ବିଷାକ୍ତ ସହର
ବିଷାକ୍ତ ସହର
ରହୁରହୁ ପ୍ରାୟ ଉଣେଇଷ ବର୍ଷ ରହିଗଲି କଲିକତାରେ।ଚାକିରୀ ଜୀବନରେ ପିଲା ଦୁଇଜଣଙ୍କୁ ନେଇ ଏତେବର୍ଷ କେମିତି କଟିଗଲା ବୁଝିହେଲାନି।ପଲକ ପକାଇ ଖୋଲିଲା ବେଳକୁ ଏତେ ଗୁଡିଏ ବର୍ଷ ବିତି ଯାଇଥିଲା।
କଲିକତାରେ ଯେତେବେଳେ ରହିଥିଲି,ମହାନଗରୀର ସବୁ ସୁଖ ସ୍ବାଚ୍ଛନ୍ଦ୍ୟ ସିନା ଥିଲା,ପରିବାର ଲୋକେ,ସାଙ୍ଗସାଥୀ ସଦାବେଳେ ମନେପଡୁଥିଲେ ବେଳ ଅବେଳାରେ।ବିଶେଷ କରି ରଥଯାତ୍ରା ସମୟରେ ପୁରାଟା ଦିନ ଆଖିରୁ ଲୁହ ଶୁଖେନି।ଦୂରଦର୍ଶନରେ ରଥଯାତ୍ରାର ଧାରା ବିବରଣୀ ଦେଖୁଦେଖୁ ଜଗନ୍ନାଥଙ୍କ ପାଖରେ ଅଭିଯୋଗ କରିଥାଏ ନିଜ ପାଖରୁ କାଇଁ ଏତେ ଦୂରକୁ ପଠାଇ ଦେଲ ବୋଲି।
ଶେଷରେ ଠାକୁର ମୋ ଗୁହାରୀ ଶୁଣିଲେ।ଟ୍ରାନ୍ସଫର ହୋଇ ମୁଁ ତାଙ୍କରି ପାଖକୁ ଫେରିଆସିଲି ଦୀର୍ଘ ୨୫ ବର୍ଷ ପରେ।
କିନ୍ତୁ ଏଇ ପଚିଶ ବର୍ଷ ଭିତରେ ଅନେକ କିଛି ବଦଳି ଯାଇଥିଲା।ଲାଗୁଥିଲା ଆତ୍ମୀୟତାର ଘୋର ଅଭାବ ସବୁଆଡେ,ଅସହିଷ୍ଣୁତାର କଳାବାଦଲ ଏଠି,ସେଠି,ସବୁଠି।ପରଶ୍ରୀକାତରତା ପର ପାଖରେ ଦେଖାଯାଏ କିନ୍ତୁ ପ୍ରିୟ ପରିଜନଙ୍କ ପାଖରେ ଏସବୁ ଦେଖି ମନ ଖଣ୍ଡବିଖଣ୍ଡିତ ହୋଇଯାଉଥିଲା।ନିଜକୁ ନିଜେ ଝିଙ୍ଗାସୁଥିଲି ମୁଁ ଏ ବିଷାକ୍ତ ସହରକୁ ଫେରିଆସିବାର ଭୂଲ ପାଇଁ।