B Shankar Mishra. Zitunana

Tragedy

4  

B Shankar Mishra. Zitunana

Tragedy

ପିଲାଦିନ

ପିଲାଦିନ

3 mins
224



ଆମେ ସବୁ ପଚାଶ ଟପିଗଲୁ ପ୍ରାୟ । ଛୁଆ ବେଳୁ ବିଭିନ୍ନ ସ୍ଥାନ ବୁଲି ବିଭିନ୍ନ ଲୋକଙ୍କ ସହ ମିଶିଆସିଲି । ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବା ଇଚ୍ଛା ଏବେ ପର୍ଯ୍ୟନ୍ତ ରହିଆସିଛି । ତେବେ ପାରିବାରିକ ଓ ରୋଜଗାର ସମସ୍ୟାକୁ ଏ ବୟସରେ ସମସ୍ତେ ଗୁରୁତ୍ୱ ଦେଉଥିବା ଆମମାନଙ୍କ ମୁଖ୍ୟ ଭୂମିକା ହୋଇଯାଇଛି । ତାହାରି ଭିତରେ ସମ୍ପର୍କ ବା ବନ୍ଧୁତା ରଖିବା ଟିକିଏ ଅଣଦେଖା ହୋଇଯାଇଛି ଆମ ସମସ୍ତଙ୍କ ନିକଟରେ । ସବୁ ଚିନ୍ତା କରି ମଧ୍ୟ ଆମେ ସେସବୁକୁ କାମରେ ଦେଖେଇ ପାରୁନୁ । ଏହା କେବଳ ଆମ ଅବହେଳା ଜନିତ କାରଣ ବୋଲି ମୁଁ ଭାବେ । 

ସୋସିଆଲ ମିଡ଼ିଆ ଆସିବା ସହିତ ଆଣ୍ଡ୍ରଏଡ଼ ମୋବାଇଲରୁ ଆମେ ବହୁ ଖବର ଜାଣିପାରୁଛୁ । ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଏହା ଗୁରୁତ୍ୱ ଭୂମିକା ରଖିଛି । ଆମ ପିଲାଙ୍କ ପାଠପଢ଼ାର ଏକ ବଡ଼ ସହାୟକ ବୋଲି କହିଲେବି ଭୂଲ ହେବନାହିଁ । ତେବେ ସମସ୍ତ ଜିନିଷ ଖୋଜିଲେ ଜାଣିବାକୁ ମିଳୁଥିବା ଏଇ ମୋବାଇଲରେ ଅନ୍ୟାନ୍ୟ ଆପ୍ଲିକେସନ ମଧ୍ୟ ସଂଯୋଗ ହୋଇ ଆମ ସମସ୍ୟାକୁ ସରଳ ଉପାୟରେ ସମାଧାନ ରାସ୍ତା ମଧ୍ୟ ରହିଛି । ପୁରାତନ ଓ ନୂତନ ବନ୍ଧୁ ମଧ୍ୟରେ ସମ୍ପର୍କ ବଜାୟ ରଖିବାରେ ମଧ୍ୟ ଏଥିରେ ସମସ୍ତ ସୁବିଧା ଉପଲବ୍ଧ । କାହାର ଜନ୍ମଦିନ କି ଜୀବ ତ୍ୟାଗ କଲେ ମଧ୍ୟ ତୁରନ୍ତ ବନ୍ଧୁମାନଙ୍କ ଅପଡେଟରୁ ଜଣାପଡିଲେ ଦୁଃଖ ପ୍ରକାଶ କରୁଛୁ । ସପକ୍ଷ, ବିପକ୍ଷ ସମସ୍ତ ତଥ୍ୟ, କୌଣସି କାର୍ଯ୍ୟକ୍ରମ, ରହସ୍ୟ ଭଳି ପ୍ରାୟତଃ ସମସ୍ତ ବିଷୟକୁ ପ୍ରତ୍ୟେକ ସମୟରେ ଜାଣିବା ଏହି ମୋବାଇଲ ପାଇଁ ସମ୍ଭବ ହୋଇପାରିଛି । ତେବେ ଏହାକୁ କିଏ କିଭଳି ବ୍ୟବହାର କରୁଛି ତାହାହିଁ ଆଜିର ଚିନ୍ତନ ।

