The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Minakshi Samal

Drama Romance Tragedy

3.2  

Minakshi Samal

Drama Romance Tragedy

ଆତ୍ମଶୁଦ୍ଧି

ଆତ୍ମଶୁଦ୍ଧି

7 mins
658



ସୁନ୍ଦରୀ ,ଶାନ୍ତ ଓ ସୁଶୀଳା ଝିଅଟିଏ ଜାନ୍ହବୀ । ରେଭେନ୍ସା କଲେଜରେ ବଟାନୀ ରେ ସ୍ନାତକୋତ୍ତର ଡିଗ୍ରୀ କରିବା ସମୟରେ ଏକ ଦୁର୍ବଳ ମୁହୁର୍ତ୍ତରେ ସେଇ ଡିପାର୍ଟମେଣ୍ଟର ପ୍ରଫେସର ବିନିତ ରାୟଙ୍କ ସହିତ ପ୍ରେମ ସମ୍ପର୍କ ଗଢିଉଠେ ତା'ର । ଡିପାର୍ଟମେଣ୍ଟରେ ଚୁପିଚୁପି କଥାବାର୍ତ୍ତା ଚାଲେ ଏମାନଙ୍କ ପ୍ରେମ ବିଷୟରେ । ପ୍ରେମ ପକ୍ଷୀ ଦୁଇଜଣଙ୍କର କିନ୍ତୁ ନିଘା ନଥାଏ । ପଘା ଛିଣ୍ଡାଇବା ପୂର୍ବରୁ ଏକଥା ଜାନ୍ହବୀର ବାପାଙ୍କ କାନରେ ପଡିଲା । ସେଇଦିନ ହିଁ ରାତିରେ ଝିଅକୁ ଜେରା କରିବା ଆରମ୍ଭ କରି ଦେଇ ଥିଲେ । ବାପା ସେ,ତାଙ୍କୁ ହିଁ ଜଣା ଏ ପରିସ୍ଥିତିକୁ କିପରି ଭାବେ ମୁକାବିଲା କରିବାକୁ ହେବ । ମା' ନିଜର ଭାଇକୁ ପୁଅ ବିଷୟରେ ଟିକିନିଖି ବୁଝିବାର ଦାୟିତ୍ୱ ବି ଦେଇ ସାରିଥିଲେ ।


ଖବର ମିଳିଲା ଯେ ବିନୀତ କଟକର ଖୁବ ନାମଜାଦା ଶିଳ୍ପପତି ସମରେଶ ରାୟଙ୍କ ଏକମାତ୍ର ପୁତ୍ର । ଧନ,ଜନ,ଗୋପ,ଲକ୍ଷ୍ମୀ କୌଣସିଥିରେ ଊଣା ନଥିଲେ ହେଁ ଗୋଟିଏ ଜାଗାରେ କେଁ ଟିଏ ଥିଲା । ବିନୀତ ମା ଛେଉଣ୍ଡ ଥିଲେ । ଶାଶୁ ନଥିବା ଘରେ ଝିଅ ଦେବାଟା ଠିକ ହେବନି ବୋଲି ଉଭୟ ମାତା ପିତାଙ୍କ ମତ ଥିଲା । ଜାନ୍ହବୀର ମାମୁଁ ଏଭିତରେ ହସ୍ତକ୍ଷେପ କରି ଭଉଣୀ ଭିଣୋଇଙ୍କୁ ଖୁବ ବୁଝାଇବାରୁ ସେମାନେ ବହୁ କଷ୍ଟରେ ରାଜି ହେଲେ ।  


ଶୁଭସ୍ୟ ଶୀଘ୍ରମ ନ୍ୟାୟରେ ଶଳା ଭିଣୋଇ ଦୁଇଜଣ ଯାକ ପହଞ୍ଚିଲେ ବିନୀତଙ୍କ ଘରେ । ଏକଥା ଜାନ୍ହବୀ ଠାରୁ ଶୁଣିଥିଲେ ବିନୀତ । ତେଣୁ ବାପାଙ୍କୁ ସବୁକଥା କହି ସନ୍ଧ୍ୟା ସମୟରେ ଘରେ ରହିବାକୁ ଅନୁରୋଧ କରିଥିଲେ ସେ ।


