ସପନର ଦୁନିଆ
ସପନର ଦୁନିଆ


ଆଜି ଆମଘର ସାମ୍ନା, ଚାରିକଡ଼ ଓ ଭିତର ଘରେ ଭାରି ଗହଳି । ଖୁସିରେ ମନ ହେଉଥାଏ ସମସ୍ତଙ୍କୁ ଛାତିରେ କୁଣ୍ଢେଇ ହୃଦୟ ହୃଦୟ ଟିକିଏ ମିଳେଇ ଦିଅନ୍ତି । ଛାତି ଓ ଛାତି ଭିତରେ କଥା ହୁଅନ୍ତେ । ପୁଣି ଆସ ଭିତରେ ଟିକେ ଚା' ମାରିବା କହି ଭିଡି ନିଅନ୍ତି ବୈଠକ ଘରେ ଚିଆର ପାଖକୁ । ବସେଇକି ପଚାରନ୍ତି କେଠି ଥିଲ କିହୋ ଭାଇ ଏତେଦିନ ? ଅବେଳଟାରେ ବିନା କୁହାବୁଲାରେ ଏତେ ଦିନକେ କିନ୍ତି ମନକରି ମାଡି ଆଇଲ । ହ ଅ ଗରିବ ନୁକଟା ଭାଇ ମୁଁ, ବିଜି ଲୁକ ତୁମେ, କେନେ ବି ଆସବ ଯେ ମୋର୍ ଗରିବ ଘରକୁ ? କିସ କନି ଯେ ଏତେ ରାଗ କିହୋ ମୋର୍ ଉପରେ ? ଯା ହଉ ମନେ କରିଛ ଏଇଟା ବଡ଼ କଥା ।
ଅଇବଶ ମୁଁ ଟିକେ ରାଗିଟା, ରାଗନେ ମନଭିତର କଥାଗା ୟାଡୁସ୍ୟାଡୁ କହିଦିଏଁ, ନିରାଟ ସତ ବକିଦିଏ । ଏତେଦିନ ସାଙ୍ଗ ହେଲ, ହେନେ ଏତକି ଜାଣି ନାଇଁ ପାରଲ ? ଆଉ ମୋର୍ ରାଗଟା ବି ତ ସେତକି ସମୟ ନି, ତାରପରେ କେବେ ରାଗ ରଖବା ଦେଖିଚ ? ଆହୁରି ମନଦୁଃଖ କରେ ଯେ, ସବୁ ସାଙ୍ଗଗୁଡା ସାଙ୍ଗରେ ମନଖୁଲା କଥା ଟିକେ ନାଇଁ ହେଇପାରେ ବୋଲି । ତୁମେ ଫୁନ କଲେ ମୁଁ କେବେ ଗପତେ କଂଚି କରବା ଫିଲ କରିଚ ହେନେ କୁହ ତ। ଆହୁରି ତୁମେ ବିଜି ଥିବ ଭାବିକି ଫୁନ ତୁମର ଆଡୁ କରବ ବୋଲି ବି ତ ଥରେ ହେଲେ ନିହାତି କହିଥିମି ନା । ଆଉ ମୁଁ ବି ଏକଲା ବୋଲି ତ ତୁମେ ଜାଣ ନା, କେତେବେଳେ କେଆଁଡେ ବ୍ୟସ୍ତ ଥିମି ବୋଲି ବୁଝବାର କଥା ନା ଭାଇ । ଶଃ.. ତୁମେ ଟିକେ ମନେକଲେ ମୁଁ କଥା ନାଇଁ ହେମି ନା କି ବୋଲି ଭାବ କେଜାଣ, ନା ଗରିବ ଭାବ ହୋ, ମୋର୍ ମନ ଟା ସେମତି କି ହୋ ?
ରହବେ ଭାଇ ଉଠତେ ଚେଷ୍ଟା କରେ ଟିକେ । କାଇଁ ଉଠିନି ପାରତେ ନାଇଁ, ଦେ ନା ମୋର୍ ଡେଣା ଗା ଟାଣିକି ଉଠାନା ବେ । ଛୁଆଗୁଡା ଜୁହାର ହେଉଛନ୍ତି ଯେ ଶଃ.. ହାତଟା ବି ତାଙ୍କ ମୁଣ୍ଡକୁ ଉଠୁନି । ଏତେ ବଡ଼ ହେଲଣି, ମୁଁ ଜାଣିପାରୁନି ରେ, ଯାଅ ସାଙ୍ଗ ହେଇ ଖେଳବ, କିଏ କି ପଢୁଛରେ ପଚାରି ବି ପାରୁନି, ଆରେ ମୁଁ ଆଉ ତୋ ବାପା ବେଯାଏଁ ସାଙ୍ଗରେ, ପଢୁଥୁନୁ ସାଙ୍ଗରେ ବୋଲି ବି କହି ଟିକେ ପାରୁନି ଛୁଆ ଗାକୁ ।
ସବୁ ଚିନ୍ତା କରିପାରୁଥାଏ, ଆଖି ଦୁଇଟାକୁ ବୁଲାଉଥାଏ ମାତ୍ର, ବିଛଣାରୁ ନା ଉଠି ପାରୁଥାଏ, ନା କଥା ଟିକେ କହି ପାରୁଥାଏ । ମନେ ପଡୁଥାଏ ସେଇ ଉତ୍ପାତିଆ ଦିନ କଥା । ତକିଆ ଓଦା ହେଉଥାଏ
