Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

B Shankar Mishra-ZiTu

Comedy

3.9  

B Shankar Mishra-ZiTu

Comedy

ଆପଣ ବି ଖେଞ୍ଚନ୍ତୁ

ଆପଣ ବି ଖେଞ୍ଚନ୍ତୁ

3 mins
159



ପଚା ଅଣ୍ଡା, ବିଲାତି ଭଳି ଆକ୍ରମଣକୁ ମୋର୍ ଭାରି ଭୟ । ଏପଟେ ଘରେ ବନ୍ଦୀ ନିର୍ଯାତନାକୁ ସେୟାଡୁ ଆଚ୍ଛା ବେଳାରେ ମଣିଷ ଫସିଲା ଯେ ବସି ବସି ସମୟ ବିତାଇବା ବି କଷ୍ଟକର । ତେଣୁ ନିଷ୍ପତ୍ତି ନେଇଛି ସବୁ ନିଜେ କହିବିନି, ଆପଣ ବି କିଛି ଯୋଡି ଆଗକୁ କଥାଟା ବଢ଼େଇବାରେ ଟିକିଏ ସାହାଯ୍ୟ କରିବେ ମୋତେ । 


ସବୁକିଛି ସତେ ସେଇଠି ଲୁଚି ରହିଛି । ଛନ୍ଦ କପଟରୁ ସ୍ନେହ ଶ୍ରଦ୍ଧା ଛାଡି ଭାବ ଆଦାନପ୍ରଦାନ, ଯୋଗାଯୋଗର ମାଧ୍ୟମ ସାଜି ବାସ୍ତବରେ ସମସ୍ତଙ୍କୁ ନିକଟତର ଓ ନିଜର କରିନେଇଛି ଏହି ବିଚିତ୍ର ଯନ୍ତ୍ର.... ଯାହା ସମସ୍ତଙ୍କ ନିକଟରେ ଦୃଶମାନ ଭୂତାଣୁ ଭଳି ମାଡିଯାଇଛି । ଅଳ୍ପ କେଇ ବର୍ଷର ବ୍ୟବଧାନରେ ସବୁ କିଛି ଓଲଟ ପାଲଟ କରିଦେଇ ତା ଭିତରେ ଗୋଟାଏ ବିଶେଷ ଲକ୍ଷଣ ବା ରୋଚକ ତଥ୍ୟର ଜାଗା ମାଡିନେଇଛି, ଗୋଟେ ସଂଗ୍ରହାଳୟ ପରିଚୟ ନେଇ । ଗୃହବନ୍ଦୀ ସମୟର ୟାଡୁସ୍ୟାଡୁ ଉଦ୍ଭଟ ଚିନ୍ତା ଭିତରେ, ନିତିଦିନିଆ ସୂଚୀରେ.. ଏକମାତ୍ର ମାଧ୍ୟମର ଆସନ ନେଇଛି କେବଳ ମାତ୍ର ନିଜ ଆଙ୍ଗୁଠି ଖେଞ୍ଚି ଭଦ୍ର ରୁ ଅଭଦ୍ର ତଥ୍ୟ ମିଳୁଥିବା ଅତି ଆପଣାର ମୋବାଇଲ ଫୋନଟି । ଯୋଗ ରୁ ଭୋଗ, ମନ୍ତ୍ର ରୁ ଯନ୍ତ୍ର, ସିନ୍ଦୁର ରୁ ଶାଢ଼ୀ, ଛୁଞ୍ଚି ରୁ ଚାଲୁଣି, ଉକୁଣୀ ରୁ ଛାରପୋକ, ଗୁଣ ରୁ ଗୁଣୀ, ସମସ୍ୟା ରୁ ସମାଧାନ, ଗତି ରୁ ବିପତ୍ତି, ଚିତ୍ର ରୁ କାହାଣୀ, ମହା ଜ୍ଞାନୀ ରୁ କୁଳାଙ୍ଗାର, ଘରକରଣା ରୁ ଘରଭାଙ୍ଗଣା ଓ ବିଶେଷ ଭାବେ ଖେଳ ବିଦ୍ୟାଳୟ ରୁ ବିଶ୍ୱବିଦ୍ୟାଳୟ ଭଳି ସବୁକିଛି ପାଠ୍ୟକ୍ରମ ଖୁନ୍ଦିରହିଛି ୟାରି ଭିତରେ ।


ପରିବାର ଭିତରେ ବି ମେଳି ବାନ୍ଧି ସଭିଏଁ ଗୋଟେ ଜାଗାରେ ବସୁଥିଲେ ହେଁ ସମସ୍ତେ ବ୍ୟସ୍ତ ୟା ଦେହରେ ଆଙ୍ଗୁଳି ଖେଞ୍ଚିବାରେ.... ଏମିତିକି ଇଏ ବିଣ୍ଡି ବି ବନାଇ ଦେଉଛି ଆଙ୍ଗୁଳିରେ । ଗୋଟେ ଏମିତି ଅଭ୍ୟାସ କରାଉଛି ଯେ ସମସ୍ତଙ୍କ ମୁଣ୍ଡକୁ ତଳଆଡ଼କୁ ଝୁଙ୍କେଇ ରଖୁଛି । ସମୟ ଅନୁଯାୟୀ କେତେବେଳେ କେମିତି ତା ରୂପକୁ ବି ଏମିତି ବଦଳାଉଛି ଯେ କେବେ ଆଫ୍ରିକା ଜଙ୍ଗଲ ତ କେବେ କଙ୍ଗୋ ଅଵବାହିକା, ମହେଞ୍ଜୋଦାର କି ସାହାରା ମରୁଭୂମିରେ ବା ହରପ୍ପା କି ସିନ୍ଧୁ ସଭ୍ୟତା ଏମିତିକି ପ୍ରଶାନ୍ତ ମହାସାଗର, ଗ୍ରହ/ଉପଗ୍ରହ, ଆଗ୍ନେୟଗିରି ମଧ୍ୟରେ ଲୁଚାଚୋରା ସନ୍ଧାନ ଦେବାରେ ପୁଣି .....

'ଏ ପ୍ଲସ ବି ବା ଏ ମାଇନସ ବି' ର ସମାଧାନ ବ୍ୟତୀତ ମନଚାହିଁ ମାନଚିତ୍ରର ଠିକଣାରେ ଲଗେଇ ଦେବାକୁ ଅବହେଳା ଦେଖାଏନି ବିଚିତ୍ର ଯନ୍ତ୍ରଟି.... ଖାଲି ଆଙ୍ଗୁଳି ଖେଞ୍ଚା ଇଶାରାରେ କାମ କରିଚାଲେ । ତେବେ ଠକାମୀରେ ପଡୁଥିବା ବରିଷ୍ଠଙ୍କ ମଧ୍ୟରେ ଇଏ 'ମିଛୁଆ ଯନ୍ତ୍ର'ର ଏକ୍ସଟ୍ରା ସାର୍ଟିଫିକେଟ ଅର୍ଜିଛି । 

ବିବୃତି ମିଳିଛି,

ଆମ ବେଳ ସରିଆସୁଛି, ତୁମେସବୁ ସାଵଧାନ ରୁହ । ଆଜି ସକାଳୁ ଗୋଟେ ଛିଙ୍କ ହେଲା ଯେ.... #ମା'

ଡରେଇଲେ ସବୁବେଳେ ସେଟାକୁ ଖେଞ୍ଚୁଥା, ଦିହ ଖରାପ ହେବ ।

ହଅ.... ନିଜେ ବନେଇଛ ବାବା.... ଭୋଗୁଛ ବି ନିଜେ....ଆମର ତୁମକୁ କହିଲେ ବି ଖାତିର ହେଲେ ତ.... । 


ଏବେ ତ ଜନ୍ମରୁ ପିଲାଙ୍କ ପଞ୍ଜିକରଣ ବି ସେଇଠି କରାଇବାକୁ ପଡୁଛି । ପୁଣି ଜନ୍ମ ରୁ ଏଇ ବିଚିତ୍ର ଯନ୍ତ୍ରଟା ହିଁ ଖେଳନାର ସ୍ଥାନ ନେଇ ପିଲାଙ୍କ ବିକାଶର ମାଧ୍ୟମ ସାଜି ମନଚାହାଁ ରାସ୍ତାରେ ନେଇ ପାରିଛି । ପରିବାର ସହ ପିଲାର ସମସ୍ତ ସୂଚନା ଓ ଫୋଟ ଏଥିରେ ଲିପିବଦ୍ଧ ହୋଇଯାଉଛି । ନିର୍ଦ୍ଦିଷ୍ଟ ଦିନ ଉଚିତ ସମୟରେ ଜଣାଉଛି ଆଜି ପିଲାର ଜନ୍ମଦିବସ, ବାପାମା' ଙ୍କୁ ଭୁଲିନଯିବାକୁ ସହଜ କରିଦେଇଛି । ତା ସାଙ୍ଗସାଥିଙ୍କୁ ମଧ୍ୟ ସେଲିବ୍ରେସନ କରିବାକୁ ମନେ ପକାଇ ଦେଉଛି ନିର୍ଦ୍ଦିଷ୍ଟ ଦିନରେ । ବର୍ଷ ତମାମର ପ୍ରତ୍ୟେକ ଦିବସ ପାଳନର ସୂଚନା ବି ଦେଉଛି ଯାହାର ଆବଶ୍ୟକତା ଯେମିତିକୁ ନେଇ । ସେଇ ପିଲାଙ୍କ ପାକଳ ବୟସର ସୂଚନା ସହ ବାହାଘର କ୍ଷେତ୍ରରେ ତ ଏକଦମ ଚିନ୍ତାଶୂନ୍ୟ କରାଇ ଉଭୟ ବର କି କନ୍ୟା ପକ୍ଷକୁ ଖୁବ ସାହାଯ୍ୟ ଯୋଗାଉଛି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ସନ୍ଦେହ ଭଳି ଅନ୍ୟାନ୍ୟ କୌତୁହଳ ଖେଳକୁଦର ପ୍ରମୁଖ ଭୂମିକାରେ ଏ ଯନ୍ତ୍ରର ଚମତ୍କାର ଗୁଣର ବହୁ ଚର୍ଚ୍ଚା ମଧ୍ୟ ରହିଛି । ତେଣୁ ଏ ମୋବାଇଲ ଫୋନଟା ଯେ ସତଅସତ ଜ୍ଞାନର ପ୍ରକୃତ ଗନ୍ତାଘର ପ୍ରମାଣିତ ହୋଇସାରିଛି । ନିମିଷେ ଖାଦ୍ୟପେୟ, ସ୍ୱାସ୍ଥ୍ୟ ଭଳି ଅନ୍ୟ ପାରଦର୍ଶିତାକୁ ଛାଡି ବହି ଭିତରୁ ବୁଦାମୂଳ ପର୍ଯ୍ୟନ୍ତ ପାଠ ପଢ଼ାଇ ପାରୁଛି ତ କଳାଧଳା ବନେଇବାରେ ବି ବିଚିତ୍ର କାରିଗର ସାଜିଛି ଏହି ମୂଲ୍ୟବାନ ଯନ୍ତ୍ର । ଶେଷରେ କିସମ କିସମର ଗବେଷକ, ବୈଜ୍ଞାନିକ, ଉର୍ବର ଅନୁର୍ବର ଚାଷୀ ଭଳି ଆଉ ଅନେକ ଦୃଷ୍ଟାନ୍ତ ମୂଳକ ତଥା ପ୍ରେମୀ ନାୟକ/ନାୟିକାଙ୍କ ଭୌଗଳିକ କାହାଣୀ ଆମକୁ ଏଇଠୁ ହିଁ ଜାଣିବାକୁ ମିଳୁଛି । ଆଧୁନିକ ସମାଜକୁ ସ୍ମାର୍ଟ ରୁ ସ୍ମାଟତ୍ତମ ବନେଇବାରେ ଏହାର ଭୂମିକା ଅତୁଳନୀୟ, ଅଦ୍ଵିତୀୟ । 