କାରୁକାର୍ଯ୍ୟମୟ ଭବ୍ୟ ଅଟ୍ଟାଳିକାଟି ଇନ୍ଦ୍ରପୁରୀ ସମ ମନେ ହେଉଥିଲା । ଆଖି ଖୋସି ହୋଇ ଯାଉଥିଲା ଜାନ୍ହବୀର ବାପା ଓ ମାମୁଁଙ୍କର । ଭୟ ଲାଗୁଥିଲା ଯେ ଏତେବଡ ବିତ୍ତଶାଳୀ ବ୍ୟକ୍ତି କ'ଣ ରାଜି ହେବେ ଏ ସମ୍ବନ୍ଧରେ?ଝିଅର ଆଗତ ଭବିଷ୍ୟତ ବିଷୟରେ ଚିନ୍ତା କରି ଆଶଙ୍କାଗ୍ରସ୍ତ ହୋଇଯାଉଥିଲା ବାପା ତ୍ରିଲୋଚନ ରାଉଳଙ୍କ ମନ ।


ଗଳା ସଫା କରୁ କରୁ ସମରେଶ ରାୟ ବୈଠକ ଖାନାକୁ ପ୍ରବେଶ କଲେ । ନମସ୍କାର ପ୍ରତି ନମସ୍କାର ପରେ ଅସଲ କଥାଟି ପଡିଲା । ଏକମାତ୍ର ପୁତ୍ରର ପସନ୍ଦକୁ ନାପସନ୍ଦ କରିବାର କୌଣସି ଇଛା ନଥିଲା ତାଙ୍କର । ପ୍ରାଚୁର୍ଯ୍ୟରେ ଭରା ତାଙ୍କର ମହଲରେ କୌଣସି ଜିନିଷର ଆବଶ୍ୟକତା ନାହିଁ ବୋଲି ରୋକଠୋକ ଶୁଣେଇ ଦେଲେ ସେ । ଆବାକାବା ହୋଇ ଶୁଣୁଥାନ୍ତି ଶଳା ଭିଣୋଇ ଦୁଇଜଣ । ସତେଅବା ସରଗର ଚାନ୍ଦ ତାଙ୍କ ହାତରେ ଖସି ପଡିଛି । ଆସନ୍ତା ମାଘ ମାସକୁ ଦିନ ଧାର୍ଯ୍ୟ କରି ଜଣାଇଲେ ବିବାହ କାର୍ଯ୍ୟଟା ବଢାଇ ଦେବା ବୋଲି ସମରେଶ ରାୟ କହିବା ପରେ ଜାନ୍ହବୀର ପିତା ଓ ମାମୁଁ ସେଠାରୁ ବିଦାୟ ନେଲେ । ରାସ୍ତାସାରା ଦୁହେଁ କୁହାକୁହି ହେଉଥା'ନ୍ତି.....ଆମ ଜାନୁ ଟା ଖୁବ ଭାଗ୍ୟବତୀ । ଏମିତି ଘର ଓ ବର ଭାଗ୍ୟରେ ଥିଲେ ମିଳେ ।


ପରୀକ୍ଷା ଶେଷ ହେବା ପୂର୍ବରୁ ଭଲ ତିଥି ପଡିବାରୁ ସେଇ ମାଘ ମାସରେ ବିବାହ କାର୍ଯ୍ୟ ସମାପନ ହେଲା । ବରଯାତ୍ରୀଙ୍କ ଚର୍ଚ୍ଚା ପାଇଁ ଅକୁଣ୍ଠ ଚିତ୍ତରେ ଖର୍ଚ୍ଚ କରିଥିଲେ ଜାନ୍ହବୀର ପିତା । ବଡ ଝିଅର ବିବାହର ଆବଶ୍ୟକୀୟ ସମସ୍ତ ଜିନିଷ ତ ଆଗରୁ ପ୍ରାୟ ଯୋଗାଡିକି ରଖିଥିଲେ ମା' ଯମୁନା । ପୁଅ ଘରର ତ କୌଣସି ଦାବୀ ନଥିଲା ଯୌତୁକ ବାବଦରେ । ସେଥିପାଇଁ ସବୁକିଛି କାମ ସୁରୁଖୁରୁରେ ହୋଇଗଲା ।


ଶାଶୁ ନଥିବା ଘରେ ମଧ୍ୟ ଟଙ୍କା ପଇସା ବଦଳରେ ସବୁକାମ ବେଶ ସୁରୁଖୁରୁରେ ହୋଇ ଚାଲିଥିଲା । ବନ୍ଧୁ ପରିଜନ ମାନେ ସବୁକାମରେ ସହଯୋଗ କରିଥିଲେ ।


ଆସିଥିଲା ବହୁ ପ୍ରତୀକ୍ଷିତ ରାତ୍ରୀଟି । ବିଧିପୂର୍ବକ ଦୀପଟିଏ ଜଳୁଥିଲା ମଧୁର ମିଳନର ମୂକସାକ୍ଷୀ ହୋଇ । ଶୟନ କକ୍ଷଟିରେ ଥିବା ଶଯ୍ୟାଟି ରଜନୀଗନ୍ଧାର ମାଳଗୁଡିକରେ ଆବୃତ୍ତ ଥିଲା । କୋମଳ ମଖମଲ୍ଲୀ ଗଦି ଉପରେ ରକ୍ତ ଗୋଲାପ ପାଖୁଡାର ଚଦର ଥିଲା । ମନ ଦିଆନିଆ କାମ ତ ଆଗରୁ ସରିଥିଲା । ବାକିଥିଲା ଶରୀର ଦୁଇଟିର ମିଳନ । ଅବିଶ୍ବାସ ମନେ ହେଉଥିଲେ ମଧ୍ୟ ଦୁଇଜଣ ନିଜ ନିଜକୁ ଜୀବନ ସାଥୀ ରୂପରେ ପାଇ ଖୁବ ଖୁସି ଥିଲେ । ମଧୁଯାମିନୀର ମାଧୁର୍ଯ୍ୟ ବଢାଇବା ପାଇଁ ବିନୀତ ନିଜେ ହିଁ ପ୍ରଥମେ ଆଗକୁ ବଢିଥିଲେ । ହୃତ ସ୍ପନ୍ଦନ ବଢି ସାରିଥିଲା ଜାନ୍ହବୀ ର । କୋମଳ ତନୁ ବଲ୍ଲରୀକୁ ସମ୍ପୂର୍ଣ୍ଣରୂପେ ଲୋଟାଇ ଦେଇଥିଲା ବିନୀତ ଙ୍କ ଉପରେ । ନିଜର କୁମାରୀତ୍ୱ ଉପରେ ଅଧିକାର ଜାହିର କରିବାକୁ ସତେ ଯେପରି ନୀରବରେ ବିନୀତଙ୍କୁ ସହମତି ପ୍ରଦାନ କରୁଥିଲା । ଲଜ୍ଜାରୁଣ ତା'ର ମୁଖମଣ୍ଡଳରେ ଉଷ୍ଣ ଚୁମ୍ବନ ଆଙ୍କି ଦେଉଥିଲେ ବିନୀତ । ହାତ ଦୁଇଟି ଜାନ୍ହବୀ ଶରୀରର ନିଷିଦ୍ଧ ଇଲାକା ଗୁଡିକୁ ସ୍ପର୍ଶ କରି ଚାଲିଥିଲେ । ବିବାହର ପବିତ୍ର ବନ୍ଧନର ମୂଳଦୁଆ ତ ଏଇ ମୁହୁର୍ତ୍ତରୁ ଆରମ୍ଭ ହୋଇଥାଏ ଯେଉଁଠି ଦୁଇଟି ଶରୀର ଓ ଆତ୍ମା ପରସ୍ପର ପାଖରେ ସ୍ଫଟିକ ସମ ସ୍ବଚ୍ଛ ହୋଇ ଉଠନ୍ତି । କାମଦେବ ଓ ରତିରେ ରୂପାନ୍ତରିତ ହୋଇ ସ୍ବଳ୍ପ ସମୟ ଭିତରେ ଦୁହେଁ ଏକ ହୋଇ ଯାଇଥିଲେ ।