ଥରେ ଟ୍ରେନ ଯାତ୍ରା ସମୟରେ ସହଯାତ୍ରୀ ଭାବେ ଜଣେ ଅବସରପ୍ରାପ୍ତ ଡାକ୍ତର ତାଙ୍କ କାହାଣୀ କହିଲେ । ଚାକିରୀ ସମୟରେ ରୋଗୀଙ୍କ କଥା ବୁଝିବୁଝି ଅନ୍ୟ କାହାକୁ ସମୟ ଦେଇନଥିବାର କୁପରିଣତି ଏବେ ଭୋଗୁଛନ୍ତି । ପୁଅଝିଅ ବିଦେଶରେ, ସ୍ୱାମୀ ସ୍ତ୍ରୀ ନିଜ ପ୍ରାସାଦରେ ଏକାକୀ ଜୀବନ ଅତିବାହିତ କରୁଛନ୍ତି । ଖୁସି କି ଦୁଃଖ ପ୍ରକାଶ କରିବାକୁ କାହା ସହ ଯୋଗାଯୋଗ ନାହିଁ । ବନ୍ଧୁତାର ମହାନତା ଅବସର ପରେ ଜାଣିପାରିଛନ୍ତି, ମାତ୍ର ଚାକିରୀ ବେଳେ ବନ୍ଧୁଙ୍କୁ ସମୟ ଦେଇନଥିବାରୁ ଏବେ ଅନୁତପ୍ତ । ସେତେବେଳେ ଯେଉଁ ବନ୍ଧୁ କଲ କରୁଥିଲେ ଏବେ ସେମାନଙ୍କର କାହାରି ଯୋଗାଯୋଗ ନାହିଁ ।

ତେବେ ହ୍ବାଟ୍ସଆପ୍ ଆପ୍ଲିକେସନ ନେଇ ଆଜିର ଏ ଆଲୋଚନା । ଅବଶ୍ୟ ଅନ୍ୟାନ୍ୟ ଆପ୍ଲିକେସନ ମଧ୍ୟ ରହିଛି ଏଭଳି ଯୋଗାଯୋଗ ପାଇଁ । ଏଥିରେ ଅନେକ ବନ୍ଧୁଙ୍କୁ ନେଇ ଗ୍ରୁପ କରିହୁଏ, ପ୍ରତିଦିନର କ୍ରିୟାକଳାପ ଜାଣିହୁଏ । କିଏ କଣ କରେ, କେମିତି ବ୍ୟବହାର କରେ, କଣ ଆଶା କରେ ପୁଣି ଖାଇବା ଠୁ ଛିଙ୍କିବା, ହଗିବା ପର୍ଯ୍ୟନ୍ତ ବ୍ୟକ୍ତିଗତ କଥା ମଧ୍ୟ ଏହି ଆପରୁ ଜଣାପଡେ, ଯାହା ବହୁଳ ବ୍ୟବହୃତ । ତେବେ ୟା ଦ୍ଵାରା ବୁଝାମଣା ଅଭାବ ଜନିତ ମନୋମାଳିନ୍ୟ ମଧ୍ୟ ହୋଇଯାଏ । 

