STORYMIRROR

Sagar Kumar Parida

Abstract Tragedy Inspirational

4  

Sagar Kumar Parida

Abstract Tragedy Inspirational

ପ୍ରିୟ ପରୀ କଥା

ପ୍ରିୟ ପରୀ କଥା

1 min
419

ରାମର ଜେଜେମାଙ୍କ ନାମ ସବିତା,ବୁଢ଼ୀ ହୋଇଗଲେଣି।ମୁଣ୍ଡବାଳ ସବୁ ଧଳା ହୋଇଗଲାଣି।ପିଲାମାନଙ୍କୁ ଦେଖିଲେ

ତାଙ୍କର ଭାରି ଆଦର।ବାପା ଲୋ,ମାଆ ଲୋ କହି ସେ ସବୁ ପିଲାଙ୍କୁ ପାଖରେ ବସାଇ ଅନେକ କାହାଣୀ କୁହନ୍ତି।ତେଣୁସନ୍ଧ୍ୟା ହେଲେ ପିଲାମାନଙ୍କର ଜେଜେମା ସବିତାଙ୍କ ପାଖରେ

ଭିଡ଼ ଲାଗେ। ସେ ପିଲାମାନଙ୍କୁ ଅନେକ ପ୍ରକାରର କାହାଣୀ କୁହନ୍ତି।ପୁଳାମାନେ ସବୁ ଶୁଣି ଆନନ୍ଦିତ ହୁଅନ୍ତି।


  ମକରା ସବୁଦିନ ଭଳି ଆସି ଜେଜେମାଙ୍କ ପାଖରେ ବସିଲା,ସବୁପିଲା ମାନେ ଆସି ବସିଲେ,କହିଲେ ଜେଜେମା,ଆଜି ଗୋଟିଏ ପରୀର ଗପ କୁହ।ଆମେ ସମସ୍ତେଶୁଣିବୁ।ଆଜି ଟିଭିରେ ସୋନପରୀ ଦେଖିକି ଆସିଲୁ।ବହୁତବଢ଼ିଆ ଲାଗୁଥିଲା।


 ତୁମେ ସେହିଭଳି ଆମକୁ ଗୋଟିଏ ପରୀର ଗପ କୁହ।ଜେଜେମା ମା କହିଲେ,ହଉ ହଉ ଠିକ୍ ଅଛି ଆଜି ମୁଁତୁମ ମାନଙ୍କୁ ଗୋଟିଏ ବଢ଼ିଆ ପରୀ ଗପ କହୁଛି ଶୁଣ।


 ଜେଜେ ମା କହିଲେ,ଗୋଟିଏ ରାଜ୍ୟରେ ଗୋଟିଏ ପରୀରହୁଥିଲା,ସେ ତୁମ ମାନଙ୍କ ଭଳି ବଗିଚାରେ ବୁଲେ,ଖେଳେ,ଝରଣାର ପାଣି ପିଏ।କେତେ ଖୁସିରେ ସେ ରହୁଥାଏ।କିନ୍ତୁ ଦିନେ ହଠାତ ଅସୁର ରାଜା ଆସି ସେହି ପରୀର ବାପାଙ୍କୁ ବନ୍ଦୀ କରିନେଲେ।ପରୀର ମନ ଦୁଃଖ ହେଲା,ସେ ତା ବାପାଙ୍କୁ ମୁକୁଳେଇବାକୁ ବହୁତ ଚେଷ୍ଟାକଲା

କିନ୍ତୁ ପାରିଲା ନାହିଁ।ଶେଷରେ ସେ ଜଣେ ସାହସୀ ଯୁବକବୀର ସିନ୍ଧବାଦକୁ ଭେଟିଲା।ସିନ୍ଧବାଦ ଯାଦୁ ଅସ୍ତ୍ର ଧରି ଉଡ଼ନ୍ତା ଥାଳିଆରେ ଉଡି ଉଡି ସମୁଦ୍ର ଭିତରେ ଥିବା ସେହିଅସୁର ରାଇଜରେ ପଂହଁଚିଲା।ସେଠାରେ ଅସୁର ମାନଙ୍କସହିତ ତାର ଯୁଦ୍ଧ ହେଲା,ଯୁଦ୍ଧରେ ସେ ଅସୁର ମାନଙ୍କୁ

ମାରି,ପରୀର ବାପାଙ୍କୁ ମୁକୁଳାଇ ଆଣିଲା।ପରୀ ବହୁତ ଖୁସିହେଲା ଆଉ ସେହି ଯୁବକକୁ ବାହା ହୋଇ ଆନନ୍ଦରେସେହି ରାଜ୍ୟରେ ରହିଲା ।

 ଏଥିରୁ ଆମେ ଜାଣିଲେ ଯେ,ଆମେ ସତ୍ୟରେ ଥିଲେସବୁବେଳେ ଆମର ବିଜୟ ହେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract