PRANATI MAHAPATRA

Action Inspirational

4  

PRANATI MAHAPATRA

Action Inspirational

ଆମକୁ ଦେଖି ସଭିଏଁ କହିଲେ

ଆମକୁ ଦେଖି ସଭିଏଁ କହିଲେ

2 mins
271


    ଆମକୁ ଦେଖି ସଭିଏଁ କହିଲେ

💐💐💐💐💐💐💐💐💐💐

ସେଦିନ ଥିଲା ୨୦୧୬ ମସିହା ଜୁନ ମାସ ୧୮ ତାରିଖ।ମୋର ବାଲ୍ୟବନ୍ଧୁ ଯାହା ସହ ପାଠପଢି ଥିଲି ଦଶମ ଯାଏ ।ହଠାତ ତା ନମ୍ବର ଟି ପାଇ ଫୋନ କରିଥିଲି।...


      ଦଶମ ପରର ସମୟ ଅର୍ଥାତ ପରୀକ୍ଷା ଦେଇ ସାରିବା ପରେ ଯେଝା ଘରକୁ ଯେଝା ଚାଲି ଯାଆନ୍ତି।ଯିବା ବେଳର ଦୃଶ୍ୟ ବି ନିଆରା। ସେତେବେଳେ ତ ପରୀକ୍ଷା ଦେବାର ଦୁଇଦିନ ପୂର୍ବରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ସେଣ୍ଟର ପଡୁଥିବା ସ୍ଥାନରେ ନଅ ଦଶ ଦିନ ପାଇଁ ରହୁଥିଲୁ।ପରୀକ୍ଷା ଶେଷ ହେବା ପରେ ଆସୁଥିଲୁ ।ଝିଅ ବିଭାପରେ ବିଦାୟ ବେଳର ଦୃଶ୍ୟ ଠାରୁ କୌଣସି ଗୁଣରେ କମ୍ ନ ଥିଲା ସେ ଦୃଶ୍ୟ। ସମସ୍ତଙ୍କ ଆଖିରେ ଆସିଯାଏ କରୁଣ ବେଦନାର ଅଶୃ।ତା ପରେ ସବୁ ସମ୍ପର୍କ ବିଛିନ୍ନ ହୋଇଯାଏ।କିଏ କେଉଁଠି ପଢେ, କଣ କରେ ଆଉ କାହାର କାହା ସହିତ ଯୋଗାଯୋଗ ମିଳାମିଶା ରହେନାହିଁ।ତା ପରେ ବି କିଏ କେଉଁଠି ଚାକିରୀ ବାକିରୀ କରି ବାହା ସାହା ହୋଇ ରହିଲେ କେହି କେବେ ଆଉ ଖବର ରଖନ୍ତି ନାହିଁ।

ସେମିତି ତ ଘଟିଥିଲା ମୋର ।ବିଦ୍ୟାଳୟ ପାଠପଢା ସରିବା ତିରିଶ ବର୍ଷ ହୋଇ ଗଲାଣି।ବୃତ୍ତିରେ ମୁଁ ବେସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ କରେ ।ମନେ ପଡେ ସବୁବେଳେ ପିଲାଦିନ, ଗାଁ ମାଟି,ମାଆ କୋଳ,ସାଥିପିଲା,ଧୂଳିଖେଳ।ସତରେ ଫେରି ଆସନ୍ତା ନି ସେ ବେଳ ।କିଏ ଫେରେଇ ଦେବ ମୋତେ ମୋର ସେ ଦିନ ଗୁଡା।ଭାବି ଚାଲେ ପ୍ରତିକ୍ଷଣ।ସାଙ୍ଗ ହୋଇ ଖେଳୁ,ତେନ୍ତୁଳି ଗଛରୁ କଞ୍ଚା କଇଁଆ ଲୁଣ ମଡେଇ ଖାଉ ଖେଳଛୁଟିରେ । ଛାଡ...।ଗାଁ, ଜିଲ୍ଲା ଛାଡ଼ି ୬୦୦/୭୦୦ କିଲୋମିଟର ଦୂର ଅନ୍ୟ ଏକ ଜିଲ୍ଲାରେ ଆଜି ମୁଁ ଘର ସଂସାର କରିଛି ।କିନ୍ତୁ ଗାଁର କେମିତି କେଜାଣି କାହା କାହା ନମ୍ବର ପାଇଗଲେ କୋଟିନିଧି ପାଇବା ପରି ମନେ ହୁଏ ।ମନଭରି ଫୋନରେ ଗପେ ସେଦିନ ଅତୀତ କୁ ରୋମନ୍ଥନ କରି।ଏମିତି ଜଣେ ସାଙ୍ଗର ନମ୍ବର ପାଇଥିଲି ।ଆଉ ଫୋନ ନମ୍ବର ପାଇବା ମାତ୍ରେ ଫୋନ କଲି, ସତ ନମ୍ବର ଟିଏ ବୋଲି ଜାଣିଲି।ଅନେକ କଥା ହେଲି ।କେତେ ଦୁଃଖ ସୁଖ ହେଲୁ ।

କିଛି ଦିନ ପରେ ମୁଁ ମାଆ ଶାରଳାଙ୍କ ପୀଠକୁ ଯିବା ବାଟରେ କାର୍ ଭିତରେ ଥାଇ ଦେଖିଲି ଗୋଟିଏ ପିଲାକୁ ଗାଡ଼ିରେ ଯାଉଛି ।ମୋତେ ଲାଗିଲା ମୁଁ ତାକୁ ବହୁତ ଭଲ ଭାବରେ ଜାଣିଛି ସିଧା ଯାଇ ତା ପାଖରେ ଗାଡ଼ି ଅଟକେଇଲି,ତାକୁ ତା ନାମ ଧରି ଡାକିଲା ବେଳକୁ ସେ କହିଲା ଆପଣ କିଏ ।

ଆରେ ହେ ମୁଁ ତୋ ଛୁଆ ବେଳର ସାଙ୍ଗ।ଶୁଣ୍ ତୋ ସହ ବହୁତ କଥା ହେବି ପରେ ।ଆମେ ବର୍ତ୍ତମାନ ଆସୁଛୁ ,ତୋ ଫୋନ ନମ୍ବର ମୋତେ ଦେ ।ମୁଁ ଘରକୁ ଫେରି କଥା ହେବି ।ମନ୍ଦିର ବନ୍ଦ ହୋଇଯିବ ତ ।ସେଥିପାଇଁ ତା ହାତକୁ ପାନଖଣ୍ଡେ ବଢେଇ ଦେଇ ତାକୁ ମୋ ନମ୍ବର ଓ ତାଠାରୁ ନମ୍ବର ନେଇ ଫେରି ଆସିଲି।ଦୁଇ ଦିନ ପରେ ଘରକୁ ଆସି ଫାଙ୍କା ହୋଇ ଫୋନ କଲି।ଢେର ସାରା କଥା ବି ହେଲି।ତା ଥିଲା କୃଷ୍ଣ ସୁଦାମା ମିଳନର ପ୍ରଥମ ପାହଚ।


   ଧୀରେ ଧୀରେ ଆମେ ଜଣକ ଠୁ ଆଉ ଜଣେ ,ଏମିତି ଏମିତି ସବୁ ସାଙ୍ଗ ମିଶି ଗଲୁ ଫୋନରେ ।ଚାଲିଲା ପ୍ରସ୍ତୁତି ସୁଦାମା ଶ୍ରୀକୃଷ୍ଣଙ୍କ ମିଳନ । ନିର୍ଦ୍ଦିଷ୍ଟ ସମୟ ପହଞ୍ଚି ଗଲା ।ସମସ୍ତଙ୍କ ସହ ସାମିଲ କଲୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ।ଉପସ୍ଥିତ ହୋଇଥିଲୁ ସମସ୍ତେ ।କେଉଁ ସାଙ୍ଗ ମୂଲ ଲାଗୁଛି ତ କିଏ ବେପାର କରୁଛି,କିଏ ପଞ୍ଜାବ ରେ ଚାକିରୀ କରୁଛି ତିନି ଲକ୍ଷ ଦରମା ପାଉଛି ତ କିଏ ବିଲରେ ଚାଷ କରୁଛି ।କିନ୍ତୁ ମିଳନ ପର୍ବରେ ନ ଥିଲା ଟଙ୍କା ପଇସା, ଉଚ୍ଚ ନୀଚ ଧନୀଗରୀବ ବିଚାର।ସଭିଏଁ ଥିଲୁ ବନ୍ଧୁ ।ସାଙ୍ଗ ।ଆମକୁ ଦେଖି ସଭିଏଁ କହିଲେ ଏମାନେ ପରା ଏ ଯୁଗର କୃଷ୍ଣ ସୁଦାମା।


  


Rate this content
Log in

Similar oriya story from Action