍ତାବ ଆସିବା ପାରେ ଘରେ ସମସ୍ତେ ଯେତିକି ଖୁସି ତାଆଠୁ ଢେର ଅଧିକ ବ୍ୟସ୍ତ ଯୌତୁକ ଓ ବିବାହ ଖର୍ଚ୍ଚକୁ ନେଇ । ଠିକ ସେହି ସମୟରେ ପ୍ରକୃତିର କରାଳ ରୂପ ରାମବାବୁଙ୍କ ସୁନା ସପନ ଚୁନା କରିଦେଲା । ପ୍ରଖର ପବନରେ ଚାଳଘର ଛାତ ଉଡ଼ିଗଲା । ରାମବାବୁଙ୍କ ସ୍ବପ୍ନ ଏବେ ଭେଳା ଭେଳା ହେଇ ବଢ଼ି ପାଣିରେ ଭାସିବାକୁ ଲାଗିଲା । ବର୍ଷାର ସ୍ରୋତରେ ହୁଏ ତ ଆଖିରୁ ଝରି ଆସୁଥିବା ଲୁହର ଧାର ଦେଖି ହେଉନି କିନ୍ତୁ ସାଗର ରେ ପରିଣତ ହେବାର ସାମର୍ଥ୍ୟ ରହିଛି ।


Rate this content
Log in

Similar oriya story from Fantasy