ଆଜିର ରେବତୀ ମାନେ
ଆଜିର ରେବତୀ ମାନେ


ଆଜିର ଯୁଗ ଅତ୍ୟାଧୁନିକ ଯୁଗ ,ଆଜିର ଯୁଗରେ କେହି
ଅଶିକ୍ଷିତ ନାହାନ୍ତି,ସମସ୍ତେ ଶିକ୍ଷିତ,ପୁଅ ଝିଅ ସମସ୍ତେ ସମାନ।
ଭାଷଣ ଦେଉଥିଲେ ଗାଁ ମଣ୍ଡପ ଉପରେ ରାମ ସାହୁ।
ପାଖରେ ଥିବା ଲୋକମାନେ ବସି ତାଙ୍କ କଥା ଶୁଣୁଥିଲେ।
ତାପସ ଯାଇ ମଣ୍ଡପ ଉପରେ ବସିଲା,ରାମ ବାବୁଙ୍କ କଥା ଶୁଣିଲା,ରାମ ବାବୁ କହି ଚାଲି ଥାଆନ୍ତି, ତାପସ ରାମ ବାବୁଙ୍କ
ମୁଂହକୁ ଚାହିଁଲା,କହିଲା ଆଜ୍ଞା ଆପଣ ଯେଉଁ ଝିଅ ପିଲାଙ୍କ
ପଢ଼ା କଥା କହିଲେ,ଆପଣ ଜାଣିଛନ୍ତି ଅତୀତରେ ଝିଅ ମାନଙ୍କୁ ପଢ଼ାଉ ନଥିଲେ,ଝିଅ ପଢିଲେ ବଂଶ ବୁଡିଯାଏ ବୋଲି ଲୋକଙ୍କ ଧାରଣା ଥିଲା ଯେଉଁ କଥାକୁ ନେଇ ଫକୀର ମୋହନ ରଚନା କରିଥିଲେ ଗପ ରେବତୀ।ରେବତୀ ଗପର କଥା ଯିଏ ବି ଶୁଣିଛି,ତା ଆଖିରୁ ଲୁହ ବୋହିଛି।
ବିଚାରି କେତେ ଦୁଃଖ କଷ୍ଟ ସହିଛି ସତରେ।ହେଲେ ଆପଣ
କଣ ଭାବୁଛନ୍ତି ଆଜିର ସମାଜରେ ଆଉ ରେବତୀ ଭଳି ଚରିତ ନାହାନ୍ତି।ଅଛନ୍ତି ରେବତୀ ଭଳି ଚରିତ ଆଜିର ସମାଜରେ।ଯେଉଁଠି ପୁଅ ଝିଅ ଭିତରେ ଥିବା ବିଭେଦତା
ପାଇଁ ସେମାନେ ବଳି ପଡିଯାଉଛନ୍ତି।ହେଇ ଦେଖୁନ ଆମ
ଆନନ୍ଦ ମଉସାଙ୍କ କଥା ତାଙ୍କର ଛଟା ଝିଅ,ଗୋଟିଏ ପୁଅ।
>
ପୁଅକୁ ମଣିଷ କରିବା ପାଇଁ ଝିଅ ମାନଙ୍କୁ ପଢାଇଲେ ନାହିଁ।
ମୁରୁଖ କରିଦେଲେ ତାଙ୍କର ପିଲାମାନଙ୍କୁ ସେ। ଝିଅ ପିଲା
ବୋଲି ଆଜିର ଯୁଗରେ ମଧ୍ୟ ସେମାନେ ରେବତୀ ହୋଇଗଲେ। ଏହି ସମୟରେ ପାଖରେ ପୁରିଆ ବସିଥିଲା
ସେ ସମସ୍ତଙ୍କ କଥାକୁ ମନ ଦେଇ ଶୁଣିଲା,କହିଲା ଆପଣ
ମାନଙ୍କର କଥା ସବୁ ଶୁଣି ମୋର ଆଖି ଖୋଲିଗଲା।ମୁଁ
ମଧ୍ୟ ମୋର ଝିଅଟିର ପାଠ ପଢ଼ାରେ ବହୁତ ଅବହେଳା କରୁଛି।କିନ୍ତୁ ପୁଅଟିକୁ ପଢ଼ାଇବା ପାଇଁ ବହୁତ ଚେଷ୍ଟା କରୁଛି।
ଝିଅ ଜନମ ପର ଘରକୁ,ଯେତେ ପଢ଼ାଇଲେ ମଧ୍ୟ ସେ ଦିନେ
ଛାଡି ଆମକୁ ଚାଲିଯିବ କିନ୍ତୁ ଆପଣ ମାନଙ୍କ କଥା ମୋ ଚିନ୍ତାଧାରା କୁ ଏବେ ବଦଳେଇ ଦେଲା। ମୁଁ ମୋ ଝିଅକୁ
ପାଠ ପଢ଼ାଇବି,ବଡ଼ ମଣିଷ କରିବି କହି ନିଜ ଘର ଆଡ଼କୁ
ଦୌଡ଼ିଲା ପୁରିଆ।
ରାମ ବାବୁ,ତାପସ ନିଜ ନିଜ ମୁଂହକୁ ଚାହୁଁଥିଲେ।ରାମ ବାବୁ କହିଲେ ଆରେ ତାପସ ଯଦି ସମସ୍ତେ ପୁରିଆ ଭଳିଆ
ହୁଅନ୍ତେ ତାହାଲେ ଆମ ଦେଶରେ ଆଉ ରେବତୀ ମାନେ
ସୃଷ୍ଟି ହୁଅନ୍ତେ ନାହିଁ।ସବୁ ଝିଅ ପାଠ ପଢନ୍ତେ ଆଉ ଗୋଟିଏ
ସୁନ୍ଦର ସମାଜ ଗଠନ ହୁଅନ୍ତା।