STORYMIRROR

Minakshi Samal

Abstract

3  

Minakshi Samal

Abstract

ଭିନ୍ନ ଏକ ପ୍ରେମ

ଭିନ୍ନ ଏକ ପ୍ରେମ

1 min
227

ଅନ୍ତରର ଗଭୀରତମ ପ୍ରଦେଶର ଆତ୍ମୀୟତା ଅବା ଆପଣାପଣର ଏକ ଫେଣ୍ଟାଫେଣ୍ଟି ଭାବକୁ ଯଦି ପ୍ରେମର ଆଖ୍ୟା ଦିଆଯାଏ ତେବେ ଭୂଲ ହେବନି।

ପ୍ରେମଯେ କେବଳ ବିପରିତ ଲିଙ୍ଗୀ ହୁଏ ତା ନୁହେଁ।ଏହା ଯେ କେବଳ ଗୋଟିଏ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ତିଷ୍ଠି ଥାଏ ତା ମଧ୍ୟ ନୁହେଁ।ମଣିଷ ତା'ର ସ୍ନେହ ଓ ପ୍ରେମକୁ ପଶୁପକ୍ଷୀଙ୍କ ଉପରେ ମଧ୍ୟ ଅଜାଡ଼ି ଦେଇପାରେ।


ୟୁକ୍ରେନର ଏକ ମେଡ଼ିକାଲ ୟୁନିଭରସିଟିର ତୃତୀୟ ବର୍ଷ ଛାତ୍ର ସମୀରକୁ ଘରୁ ବାରମ୍ବାର ଫୋନ ମାଧ୍ୟମରେ ଯୁଦ୍ଧର ଭୟାବହତା ସମ୍ପର୍କରେ ଚେତେଇ ଦେଉଥିଲେ ତାର ବାପା,ମା ଓ ପରିଜନ ମାନେ। ଶୀଘ୍ର ଫ୍ଲାଇଟରେ ଭାରତ ଫେରିଆସିବାକୁ ଅନୁରୋଧ କରୁଥିଲେ ।ସେ କିନ୍ତୁ ଗୋଟିଏ କଥା କହି ଚାଲିଥିଲା,ପୋଷା କୁକୁର ଜନିକୁ ସାଙ୍ଗରେ ନେଇ ଫେରିବି ନହେଲେ ନାହିଁ।ଶେଷରେ ସମୀରଙ୍କ ଜିଦ୍ ସାମ୍ନାରେ ବିମାନ ଉଡ୍ଡୟନ କର୍ତୃପକ୍ଷ ନିୟମ କୋହଳ କରି ପୋଷା କୁକୁର ଜନିକୁ ସମୀରଙ୍କ ସହିତ ବିମାନ ରେ ଯାତ୍ରା କରିବାର ଅନୁମତି ଦେଇଥିଲେ। ମଣିଷ ଏବଂ ପଶୁପକ୍ଷୀଙ୍କ ମଧ୍ୟରେ ଥିବା ପ୍ରଗାଢ ସ୍ନେହର ଏହା ଏକ ଜ୍ୱଳନ୍ତ ଉଦାହରଣ।ସତରେ! ପ୍ରେମର ପରିସୀମା ନିଶ୍ଚିତ ଭାବରେ ବ୍ୟାପକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract