Sagar Kumar Parida

Inspirational

3  

Sagar Kumar Parida

Inspirational

ଇତିହାସ ପୁରୁଷଙ୍କ କଥା

ଇତିହାସ ପୁରୁଷଙ୍କ କଥା

2 mins
141


ଆଜିର ଯୁଗରେ କେହି କାହାରିକୁ ପଚାରୁ ନାହାନ୍ତି,ସମସ୍ତେ ସ୍ୱାର୍ଥପର ହୋଇଗଲେଣି । ଖାଲି ନିଜ କଥା ଭାବୁଛନ୍ତି,ନିଜେ କିପରି ବଞ୍ଚିବେ ଚିନ୍ତା କରୁଛନ୍ତି,ଅନ୍ୟ ମାନଙ୍କର ସୁଖ ଦୁଃଖରେ ସେମାନଙ୍କର କିଛି ଯାଏ ଆସେ ନାହିଁ । ଏହି କଥା ଦାସ ବାବୁ ତାଙ୍କ ପୁଅ ରମେଶକୁ କହୁଥିଲେ । ରମେଶ ମନ ଧ୍ୟ୍ୟାନ ଦେଇ ସବୁ କଥା ଶୁଣୁଥିଲା । ଏହି ସମୟରେ ଦାସ ବାବୁଙ୍କ ସାଙ୍ଗ କିରଣ ବାବୁ ଘର ଭିତରକୁ ପ୍ରବେଶ କଲେ । ସେ ଦାସ ବାବୁଙ୍କ କଥା ଶୁଣିଲେ । ତାପରେ କିରଣ ବାବୁ ଦାସ ବାବୁ ଏବଂ ରମେଶ କୁ ପାଖରେ ବସାଇ କହିବାକୁ ଲାଗିଲେ । 


 ଜାଣିଲ ଦାସବାବୁ ଏବେ ସିନା ଲୋକମାନଙ୍କ ମନରେ ଏପରି ଭାବନା, କିନ୍ତୁ ଆଗରୁ ଏପରି ଭାବନା ନଥିଲା,

ଲୋକମାନଙ୍କ ଭିତରେ ଭାଇଚାରା ଥିଲା, ସମସ୍ତେ ଜନ୍ମଭୂମିକୁ ଭଲ ପାଉଥିଲେ । ଯେପରି ଇତିହାସ ପୁରୁଷ ଚନ୍ଦ୍ରଗୁପ୍ତ ମୌଯ୍ୟ । ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ରାଜ ପରିବାରର ହୋଇ ମଧ୍ୟ କିପରି ଦାସ ଭଳି ରହୁଥିଲେ । ଯେଉଁଦିନ ଭାରତର ମହାନ ଗୁରୁ ଚାଣକ୍ୟ ତାଙ୍କୁ ଦେଖିଲେ,ସେ ଜାଣିପାରିଲେ ଯେ ଏହି ବାଳକ ହିଁ ଦିନେ ଅଖଣ୍ଡ ଭାରତ ଗଢିବାକୁ ସକ୍ଷମ ହେବ । ତେଣୁ ସେ ତାକୁ ଯୁଦ୍ଧ ବିଦ୍ୟା ଶିକ୍ଷାଇଲେ । ଆଉ ସେହି ବାଳକ ସାହାଯ୍ୟରେ ନନ୍ଦ ବଂଶର ପତନ କରିଦେଇଥିଲେ । ତେଣୁ ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଅଖଣ୍ଡ ଭାରତ ଗଠନର ମୂଳଦୁଆ ପକାଇଥିଲେ । 

  ସେ ବହୁତ ପରୋପକାରୀ ଥିଲେ,ଲୋକମାନଙ୍କ ସୁଖ ଦୁଃଖ ବୁଝୁଥିଲେ । ଅତ୍ୟାଚାରୀକୁ କଠିନ ଦଣ୍ଡ ଦେଉଥିଲେ । ଚାଣକ୍ୟଙ୍କ ପରାମର୍ଶ ସେ ସର୍ବଦା ଗ୍ରହଣ କରୁଥିଲେ । ତେଣୁ ଜାଣିଲ ଦାସ ବାବୁ ଆମର ପୂର୍ବପୁରୁଷମାନେ ନିଜର ଯେଉଁ ବଳିଦାନ ଯେଉଁ ପରିଶ୍ରମ ଦ୍ୱାରା ଆମକୁ ଏତେ ସୁନ୍ଦର ଦେଶ ପ୍ରଦାନ କରିଛନ୍ତି । ଆମେ ସ୍ୱାର୍ଥପର ହେଲେ କଣ ହେବ । ଆମର ଦେଶ ପ୍ରତି କଣ କିଛି କର୍ତ୍ତବ୍ୟ ନାହିଁ । ମାନବ ସେବା ହିଁ ମାଧବ ସେବା । ତେଣୁ ଲୋକମାନଙ୍କର ସେବାକର,ଲୋକଙ୍କୁ ଭଲ ପାଅ, ସ୍ୱାର୍ଥ ନୁହେଁ ଭଲ ପାଇବା ହେଉଛି ସେହି ମାଧ୍ୟମ ଯାହା ସାହାଯ୍ୟରେ ଆମେ ସବୁ କରି ପାରିବା । ଆମର ପୂର୍ବପୁରୁଷ

ଏହା ହିଁ ଆମକୁ ଶିଖାଇଛନ୍ତି । ଦାସ ବାବୁ ଆଉ ରମେଶ କିରଣ ବାବୁଙ୍କ ମୁଁହକୁ ଚାହିଁ ହଁ କରୁଥିଲେ । 



Rate this content
Log in

Similar oriya story from Inspirational