STORYMIRROR

Sagar Kumar Parida

Abstract Action

2  

Sagar Kumar Parida

Abstract Action

ସିରିୟଲ ନିଶାରେ ଜୁଲି ନାନୀ

ସିରିୟଲ ନିଶାରେ ଜୁଲି ନାନୀ

2 mins
129

ମାମି ବୋଉ, ତାଙ୍କ ଡାକନାମ ଜୁଲି । ବଡ଼ ପାଟିରେ ପାଟି କରି କହୁଥାନ୍ତି; ଆଲୋ ଝୁମି ବୋଉ କାମ ଟିକେ ଶ୍ରୀଘ୍ର ସାର। ଘରକୁ ଯିବା ସମୟ ପରା ହେଲାଣି, ଆଉ ଏତେ ଡେରି କଣ କରୁଛମ? ଝୁମି ବୋଉ ମହିଳା ସମିତିର ପ୍ରେସିଡେଣ୍ଟ ବ୍ୟାଙ୍କକୁ ଆସନ୍ତି ସମସ୍ତ କାମ କରିବାରେ ସେ ଦକ୍ଷ।ବହୁତ ବଢ଼ିଆ ମଣିଷ। ଝୁମି ବୋଉଙ୍କ ଡାକ ନାମ ମିଲି । ଅପା ପଚାରିଲେ ଆଲୋ ଜୁଲି ନାନୀ କଣ ଆଜି ଏତେ କାମ ଯେ, ଏତେ ତରତର ହଉଛ। ଜୁଲି ଅପା କହିଲେ କଥା କଣକି ? ଏଇ କେତେ ଦିନ ହେଲା ଟିଭିରେ ଗୋଟିଏ ସିରିଏଲ ଦେଉଛି ତାକୁ ମୁଁ ସବୁଦିନ ଦେଖେ, ଆଜି ବ୍ୟାଙ୍କରୁ ଯାଇ ସବୁ ଘରକାମ ସାରି ଦେଖିଲା ବେଳକୁ ଡେରି ହୋଇଯିବ । ସେଥିପାଇଁ କହୁଥିଲି ଟିକେ ଶ୍ରୀଘ୍ର ଗଲେ ଟିକେ ସିରିୟଲ ଦେଖନ୍ତି। ମିଲି ପଚାରିଲେ କି ସିରିୟଲ କି? ଜୁଲି କହିଲେ ସେ ବଡ଼ଘର ବଡ଼ ଗୁମର କଥା। ବହୁତ ବଢିଆ ସିରିୟଲ, ସମୂର୍ଣ୍ଣ ପାରିବାରିକ। ପରିବାରରେ କେତେ ଝଡ଼-ଝଞ୍ଜା, ଦୁଃଖ-କଷ୍ଟ ସବୁ ଏଥିରେ ବହୁତ ବଢିଆ ଭାବରେ ଦେଖାଯାଇଛି, ଜାଣିଲ ନାନି ମୁଁ ତ ସବୁଦିନ ଏହି ସିରିୟଲ ଦେଖି ଏହି ସିରିୟଲ ପ୍ରେମରେ ପୁରା ପଡିଗଲିଣି। ଦିନେ ନ ଦେଖିଲେ ମୋତେ ନିଦ ନାହିଁ, ଜାଣିଲ ନାନୀ! ହଉ ହଉ ତାହେଲେ ଚାଲ ଶ୍ରୀଘ୍ର ବାହାରିଯିବା, ମୁଁ ମଧ୍ୟ ଟିକେ ସେହି ସିରିୟଲ ଦେଖିବି । କେମିତି ସିରିୟଲ ତୋ କଥା ଶୁଣି ମୋର ମଧ୍ୟ ଇଛା ହେଉଛି।


ସମସ୍ତେ ଠିକ୍ ସମୟରେ ଘରେ ପଂହଁଚିଲେ। ଜୁଲି ନାନୀ

ଶ୍ରୀଘ୍ର ଶ୍ରୀଘ୍ର ସବୁ କାମ ସାରି ଟିଭି ପାଖରେ ବସିପଡିଲେ।

ଯେତେବେଳେ ସିରିୟଲ ଆରମ୍ଭ ହେଲା ତାଙ୍କ ମନରେ ଟିକେ ଶାନ୍ତି ଆସିଲା। ଏହି ସମୟରେ ମାମି ଘରକୁ ଆସିଲା କହିଲା ବୋଉ, ମୁଁ ଶକ୍ତିମାନ ସିରିୟଲ ଦେଖିବି।ଜୁଲି କହିଲେ ଆଉ ଟିକେ ଯାଉ ଏହି ସିରିୟଲ ସରିଲେ ତୁ ଶକ୍ତିମାନ ଦେଖିବୁ। କିନ୍ତ ମାମି ଛାଡିବାର ପିଲା ନୁହେଁ। ସେ ରିମୋଟ ନେଇ ଆଉ ଗୋଟିଏ ଚ୍ୟାନେଲ ଦେଖିଲା।ଜୁଲି ଖାଲି ଚାହୁଁଥାଆନ୍ତି।


ଏହି ସମୟରେ ମାମିର ବାପା ଆସିଲେ । ଜୁଲି ତାଙ୍କୁ କହିଲେ, ଜାଣିଲ ମାମି ବାପା ଘରକୁ ଆଉ ଗୋଟିଏ ଟିଭି ଆଣ। ପିଲାମାନଙ୍କ ପାଇଁ ମୁଁ ମୋ ପ୍ରିୟ ସିରିୟଲ ଦେଖି ପାରୁନି। ତେଣୁ ଯାହାବି ହେଉ କାଲି ତୁମେ ଆଉ ଗୋଟିଏ ଟିଭି ଘରେ ଲଗାଇବାକୁ ପଡିବ। ଏହା ଶୁଣି ମାମି ବାପା ଶ୍ୟାମ ବାବୁ ଜୁଲି ମୁଁହକୁ ଚାହିଁ ଚୌକି ଉପରେ ବସି ପଡିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract