B Shankar Mishra. Zitunana

Inspirational

4  

B Shankar Mishra. Zitunana

Inspirational

ଗୁରୁଦେବାୟ ନମଃ

ଗୁରୁଦେବାୟ ନମଃ

3 mins
219


ଆଜି ଏ ସମସ୍ତ ଗୁରୁଙ୍କ ପାଇଁ ମୋ ପରିଚୟ ।

ବାପାମାଆ

ଅନୁଭବ କରିନଥିବା ତଥା ଅଜଣା ଶିକ୍ଷା ଆରମ୍ଭ ୟାଙ୍କଠୁ ମାଆ ପାଖରେ ସବୁ ଅଭିଯୋଗ, ପୁଣି ବାପାଙ୍କୁ ନଜଣାଇବାକୁ ନେହୁରା । ମାଆଙ୍କ ମାଡ଼କୁ ଅଳ୍ପ ଖାତିରି ଥିଲେବି ବାପାଙ୍କ ମାଡ଼କୁ ପ୍ରବଳ ଭୟ। ସୂର୍ଯ୍ୟ ବୁଡିବା ବେଳକୁ ଘରେ ପହଁଚିବା । ଖଡ଼ିଛୁଆଁ ବ୍ୟତୀତ ସଂସ୍କୃତି, ପରମ୍ପରା, ଭକ୍ତି, ସମ୍ମାନ, କର୍ତ୍ତବ୍ୟ, ଶୃଙ୍ଖଳା, ସ୍ଵଭାଵ, ଚରିତ୍ର ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପାଠ ଆଜି ପର୍ଯ୍ୟନ୍ତ ଶିଖିବାକୁ ପଡୁଛି ଏ ଦୁଇ ବିଶେଷ ଗୁରୁଙ୍କ ନିକଟରୁ । ଆଉ ବାହା ହେବା ପରେ ଆମ ଦୁହିଁଙ୍କୁ ବସେଇ ବାପା କହିଥିଲେ "ତୁମ ଦୁହିଁଙ୍କୁ ସବୁ ସ୍ବାଧୀନତା ମିଳିବ, ମାତ୍ର ତାର ଅପବ୍ୟବହାର ଯେମିତି ନହୁଏ" ଭଳି ଜ୍ଞାନ ତଥା ନାତିନାତୁଣୀଙ୍କୁ ଦେଉଥିବା ଜ୍ଞାନ ଅନନ୍ୟ ।

 ୧ମ_ରୁ_୭ମ

ପରିଷ୍କାର ପ୍ୟାଣ୍ଟ ସାର୍ଟ ପିନ୍ଧି ସ୍କୁଲରେ ପହଁଚି ସ୍କୁଲସୀମା ପ୍ରବେଶ କଲେ ଗୋଟେ ଭୟର ଶିହରଣ ଖେଳି ଯାଉଥିଲା । ପରିବେଶ ପରିଷ୍କାର ପରିଚ୍ଛନ୍ନ ତଥା ଶ୍ରେଣୀ କୋଠରୀ ଭିତର ଝାଡୁ ମାରିବା ପ୍ରାୟ ପାଳି ଅନୁସାରେ କରୁଥିଲୁ । ପ୍ରାର୍ଥନା କଲା ବେଳକୁ ସ୍ୱର, ତାଳ, ଲୟ ଠିକ୍ ନହେଲେ ଦଣ୍ଡ ଭୋଗିବାକୁ ପଡୁଥିଲା । ଦିଆଯାଇଥିବା ଘରୋଇ ପାଠ କରିନଥିଲେ ବାଡି ଭାଙ୍ଗୁଥିଲା । ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଖିବା ମାତ୍ରେ ବଦମାସୀ ଭୂଲି ଯାଇ ଏକଦମ ଶାନ୍ତପିଲା ଭଳି ଆଚରଣ ଦେଖେଇବାକୁ ବାଧ୍ୟ ହେଉଥିଲୁ । ନଖ ଓ ମୁଣ୍ଡବାଳ ତଥା ପରିଷ୍କାର ପୋଷାକ ପ୍ରତି କଡ଼ା ନଜର ରହୁଥିଲା । ନିର୍ଦ୍ଧିଷ୍ଟ ଶୃଙ୍ଖଳା, ନିୟମ ଭିତରେ ଆମ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆମକୁ ଖୁବ ତାଗିଦ ଭିତରେ ରଖିଥିଲେ ।

ଆଉ ଏବେ ?????