ସକାଳର ସୂର୍ଯ୍ୟ ସମ୍ପୂର୍ଣ୍ଣତାର ତୃପ୍ତିରେ ଭିଜେଇ ଦେଇଥିଲା ତନୁ ମନ । ରତି କ୍ଲାନ୍ତିର ଲେସ ମାତ୍ର ଆଭାସ ନଥିଲା ଜାନ୍ହବୀର ମୁଖମଣ୍ଡଳରେ । ସହବାସର ପ୍ରତ୍ୟେକ ଅଭୂଲା ଏବଂ ସୂକ୍ଷ୍ମାତିସୂକ୍ଷ୍ମ ମୂହୁର୍ତ୍ତ ଗୁଡିକୁ ଦେହ ମନର ଅଦୃଶ୍ୟ ରନ୍ଧ୍ରରେ ନିବୁଜ କରି ରଖି ଦେଇଥିଲା ଚିର କାଳ ପାଇଁ ।


ସକାଳୁ ନିଜକୁ ବିନୀତଙ୍କର ଗାଢ ଆଲିଙ୍ଗନ ଭିତରୁ ମୁକ୍ତ କରି ,ଆଲୁଳାୟିତ କେଶ ସବୁ ସଜାଡି ଗାଧୋଇ ପାଧୋଇ ପ୍ରସ୍ତୁତ ହୋଇଗଲା ଠାକୁର ପୂଜା ପାଇଁ । ତାପରେ ସକାଳର ଜଳଖିଆ ପ୍ରସ୍ତୁତି ପାଇଁ ରୋଷଘରେ ପହଞ୍ଚି ଦେଖିଲା ଚାକର ପୂଜାରୀ ବୋଲହାକ କରିବାକୁ ଆଗରୁ ପ୍ରସ୍ତୁତ ଅଛନ୍ତି । କେବଳ ଯାହା ତା'ର ଆଦେଶର ଅପେକ୍ଷାରେ ଥିଲେ ସମସ୍ତେ । ସମସ୍ତଙ୍କର ବାରଣ ସତ୍ତ୍ୱେ ନିଜେ ଜଳଖିଆ ପ୍ରସ୍ତୁତ କଲା ସେ ।


ଡାଇନିଂ ଟେବୁଲରେ ସୁନ୍ଦର ଭାବେ ଖାଦ୍ୟଗୁଡିକୁ ସଜାଇ ରଖି ଶ୍ବଶୁରଙ୍କୁ ଖାଦ୍ୟ ପରଶି ବିନୀତଙ୍କୁ ଡାକିବାକୁ ଗଲା । ଶ୍ବଶୁର ସେତେବେଳକୁ ଟେବୁଲ ପାଖରେ ବସି ସାରିଥିଲେ । ପ୍ରଣୟର ଶୋଷ ମେଣ୍ଟାଇବାକୁ ପୁଣି ଥରେ ବିନୀତ ବେଡ ଉପରକୁ ଭିଡି ଆଣିଲେ ଜାନ୍ହବୀକୁ । ଅନିଚ୍ଛା ଥିଲେ ମଧ୍ୟ ନିଜକୁ ବିନୀତର ଇଛା ଆଗରେ ସମର୍ପଣ କରି ଦେଇଥିଲା । ଭୂଲିସାରିଥିଲା ଯେ ଡାଇନିଂ ଟେବୁଲ ପାଖରେ ଖାଇ ବସିଛନ୍ତି ଶ୍ବଶୁର ।