ଅଵଶ୍ୟ ବର୍ତ୍ତମାନର ଟଣା କଟକଣା ସମୟରେ ଭଲକି ଯତ୍ନ ନେବାକୁ ମହାପୁରୁଷଙ୍କ ସତର୍କ ଶୁଭବାଣୀ ଘୁରିବୁଲୁଛି । ଦେଖିବେ ହାତରୁ ଖସିଗଲେ ଏବେ ସଜେଇ ପାରିବେନି, ସବୁ ବଅନ୍ଦ ପଡିଛି । ଖରାପ ହେଲେ କି ଭାଙ୍ଗିଭୁଙ୍ଗା ଗଲେ ଗୋଟିଏ କୋଣରେ ମୂଲ୍ୟବାନ ଯନ୍ତ୍ରଟି ପଡିରହିବ, ଆପଣଙ୍କ ପ୍ରତିଦିନର ଷ୍ଟେଟସ ନଦେଖିଲେ ବନ୍ଧୁମାନେ ନକରାତ୍ମକ ଚିନ୍ତାଧାରା ରଖିବେ ବୋଲି ଶୁଭେଚ୍ଛୁଗୁଡା ବାର୍ତ୍ତା ପ୍ରେରଣ କରୁଛନ୍ତି । ଫୋନ ଗର୍ଜିବା ମାତ୍ରେ ଉଠାନ୍ତୁ, ମିସକଲ ନହେଉ, ନଚେତ ଆପଣଙ୍କ ଉଦ୍ଦେଶ୍ୟରେ ବନ୍ଧୁଗୁଡା ରୋଗରେ କବଳିତ ପ୍ରାୟ ଆରପାରିରେ ଆପଣ.... ଭଳିକଥା ଭାବି ଫୋଟ ଟାଙ୍ଗି ଫୁଲମାଳ ଝୁଲାଇ ଦେବେ ଇତ୍ୟାଦି । ତେଣୁ ଇତିହାସ ରଚୁଥିବା ଏହି ଉପାଦେୟ ଯନ୍ତ୍ର ସମସ୍ତ ଗୁଣରେ ପରିପୂର୍ଣ୍ଣ ହୋଇ ଆପଣଙ୍କ ବହୁମୂଲ୍ୟ ସାଥି ସାଜିଛି । 

ନିଜପ୍ରିୟାଠୁ ଅଧିକ ଯତ୍ନ ନେଉଥିବେ ଆପଣଙ୍କ ଏ ସୁଖଦୁଃଖ ସାଥିଟିର ବୋଲି ସୂଚନା ତଥା କଟକଣାକୁ ଅବମାନନା ନକରି ଘର ଭିତରେ ଥାଇ ଯତ୍ନର ସହ ସାଧୁତା ଆଚରଣ ପୂର୍ବକ ଆପଣ ବି ଯନ୍ତ୍ର ଖେଞ୍ଚୁଥାନ୍ତୁ ବୋଲି ନିୟମାବଳୀ ଜାରି ହୋଇଛି ।



Rate this content
Log in

More oriya story from B Shankar Mishra-ZiTu

Similar oriya story from Comedy