#୮ମ_ରୁ_୧୦ମ

ମୋ ପ୍ରଧାନଶିକ୍ଷକ ବହୁତ କଡା ଥିଲେ । ସବୁଦିଗକୁ ଖୁବ ଧ୍ୟାନ ରଖୁଥିବା ପ୍ରଧାନଶିକ୍ଷକ ପ୍ରାର୍ଥନା ସଭାରେ ଆମମାନଙ୍କ ଚୁଟିକଟା, ନଖ, ପରିଷ୍କାର, ଖେଳ କସରତ ଦିଗକୁ ନିର୍ଦ୍ଦିଷ୍ଟ ଧ୍ୟାନ ଦେବା ବ୍ୟତୀତ ଅନ୍ୟ ଗୁରୁ ସମୂହ ପାଠଶାଠ ପାଇଁ ଏବେବି ମୋର ଦୃଷ୍ଟାନ୍ତ ତଥା ସମାଜରେ ପ୍ରତିଷ୍ଠିତ ଓ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି । ମିଛ କହିଲେ ପ୍ରବଳ ଦଣ୍ଡ ଭୋଗିବାକୁ ପଡ଼ୁଥିଲା, ଚାଲିଚଳଣକୁ ସମସ୍ତ ଗୁରୁ ନଜର ଦେଇ ତାଗିଦରେ ରଖୁଥିଲେ । "ଛାଟ ନାହିଁ ତ ପାଠ ନାହିଁ" ଆମର ମୁଖ୍ୟମନ୍ତ୍ର ଥିଲା । ଅଜସ୍ର ସ୍ନେହ ଓ ସମ୍ପର୍କ ବାବଦରେ ଏଇଠି ଜାଣିପାରିଲି ।

#କଲେଜ

ଏସବୁ ଶୃଙ୍ଖଳା ପ୍ରତି ବିଶେଷ ଧ୍ୟାନ ନଦେବା ଭଳି ଅନୁଷ୍ଠାନ ବୋଲି ସମସ୍ତେ ଜାଣୁଥିଲେ ମଧ୍ୟ ମୁଁ ଓ ଅନ୍ୟ ମୋର କେତେକ ସାଙ୍ଗ ଏହାର ବ୍ୟତିକ୍ରମ ଥିଲୁ । ସାରମାନଙ୍କୁ ଅସମ୍ମାନ କିମ୍ବା କଲେଜ ପରିସର ବିଶୃଙ୍ଖଳିତ ହେବାରେ ଆମେ ପ୍ରତିବନ୍ଧକ ଥିଲୁ । ଏକ ସୁସମ୍ପର୍କ ମଧ୍ୟରେ ଆମେ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ ଦିଗ ପ୍ରତି ପ୍ରେରଣା ପାଉଥିଲୁ ।


ମାତ୍ର ଏବେ ବହୁ ବ୍ୟତିକ୍ରମ ପରିଲକ୍ଷିତ ହେଉଥିବା ସମୟରେ ବର୍ତ୍ତମାନର ଖୁବ କ୍ଵଚିତ ପିଲାଙ୍କୁ ଛାଡ଼ି ପିଲାମାନେ ଠିକ୍ ମାର୍ଗରେ ପରିଚାଳିତ ନହୋଇ ବିଶୃଙ୍ଖଳିତ ହେବା ଏକ ଦୁଃଖଦ ଓ ଚିନ୍ତାର କାରଣ ସାଜିଛି । ପରିବର୍ତ୍ତନ ଆଣିବାକୁ ବର୍ତ୍ତମାନ ଶିକ୍ଷକଙ୍କୁ ତାଙ୍କ ଛାଟ ଫେରେଇବାର ଯଥେଷ୍ଟ ଆବଶ୍ୟକତା ରହିଛି, ତେବେଯାଇ ଅନୁଶାସନ ଫେରିବ । ସମାଜରେ ନୀନ୍ଦନୀୟ ହେବା ପୂର୍ବରୁ ପିତାମାତାଙ୍କୁ ନିଜ ପିଲାଙ୍କୁ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କାରଣ ପରିବାରରେ ହିଁ ସବୁଠାରୁ ବଡ଼ଗୁରୁ ବାସ କରନ୍ତି । 


👉 ଏକ ଛୋଟିଆ ଗଳ୍ପ ମୋ ମନକୁ ଖୁବ ଆନ୍ଦୋଳିତ କରିଛି । ଏହି ଛୋଟିଆ ଗଳ୍ପ ବାବଦରେ ମୁଁ ବହୁ ପୂର୍ବରୁ ଚିନ୍ତା କରିଛି, ମାତ୍ର ପ୍ରକାଶ କରିବାକୁ ହୃଦୟର ବିରୋଧ ସମ୍ମୁଖୀନ ହୋଇଛି । ଏହି ଗଳ୍ପରୁ ମୁଁ ପାର୍ଥକ୍ୟତା ବା ପ୍ରଭେଦ କିମ୍ବା ବ୍ୟବସ୍ଥା ନେଇ ପ୍ରଭାବିତ ହୋଇଛି । ଜଣେ ପାଠ ପଢି କଣ କରିପାରୁଛି ଓ ଅନ୍ୟ ସ୍ୱଳ୍ପ ପାଠୁଆ ବା ଅପାଠୁଆ ଜଣକ କଣ କରିପାରେ ଏହାହିଁ ଗଳ୍ପର ବିଶେଷତ୍ୱ । ଜଣେ ଖୁବଭଲ ପଡୁଥିବା ପିଲା ବିଜ୍ଞାନ ନେଇ, ତା ତଳ ପିଲା ବାଣିଜ୍ୟ ଓ ତା ଠୁ ଖରାପ ପିଲା କଳା ବିଷୟ ନେଇ ପାଠ ପଢୁଛନ୍ତି । ମାତ୍ର ବିଜ୍ଞାନ ପଢିଥିବା ପିଲା ବିଟେକ ବା ଅନ୍ୟକିଛି ପଢ଼ି ଚାକିରୀ କରୁଛି । ତା ପରକୁ ବାଣିଜ୍ୟ ପିଲା ଏମବିଏ ବା ସିଏ ପଢି ଚାକିରୀ କରୁଛି ଏବଂ ତା ଠୁ କମ କଳା ପଢିଥିବା ପିଲା ନିଜ ଯୋଗ୍ୟତା ନେଇ ଚାକିରୀ କରିଥାନ୍ତି । ମାତ୍ର ଏମାନଙ୍କଠୁ ଅନ୍ୟତମ ଅନେକ କ୍ଷେତ୍ରରେ ଏକଦମ ପଛୁଆ ପିଲା ଜଣକ ଜନ ପ୍ରତିନିଧି ହୋଇ ପାରୁଛି । କିନ୍ତୁ କ୍ରମାନୁଗତ ବିଜ୍ଞାନ ପଢି ଚାକିରୀ କରିଥିବା ପିଲା ଜଣକ ବାଣିଜ୍ୟ ପଢି ଚାକିରୀ କରୁଥିବା ପିଲା ଅଧୀନରେ କାର୍ଯ୍ୟରତ। ସେହିଭଳି କଳା ଅଧ୍ୟୟନ ପରେ ଚାକିରୀ କରିଥିବା ପିଲା ଅଧୀନରେ ଉଭୟ ବିଜ୍ଞାନ ଓ ବାଣିଜ୍ୟ ପିଲା ଚାକିରୀ କରିଥାନ୍ତି । ଶେଷରେ ଏକଦମ ଖରାପ ପିଲା ଜଣକ ଜନ ପ୍ରତିନିଧି ହେବା ପରେ ତା ଅଧୀନରେ ଏ ସମସ୍ତ ବିଦ୍ୟାର୍ଥୀ ରହି କାର୍ଯ୍ୟ କରିଥାନ୍ତି । ପାତରଅନ୍ତର ବ୍ୟବସ୍ଥା ସାଜିଛି ମେଧାବୀ ଛାତ୍ରଛାତ୍ରୀମାନଙ୍କ ଦୁଃଖ । ତେଣୁ ଏଭଳି ଶିକ୍ଷାର ପାର୍ଥକ୍ୟତା ବା ପ୍ରଭେଦ କିମ୍ବା ବ୍ୟବସ୍ଥା ଏବଂ ଅନୁଚିନ୍ତନ ମୋ ପାଇଁ ଏକ ସମସ୍ୟା, ଯାହାକୁ ବୁଝିବା ପାଇଁ ମୁଁ ଏଯାଏଁ ଗୁରୁ ପାଇ ପାରିନି । ଏହାକୁ ବିରୋଧ କରିବା ପାଇଁ ବା ଏ କୁପ୍ରଥା କି ପ୍ରଭାବକୁ ହଟାଇବା ପାଇଁ ଇଚ୍ଛାଶକ୍ତି କିମ୍ବା କୌଣସି ପାଠ କେହି ଜାଣିନାହାନ୍ତି ।


ମୋର ସମସ୍ତ ଗୁରୁଙ୍କୁ ଭୂମିଷ୍ଠ ପ୍ରଣାମ



Rate this content
Log in

Similar oriya story from Inspirational