ଏଭିତରେ କିଛି ସମୟ ଅତିକ୍ରାନ୍ତ ହୋଇସାରିଥାଏ । ଦୁଇଜଣ ତଳକୁ ଆସିଲା ବେଳକୁ ଶ୍ବଶୁରଙ୍କର ଖିଆ ସରିଥାଏ । ନିଜ ରୁମକୁ ଚାଲିଗଲେ ସେ । କିଛି ସମୟ ପରେ ହାତରେ ଏକ ଗହଣା ବାକ୍ସ ଧରି ଆସିଲେ ସେ । ସେଇଟି ଖୋଲି ଏକ ଚନ୍ଦ୍ରହାର ବାହାର କରି ବୋହୁ ପରଶା ପାଇଁ ଜାନ୍ହବୀକୁ ଉପହାର ଦେଲେ । ଖୁସିରେ ତାର ମନ ଭରି ଉଠୁଥିଲା ।


ଏଇମିତି ଶ୍ବଶୁରଙ୍କ ସ୍ନେହ,ଶ୍ରଦ୍ଧା ଓ ପତିଙ୍କର ଅମାପ ପ୍ରଣୟ ବତୁରା ପ୍ରେମକୁ ଆଧାର କରି ଗଡିଚାଲିଲା ଜାନ୍ହବୀର ଦାମ୍ପତ୍ୟଜୀବନର ରଥ । ପରୀକ୍ଷାର ଦିନ ତାଲିକା ଆସିଯାଇଥିଲା । ଏଥର ନିଜର ବହିଖାତା ଭିତରେ ନିଜକୁ ପୁଣିଥରେ ହଜାଇ ବାକୁ ଆରମ୍ଭ କରି ଦେଲା ସେ । ପାଖାପାଖି କୋଡିଏ ଦିନ ଧରି ଛୁଇଁ ପାରି ନଥିଲା ସେସବୁକୁ । ଭଲରେ ଭଲରେ ପରୀକ୍ଷା ସରିଲା । ଏଥର ସୁନ୍ଦର ଭାବେ ଘର ସଜାଇବାରେ ମନ ଦେବ ଓ ୟୁ ଟ୍ୟୁବ ରୁ ଭଲ ଭଲ ରାନ୍ଧଣା ଶିଖି ନିଜେ ବନେଇବ ବୋଲି ସ୍ଥିର କଲା ।


ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହରେ ତିନି ଦିନ ପାଇଁ ବିନୀତଙ୍କୁ ଏକ ସେମିନାରରେ ଯୋଗ ଦେବା ପାଇଁ ଦିଲ୍ଲୀ ୟୁନିଭରସିଟି ଯିବାକୁ ପଡିଲା । ନିଜ ସାଙ୍ଗରେ ଜାନ୍ହବୀକୁ ସେ ନେବାକୁ ଚାହୁଁଥିଲେ । କିନ୍ତୁ ଜାନ୍ହବୀର ଏକା ଜିଦ ଶ୍ବଶୁରଙ୍କୁ ଏକୁଟିଆ ଛାଡି ଯିବନି । ତାର ଜିଦ ଆଗରେ ବିନୀତ ହାରିଗଲେ ।


ଦିନ ବେଳା ସମସ୍ତ ଚାକର ପୁଜାରୀଙ୍କ ମେଳରେ ରହି ସମୟ ଜଣା ପଡେନା । ରାତିରେ ସବୁ କାମ ଦାମ ସାରି ସମସ୍ତେ ଯିବାପରେ ଘରଟା ସତେ ଯେମିତି ଖାଇ ଗୋଡାଏ । କାହିଁକି କେଜାଣି ଦୁଇ ତିନୋଟି ଲୋକଙ୍କ ପାଇଁ ଏତେ ବଡ ଘର ବନାଯାଏ ତା ସେ ବୁଝି ପାରେନା । ବାହାର ଆଉଟ ହାଉସରେ ଡ୍ରାଇଭର ମନୁଆ ରହେ । ତା ଗାଁ ଦୂରରେ ଥିବାରୁ ସେ ମାସକୁ ଥରେ ଲେଖା ଯାଏ ସେଠାକୁ । ରାତିରେ ଖିଆ ସରିଲା ପରେ ସେ ଆଉଟ ହାଉସ କୁ ଶୋଇବାକୁ ଚାଲିଯାଏ ।


