STORYMIRROR

Anuradha Nath

Comedy Drama Others

3  

Anuradha Nath

Comedy Drama Others

ଆଣ୍ଟି

ଆଣ୍ଟି

2 mins
233

 

ମୁଖ୍ୟଦୁଆର ଭିତରକୁ ରାଗ ତମ୍ ତମ୍ ହୋଇ ପଶିଲେ ଶ୍ରୀମତୀ। ରୋଷେଇ ଘର ଭିତରକୁ ଯାଇ ଵାସନ କୁସନ ଫିଙ୍ଗିବାକୁ ଲାଗିଲେ। ଵାସନ ଶବ୍ଦ ସହିତ ଶ୍ରୀମତୀଙ୍କ ଗର୍ଜନର ଶବ୍ଦ ମଧ୍ୟ ଵାଜୁଥିଲା ମୋ କାନ କୁ ,"ମୁଁ ମନା କରୁଥିଲି ଏଠି ରହିବାନି। ଏଠି ଲୋକ ମାନେ ଭଦ୍ରାମୀ ଶିଖି ନାହାନ୍ତି। ତମର ଏକା ଜିଦ୍ ଥିଲା କଲେଜ ପାଖେ ରହିବିନି। ବାସ୍ ବହୁତ ହୋଇଗଲା, ଛାଡିଦିଅ ମୋତେ ମୋ ବାପଘର କୁ। ମୁଁ ପୁଅ ରାହୁଲକୁ ପଚାରିଲି କଣ ହେଇଛି କିରେ ତୋ ଵୋଉର। ରାହୁଲ କହିଲା ବାପା ନଟୁ ଦୋକାନକୁ ଵୋଉ କ୍ଷୀର ପାଇଁ ଯାଇଥିଲା, ନଟୁ ର ମା ଵଉକୁ ଆଣ୍ଟି ଆଉ କିଛି ନବ ବୋଲି ପଚାରି ଦେଲା। ତା ପରଠାରୁ ମା ଏମିତି ହଉଛି। ମୁଁ ରାହୁଲକୁ କହିଲି ଆଜି ଘର ଦୁଲୁକିଵ, ତୁ ଡ୍ୟାନ୍ସ କ୍ଲାସ୍ ପଳା।

କିଛି ଦିନ ଗଲା। ତଥାପି ଶ୍ରୀମତୀ ଥମି ନଥିଲେ। ଘରୁ ବାହାରକୁ ବାହାରୁ ନଥିଲେ। ସକାଳୁ ରାତି ଯାଏଁ ଘରେ ଏକ୍ସରସାଇଜ ଏବଂ ଯୋଗ ଚ୍ୟାନେଲ ଦେଖୁଥିଲେ। ମଝିରେ ମଝିରେ ଅନଲାଇନ ପାର୍ଲର ବାଲା ଘରକୁ ଆସୁଥିଲା। ଏଥିରୁ ଵୁଝିପାରୁଥିଲି ଶ୍ରୀମତୀଙ୍କୁ ଆଣ୍ଟି ଡାକଟା ବହୁତ ଵାଧିଛି।


ମୋ ସହ ଭି କଥା ହଉ ନଥିଲେ। ପୁଅ ରାହୁଲ ଭଲ Messenger କାମ କରୁଥିଲା। ଏହି ଭିତରେ ମୁଁ ଘର ଖୋଜିବା ଆରମ୍ଭ କରି ଦେଇଥିଲି। ଶ୍ରୀମତୀ ଙ୍କ ଏକା ଜିଦ୍ ଥିଲା କଲେଜ ପାଖେ ରହିବେ । କଲେଜରେ ମୁଁ ଅଧ୍ୟାପକ ଭାବେ କାର୍ଯ୍ୟରତ। ସେଠି ମୋର ବହୁତ ଖାତିର। ମତେ ସମସ୍ତେ ସାର ଡାକନ୍ତି, ସେହିପରି ଶ୍ରୀମତୀଙ୍କୁ ମାଡାମ। ଖାସ୍ ସେଇଥିପାଇଁ ସେଠି ରହିବାକୁ ଇଛା ତାଙ୍କର। ଘର ଛୋଟ ହେଲେ ଚଳାଇ ଦେଵେ, କିନ୍ତୁ ଆଣ୍ଟି ଡାକ ନୁହେଁ।

ଶେଷକୁ ଶ୍ରୀମତୀଙ୍କ କଥା ରହିଲା। ଗାଡିରୁ ଜିନିଷ ସବୁ କଢା ଚାଲିଥିଲା, ଟ୍ରାନ୍ସପୋର୍ଟ ପିଲାଟେ ଶ୍ରୀମତୀଙ୍କୁ ପଚାରିଲା ଆଣ୍ଟି ମାଠିଆଟି କଉଠି ରଖିବି। ରାହୁଲ କହିଲା ବାପା ପଳେଇ ଚାଲ, ଲାଗୁଛି ବୋଉ ମାଠିଆଟି ତାଙ୍କ ମୁଣ୍ଡ ରେ କଚି ଦେବ। କିନ୍ତୁ ଶ୍ରୀମତୀ କହିଲେ, ରାହୁଲ ତୋ ଅଜାଙ୍କୁ କହିଦେ, ମାଠିଆଟି କିଚେନ୍ ରେ ରଖି ଦେଵେ। ପିଲାଟି ଶ୍ରୀମତୀଙ୍କ ଇଙ୍ଗିତ କୁ ଵୁଝି ପାରିଲା, ସାଙ୍ଗେ ସାଙ୍ଗେ ସରି ମାଡାମ କହିଲା। 

ଆଜିକୁ ସେ ଘଟଣାର ବହୁ ବର୍ଷ ଵିତି ଗଲାଣି। ଶ୍ରୀମତୀ ମଧ୍ୟ ସେସବୁ ହ୍ୟାନ୍ଡେଲ୍ କରିବା ଶିଖି ଗଲେଣି।ତଥାପି ଶ୍ରୀମତୀଙ୍କ ଅନୁପସ୍ଥିତିରେ ରାହୁଲ ଆଉ ମୁଁ ସେକଥା ପକାଇ ବହୁତ ହସୁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy