ବିଶ୍ବାସ (ଭାଗ ଏକ)
ବିଶ୍ବାସ (ଭାଗ ଏକ)
କାହ୍ନା ଓ ରାଣୀ ପିଲା ଦିନର ସାଙ୍ଗ । କାହ୍ନା, ରାଣୀକୁ ପିଲାଟି ଦିନରୁ ଖୁବ୍ ଭଲ ପାଉଥାଏ । ଠିକ୍ ସେମିତି ରାଣୀ ମଧ୍ୟ କାହ୍ନାକୁ ଆପଣାର ବନ୍ଧନରେ ବାନ୍ଧିସାରିଥାଏ । ଦୁହେଁ ଦୁହିଁଙ୍କୁ ଗାଁ ମନ୍ଦିରରେ କଥା ଦିଆନିଆ ହେଇଥାନ୍ତି, ଦୁହେଁ ଦୁହିଁଙ୍କର ପାଇଁ ସବୁଦିନ । ସ୍କୁଲ ସରିଲା ପରେ ରାଣୀ ଚାଲିଯାଏ ସହରକୁ ପାଠ ପଢିବାକୁ ଆଉ କାହ୍ନା ପରିବେଶ ପରିସ୍ଥିତିକୁ ନେଇ ପହଞ୍ଚେ ଗାଁ ପାଖ କଲେଜ୍ ରେ । ଏମିତିରେ ଅନେକ ବର୍ଷ ବିତିଯାଏ କିନ୍ତୁ କାହ୍ନା ରାଣୀକୁ ହୃଦୟରେ ସାଇତି ରଖିଥାଏ ।
ଦୀର୍ଘ ଦଶବର୍ଷ ପରେ ହଠାତ୍ ଦିନେ କାହ୍ନା ଆଉ ରାଣୀର ଦେଖାହୁଏ ସହରର ସିଟି କଲେଜରେ । ପ୍ରଥମ ଦେଖାରୁ ହିଁ କାହ୍ନୁ ରାଣୀକୁ ଜାଣିସାରିଥାଏ କିନ୍ତୁ କାଳେ ରାଣୀ ଚିହ୍ନି ପାରିବ ଅବା କେହି କିଛି କହିବ ସେ ଭୟରେ ଅଜଣା ଅତିଥି ପରି ବ୍ୟବହାର କରୁଥାଏ । ଦିନେ କାହ୍ନା ସାହାସ ଜୁଟେଇ ପଚାରିଲା....
କାହ୍ନା - ମାମ କେମିତି ଅଛନ୍ତି ?
ରାଣୀ - ହଁ, ଭଲ ।
କାହ୍ନା - ମୁଁ ଆଗରୁ ଆପଣଂକୁ ଜାଣିଛି ।
ରାଣୀ - ଓଃ ! କେମିତି ?<
/p>
କାହ୍ନା - ଆମେ ଦୁହେଁ ଗୋଟେ ସ୍କୁଲ ରେ ପଢୁଥିଲେ ।
ରାଣୀ - ହଁ, ହେଇଥିବ ।
କାହ୍ନା - ହଉ, ଆସୁଛି ମାମ
ରାଣୀ - ଓକେ....
କାହ୍ନା ଅନୁମାନ କରିପାରୁଥାଏ ରାଣୀର କଥା ବାର୍ତ୍ତାରୁ ଅତୀତର ସମ୍ପର୍କ । ଯଉ ହୃଦୟ ଦିନେ ରାଣୀର ନାଁ ଜପ କରୁଥିଲା ଆଜି ପାଖରେ ପାଇ ହଜିଯାଇଥିବା ମିଠା ଅତୀତକୁ ଖୋଜିବାକୁ ଚେଷ୍ଟା କରୁଛି । ହେଲେ ସମୟ ବଦଳିବା ସହିତ ରାଣୀର ହୃଦୟ ବି ବଦଳି ଯାଇଛି ଠିକ୍ ଅନୁମାନ କରିପାରୁଥାଏ କାହ୍ନା । ହୃଦୟ ଅନୁଭବ କଲା ପରେ ପ୍ରେମରୋଗୀ ଗୀତ ଗାନ କରୁଥିବା ହୃଦୟ ଆପେ ଆପେ ନିଶ୍ଚଳ ନିସ୍ତବ୍ଧ ମରୁଭୂମି ପାଲଟି ଗଲା ।
ଦିନେ ମଙ୍ଗଳବାର ମାର୍କେଟରେ ଦେଖା ହେଇ ଯାଆନ୍ତି ରାମବାବୁ (ରାଣୀଙ୍କ ବାପା) ଓ ରାଣୀ । ସ୍କୁଲ ସମୟରେ ଗୋଟେ ସାହିରେ ରହୁଥିଲେ । କାହ୍ନାକୁ ଦେଖି ଫଟକିନା ଚିହ୍ନିଦେଲେ । କାହ୍ନା ମଧ୍ୟ ଜାଣିପାରି ଜୁହାର ହେଲା । କିଛି ସମୟ କଥାବାର୍ତ୍ତା ପରେ ଯେ ଯାହା ଘରକୁ ଚାଲିଗଲେ ଓ ଯିବାବେଳେ ଅତି ଆଦରରେ ରାମବାବୁ କାହ୍ନାକୁ ଘରପଟେ ଆସିବାକୁ କହିଗଲେ ।
କ୍ରମଶଃ....