ସେଦିନ ରାତିରେ ଡିନର ସରିବା ପରେ ଶ୍ବଶୁରଙ୍କୁ କ୍ଷୀର ଗ୍ଲାସଟି ଦେଇ ନିଜ ରୁମକୁ ଚାଲି ଆସିଲା ଜାନ୍ହବୀ । କିଛି ସମୟ ପରେ ଶ୍ବଶୁରଙ୍କ ରୁମରୁ ଖୁବ ଜୋରରେ କାଶିବାର ଶବ୍ଦ ଶୁଣି ଧାଇଁଗଲା ଦେଖିବା ପାଇଁ । ପାଣି ଗ୍ଲାସଟି ବଢାଇ ଦେଲା ବେଳେ ଶ୍ବଶୁର ତା ହାତକୁ ଚାପି ଧରିଲେ । ହାତଟି ତାଙ୍କ ହାତ ମୁଠାରୁ କାଢି ଆଣି ପଚାରିଲା,ବାପା.....ଆପଣଙ୍କ ଦେହ ଯଦି ଭଲ ଲାଗୁନି ତାହେଲେ ଆଉଟ ହାଉସ ରୁ ମନୁଆକୁ ଡାକି ଆଣୁଛି ।


ନା ନା ତାକୁ ଡାକିବା ଦରକାର ନାହିଁ । ମୁଁ ଠିକ ହୋଇଯିବି ।


ପରଦିନ ସକାଳୁ ରାତି ଯାଏ ସବୁ ଠିକ ଠାକ ଚାଲିଥିଲା । ସେଦିନ ମନୁଆକୁ କିଛି ସମୟ ଶ୍ବଶୁରଙ୍କ ସହିତ ରହିବାକୁ କହିଥିଲା ଜାନ୍ହବୀ । ମନୁଆ ଥିବା ଭିତରେ କ୍ଷୀର ଗ୍ଲାସଟି ଶ୍ବଶୁରଙ୍କ ଟି ପୟ ଉପରେ ରଖି ଉପର ମହଲାକୁ ଚାଲି ଆସିଥିଲା ସେ ।


ରାତିରେ ଟିକେ ଛାଇ ନିଦ ଲାଗି ଆସିଛି ତାକୁ । କବାଟରେ କାହାର କରାଘାତ ଶୁଣି ନିଦଟା ଭାଙ୍ଗିଗଲା । ପୁଣିଥରେ ଜୋର ଜୋରକି କିଏ ତା' କବାଟକୁ ପିଟିବାକୁ ଲାଗିଲା । ଘରେ ତ ସେମାନେ ଦୁଇଜଣ । କାଳେ ଶ୍ବଶୁରଙ୍କ ଦେହ ବେଶୀ ଖରାପ ଲାଗୁଥିବ ଭାବି ଦରଜା ଖୋଲିଲା ସେ । ତାକୁ ଚମକାଇ ଶ୍ବଶୁର ତତକ୍ଷଣାତ ତା ରୁମ ଭିତରକୁ ଆସି ଦରଜା ଭିତର ପଟୁ ବନ୍ଦ କରିଦେଲେ । ଶ୍ବଶୁରଙ୍କ ଏ ଅପ୍ରତ୍ୟାଶିତ ବ୍ୟବହାର ଦେଖି ଜାନ୍ହବୀ ମୁଣ୍ଡରେ ଚଡକ ପଡିଲା । ସେ ବିନମ୍ର ଭାବରେ ପଚାରି ବସିଲା.......କ,ଣ ହେଇଛି ବାପା । ଦେହ ବେଶୀ ଖରାପ ଲାଗୁଛି କି?ସେଇଥିପାଇଁ ତ ମୁଁ ବିନୀତଙ୍କ ସାଙ୍ଗରେ ନଯାଇ ରହିବାକୁ ସ୍ଥିର କଲି ।