ପିଲାବେଳର ଓ ମୋ ପଢୁଥିବା ସାଙ୍ଗଙ୍କର ଏଭଳି 

ଚାରିଟି ଗ୍ରୁପ ରହିଛି । ତେବେ ଖୁବକମ ସାଙ୍ଗ ଏ ଦିଗରେ ଆଗ୍ରହ ରଖନ୍ତି । ତାଙ୍କ ବ୍ୟସ୍ତତା ଭିତରେ ତାଙ୍କୁ କଲ କଲେ ତାହା ରିସିଭ କି ରିଟର୍ଣ୍ଣ କରିବା ସମୟ ତାଙ୍କଠି ନଥାଏ । ତେବେ ଗ୍ରୁପରେ ସେମାନେ ଯାହା ବନ୍ଧୁତା ରଖିବେ ଆପଣ ହିଁ ଭାବନ୍ତୁ, ବରଂ ତୁମକୁ ଖତେଇ ହୋଇ ତୁମ ସମାଲୋଚନା କରିବାକୁ ଢିଲା ଦେବେନି । ଥରେ ହଠାତ ସାଙ୍ଗମାନଙ୍କ ସହ ଦେଖାକରିବାକୁ ଘରଠୁ ୧୨୦କିମି ଦୂର ବାହାରିଲି । ରାସ୍ତାରେ ଭାବିଲି କାହାକୁ କହିବିନି, ଅଚାନକ ପହଞ୍ଚି ଗୋଟେ ସରପ୍ରାଇଜ ଦେବି । ତଥାପି ପହଞ୍ଚିବାକୁ ୩୦କିମି ଦୂରରୁ ଜଣେ ସାଙ୍ଗକୁ ଫୋନ କଲି, ରିସିଭ କଲାନି କି ରିଟର୍ଣ୍ଣ ବି କଲାନି । ଫୋନ ଯୋଗାଯୋଗ ଛଡ଼ା ପ୍ରାୟ ୨୫ବର୍ଷ ପରେ ବ୍ୟକ୍ତିଗତ ଭେଟିବି ତାକୁ, ତେଣୁ ଗୁଡ଼ାଏ କଥା ମନକୁ ଆନ୍ଦୋଳିତ କରୁଥାଏ । ଦୁଇଟି ଚକଲେଟ ଧରିଥାଏ ମାତ୍ର ତା ପାଇଁ । ତା କାର୍ଯ୍ୟକ୍ଷେତ୍ରରେ ତା ଡ୍ୟୁଟି ସମୟ, ତେଣୁ ସେ କଲ ନଉଠେଇବା କଥା ନେଇ ମନକୁ ବୁଝାଇନେଲି । ଯା ହଉ ଅଫିସ ବାହାରୁ ପୁଣି କଲ କଲି, ଉଠେଇଲା । ବାହାରିଆସ ଜଗିଛି ସାମ୍ନାରେ କହିଲି । ଖୁବଶୀଘ୍ର ଆସିଲେ ସାଙ୍ଗ ଜଣକ, କିଛି ସମୟ ଉଭୟ ଉଭୟଙ୍କ ଚେହେରା ନେଇ ଓ ଅନ୍ୟାନ୍ୟ କଥାହେଲୁ । ମୋ କଲ ନେଇ ତାଙ୍କୁ କହିଲି । ଧରାଯାଉ ରାସ୍ତାରେ ଆସିବା ସମୟରେ ମୋର କୌଣସି ଅସୁବିଧା ବା ଅନ୍ୟ କାରଣକି ଅସୁସ୍ଥତା ପାଇଁ ତୁମକୁ କଲ କରୁଥାଇପାରେ । ଧରାଯାଉ ମୋ ଜୀବନ ଚାଲିଗଲା, ତୁମ କଲ ପାଇ ମୋ ଫୋନରୁ କେହି ଜଣେ ରିପ୍ଲାଇ ଦେଲା ସିଏ ନାହାନ୍ତି । ତେବେ ସେଇ ସମୟ କି ମୂହୁର୍ତ୍ତ ପାଇଁ ଦାୟୀ କିଏ ? ଶେଷକଥା ଟିକକ ପାଇଁ ମଧ୍ୟ ଆମର ଅବହେଳା ଆମକୁ କେତେ ଦୁଃଖ ନଦେଵ ସତେ ? ତେଣୁ ବଞ୍ଚି ଥାଉ ଥାଉ ଭାବର ଆଦାନ ପ୍ରଦାନ କଣ ଆମମାନଙ୍କ ମଧ୍ୟରେ ସମ୍ଭବ ନୁହେଁ । ଆମେ କଣ ଏତେ ଅବିବେକୀ ଥିଲୁ ଆମ ପଢା ସମୟରେ ? ଜାଣିଛି ସାଙ୍ଗମାନଙ୍କ ପାଖରେ ସବୁକଥା କହିହୁଏ । ହେଲେ ସେ ଅଧିକାର କି ସୁଯୋଗ ତୁମେ ଦେଉଛ କି, ନା ତୁମ ଆତ୍ମଗର୍ଵ ପାଇଁ ଏଡାଇ ଦେଉଛ ହୋ ? ଆମ ଛୋଟ କି ବଡ଼ ଚିନ୍ତାଧାରାରୁ ଆମ ପିଲାଏ ଶିଖିବେ କଣ ? ଦୁଇପଦ କଥା ହେଲେ କଣ ତମ ସମୟ ସରିଯାଏ କି ସାଙ୍ଗ ନା ତମେ ଏତେ ବ୍ୟସ୍ତ ବୋଲି ସାଙ୍ଗମାନଙ୍କୁ ଜଣେଇହୁଅ ? ପ୍ରକୃତ ସାଙ୍ଗ ମାନେ କଣ ଏଇଆ ? ତୁମ ବୟସର ପରିପକ୍ୱତା ନେଇ ତୁମେ ସାଙ୍ଗ ହେଉନ ବୋଧେ, ତୁମ ସୁଖଦୁଃଖର ଭାଗିଦାରୀ ପାଇଁ ଏ ସାଙ୍ଗ ଯୋଗ୍ୟ ନୁହେଁ ବୋଧେ ! ଓହୋ ଆମେ ଟଙ୍ଗା ହୋଇଥିବା ଫୋଟ ସାମ୍ନାରେ ଫୁଲପାଖୁଡା ଦେଇ ତୁମକଥା ଭାବିବୁ ଆଉ ଆଲୋଚନା କରିବୁ ପରା । ଛାଡ଼ ହୋ ଏ ବାଜେ କଥାରେ ମୁଣ୍ଡ ଖେଳେଇ ଲାଭ କଣ ।


Rate this content
Log in

Similar oriya story from Tragedy