କେବଳ ଗଡ଼ିଯାଉଥିବା ଆଖିର ଲୁହ ଧାରରେ । ମୋ ସ୍ତ୍ରୀ ଗାମୁଛାରେ ପୋଛି ଦେଉଥାଏ ମୁହଁଟାକୁ। କେବଳ ଖୁସିର ଲୁହ, ତୁମ ସମସ୍ତଙ୍କୁ ଏକାଠି ଦେଖି । ଆଉ ଏ ବିଛଣାରୁ ଉଠି ପାରିବିନି, କି ତୁମକୁ ଟିକେ କୁଣ୍ଢେଇ, ସାଙ୍ଗରେ ବସି ଚା' ଦି କପ ମାରିବା ବୋଲି ବସି ପାରିମିନି କେଜାଣ । ପାନ ଖଣ୍ଡେ ବି ଚୁବେଇ ହବନି ।
ସେ ଭିତରେ ତୁମ ସ୍ତ୍ରୀ ପାଖରେ ତୁମ ନାଆଁରେ ଟିକେ ଖେଞ୍ଚି ମଜା ନିଅନ୍ତି ବୋଲି ଭାବୁଥିଲେ ବି ଅଚଳ ମୁଁ । ଶରୀର ମଞ୍ଜୁରୀ ମିଳୁନି, ନିଶ୍ଚିହ୍ନ ଅବସ୍ଥା, ଉଠିବାକୁ ଜମା ବଳ କୁଳଉନି ବେ ଭାଇ । ପୁଣି ଆତ୍ମହରା ହୋଇ କହିଦିଅନ୍ତି ଏଥର ତୁମ ସ୍ୱାମୀଙ୍କୁ ଧରିକି ଆଇବ ହୋ ମୋ ଆଡେ, ତୁମେ ପରା ମନାକର ଆସତେ ବୋଲି ମୋତେ ଫୁନରେ କୁହେ ଏଇଟା । ଏତେ ଦିନ ପରେ ଆଇଚ ସବୁ, ଖାଇଖୁଆ ଯିବ ରୁହ ବୋଲି ବି ଅଟକେଇ ପାରୁନି ।
ରାଗଲୁ କିରେ ଭାଇ ??
ଏମିତି କେତେ ଚିନ୍ତାକୁ ପରିପ୍ରକାଶ କରିପାରୁନଥିବାର ଲୁହ ଇଏ, ତୁମକୁ କିଛି କହି ପାରୁନଥିବା ଏ ଗରିବ ସାଙ୍ଗର ଲୁହ ଇଏ । ମନଦୁଃଖ କରିବ, ଏତେ ପଚାରନି ମୋ ସ୍ତ୍ରୀଟାକୁ ବରଂ ମୋ ଦିହରେ ଟିକେ ଉତ୍ତାପ ଭରତେ କୁହ ତାକୁ । ତାକୁ ଆଉ ମୋ ଦୁଇ ଝିଅକୁ ଟିକେ ଦେଖିବରେ....ଝିଅପିଲା ଗା ।
ସାହିପଡ଼ିଶା ଆଜି ସବୁ ମୋ ବିଛଣା ଚାରି କଡ଼ରେ ଟୁପୁରୁ ଟାପୁରୁ, ସବୁ ଖରାପ ଭାବୁଛ ନା.. ମୁଁ ତମସହ କଥା ହେଉନି ବୋଲି ।
ଆଙ୍ଗୁଳି ଗୁଡା ବି ହଲୁନି ଟିକେ ତୁମକୁସବୁ ଲେଖି ଜଣେଇଦେମି ଯେ... ସମସ୍ତେ ଟିକେ ଥାଅ ମୋ ପାଖରେ, ମୁଁ କାହାକୁ ଅଭିମାନ କରିନିରେ ଭାଇ, ଏ ଗରିବଟା ପାଖରେ ଖାଲି ଠିଆଥାଅ ନା...
ମୁଁ ପରା ସାଙ୍ଗ କାଙ୍ଗାଳ, ମୋ ପଡିଶାମାନେ ବି ଜାଣନ୍ତି ଏକଥା, ତମମାନଙ୍କ ପ୍ରତିଷ୍ଠାକୁ ନେଇ ମୁଁ ଗର୍ବ କରେ ଏମାନଙ୍କଠି .... ଢେର ଝୁରି ହୁଏରେ ତମମାନଙ୍କୁ.. ବୁଝ ଟିକେ ଯେ ତୁମେ ସବୁ ମୋ ପାଖରେ ଥିଲେ ତୁମ ସାହାସରେ ମୁଁ ଉଠି ବସିମି..
ଦିହ ମୋର୍ ଠିକ ହେଇଯିବ..... ପାଖ ଛାଡି ପଳାଅନି, ତୁମେ ଚାଲିଗଲେ ଆଉ ବେଦନା ବୁଝିବାକୁ କେହି ନାହିଁ ମୋର୍, ତୁମେ ହିଁ ସାହାସ ମୋ ଗରିବ ସଂସାରର ।
ଏତେଦିନ ପରେ ଦେଖା ଶଃ.. ଆଜି ବି ଟିକେ ଖୋଲିକି ହସିବାକୁ ମୁଁ ଅସମର୍ଥ ।।