ତୁ ଠିକ କରିଛୁ ମା' । ମୋ ମନକଥା ଠିକରେ ବୁଝିପାରିଛୁ । କହୁକହୁ ଜାନ୍ହବୀକୁ ଦୁଇହାତରେ କୁଣ୍ଢେଇ ପକେଇ ତା ମୁହଁ ପାଖକୁ ନିଜର ମୁହଁ ଲଗାଇବାକୁ ଆସୁଥିବା ବେଳେ ସେ ବଳ ପୂର୍ବକ ନିଜକୁ ଛଡାଇ ନେଇ ଉଚ୍ଚ ସ୍ବରରେ କହିବାକୁ ଲାଗିଲା......ଏ କ'ଣ କରୁଛନ୍ତି ଆପଣ?ମୁଁ ପରା ଆପଣଙ୍କ ବୋହୁ,ଆପଣଙ୍କ ଝିଅ ସମାନ ।


ଆରେ ମା,କିଏ ମନାକଲା । ତୁ ମୋର ବୋହୁ,ମୋ ଝିଅପରି । ଏ ମନ କ'ଣ ମାନୁଛି । ପତ୍ନୀହରାର ଦୁଃଖ କିଏ ବୁଝୁଛି କହିଲୁ ମା । ଏତେ ବର୍ଷଧରି ବିପତ୍ନୀକ ହୋଇ ବଞ୍ଚିବା କେତେଯେ କଷ୍ଟକର ମୁଁ ହିଁ ଜାଣେ । କିଛି ସମୟ ପାଇଁ ମତେ ସେ ସୁଖ ତୁ ହିଁ ଦେଇପାରିବୁ । ଏଇ କଥା ଭାବି ତ ମୁଁ ତୋ ଭଳି ମଧ୍ୟବିତ୍ତ ଘରର ଝିଅକୁ ବୋହୁ କରି ଆଣିଲି ଯେ କି ବିନା ପ୍ରତିବାଦରେ  ମୋର ପ୍ରାଚୁର୍ଯ୍ୟ ଓ ପ୍ରତିପତ୍ତି ବଦଳରେ ମତେ କିଛିଟା ଖୁସି କରି ପାରିବ । ପୁଣିଥରେ ଦୃତ ଗତିରେ ଶ୍ବଶୁର ମାଡି ଆସି ଅକ୍ତିଆର କରି ନେଇଥିଲେ ଜାନ୍ହବୀର ଦେହକୁ । କାମଜ୍ବାଳାରେ ଜର୍ଜରିତ ସମରେଶ ରାୟ ଜାନ୍ହବୀକୁ କାବୁ କରି ତାଙ୍କ କାମନାକୁ ଚରିତାର୍ଥ କରିବା ପାଇଁ ବ୍ୟାଘ୍ର ଟିଏ ତ୍ରସ୍ତା ହରିଣୀକୁ ଆକ୍ରମଣକଲା ପରି ମାଡି ବସିଥିଲେ । ହୁଏତ ଆଉ କିଛିଟା ସେକେଣ୍ଡରେ ସେ ସଫଳତା ପାଇ ପାରିଥାନ୍ତେ । ତାଙ୍କୁ ଚମକାଇ ତାଙ୍କ ହାତକୁ ନିଜର ସମସ୍ତ ଶକ୍ତି ଖଟାଇ କାମୁଡି ଦେଇ ଜୋରରେ ଦଉଡିଆସି କବାଟର ଛିଟିକିଣି ଖୋଲି ମୁଖ୍ୟ ଦ୍ବାରର କବାଟ 

ଖୋଲି ମନୁଆକୁ ଡାକିଲା ଜାନ୍ହବୀ । ମନୁଆ ହଡବଡେଇ ଉଠି କ'ଣ ହୋଇଛି ବୋଲି ପଚାରିଲାରୁ ଶ୍ବଶୁରଙ୍କ ଦେହ ଖରାପ ଲାଗୁଛି ବୋଲି କହି ତାକୁ ଭିତରକୁ ଯାଇ ତାଙ୍କ ସହିତ ରହିବାକୁ କହିଲା । ହଠାତ କରି ଘରର ଗୁମର ପଦାରେ କେମିତି ପକାଇ ପାରିଥା'ନ୍ତା ସେ ।


ସେତେବେଳକୁ ଶ୍ବଶୁର ନିଜ ରୁମକୁ ଆସି ସାରିଥାନ୍ତି । ସମ୍ପୂର୍ଣ୍ଣ ରୂପେ ଥରୁଥାଏ ସେ । ଏତେ ରାତିରେ ଫୋନ କରି ବିନୀତଙ୍କୁ ହଇରାଣ କରିବା ଠିକ ହେବନି ଭାବି ଖଟ ଉପରେ ସେମିତି ପଡି ରହିଲା । ହେଲେ ପାରିଲାନି ।


ବିନୀତଙ୍କୁ ଫୋନରେ ପୂର୍ବ ରାତିର କଥା ସହ ସେଇ ରାତିରେ ଘଟିଥିବା ସମସ୍ତ କଥା ଆମୁଳଚୁଳ ବର୍ଣ୍ଣନା କରିବାକୁ ଲାଗିଲା । ବିନୀତ ତା'ର କୌଣସି କଥାକୁ ବିଶ୍ୱାସ କରୁ ନଥିଲେ । ତାଙ୍କ ବାପା ଏମିତି ହୋଇ ନପାରନ୍ତି ବୋଲି ଜୋର ଦେଇ କହୁଥିଲେ ସେ । ଏକଥା ମଧ୍ୟ କହୁଥିଲେ ଯେ ଜାନ୍ହବୀର ଶ୍ବଶୁରଙ୍କୁ ବୁଝିବାରେ କିଛି ଭୂଲ ହୋଇଛି । ତାଙ୍କର କଥା ସବୁ ଜାନ୍ହବୀ କାନରେ ଧୀରେଧୀରେ ଅସ୍ପଷ୍ଟ ହୋଇଯାଉଥିଲା । ନିଜ ଅଜାଣତରେ ସେ କେତେବେଳୁ ରାୟ ନିବାସ ରୁ ବାହାରି ଆସିଥିଲା ସେ ନିଜେହିଁ ଜାଣିପାରି ନଥିଲା ।


ଆଉ ତା'ପରେ ସକାଳର ସୂର୍ଯ୍ୟ କିରଣରେ ରାତ୍ରୀର ଯନ୍ତ୍ରଣା ଓ ଅନ୍ଧକାର ଧୀରେଧୀରେ ଅସ୍ପଷ୍ଟ ହୋଇ ଆସୁଥିଲା । ସେ ଚାଲିଥିଲା ଏକମୁହାଁ ହୋଇ ସେହି ରାସ୍ତାରେ ଯେଉଁ ରାସ୍ତାରେ ଆଉ ତା ଘର ଦେଇ ଫେରିବନି । ଛାଡ ହୋ..ସେ ସଂସ୍କୃତି ଓ ପରମ୍ପରାର କଥା,ଯାହା ନିଜ ଘର ଝିଅ ବୋହୁଙ୍କ ଦେହକୁ ସୁରକ୍ଷା ଦେଇପାରେନି । ସେ ଭୂଲିସାରିଥିଲା ସିନ୍ଦୁରର ମାହାତ୍ମ୍ୟ,ଲକ୍ଷ୍ମୀପୁରାଣର ଗାଥା,ଆଈମା ର ରଜାରାଣୀ କଥା । ତା ପାଖରେ ଦୁଇଟି କାମ ବାକି ଥିଲା । ପ୍ରଥମଟି ଲଣ୍ଡା ହେବା ଓ ଦ୍ବିତୀୟଟି କ୍ୟାରାଟେ ଶିଖିବା ।





Rate this content
Log in

More oriya story from Minakshi Samal

Similar oriya story from Drama