STORYMIRROR

Sagar Kumar Parida

Abstract Classics

2  

Sagar Kumar Parida

Abstract Classics

ମୋ ଅନୁଭୁତିରେ ଜଗନ୍ନାଥ

ମୋ ଅନୁଭୁତିରେ ଜଗନ୍ନାଥ

2 mins
164

ମୁଁ ଦଶମ ଶ୍ରେଣୀ ପାସକରି ନୂଆ ନୂଆ କଲେଜ ଯାଉଥାଏ। ମୋର ବୁଢା ବାପା ଏବଂ ଗ୍ରାମର ଅନେକ ଲୋକ ମିଶି କଥା ହେଲେ ପୁରୀ ଯିବେ ଜଗନ୍ନାଥ ଦର୍ଶନ କରିବା ପାଇଁ। ମୁଁ ମଧ୍ୟ ତାଙ୍କ ସହିତ ଯିବା ପାଇଁ ପ୍ରସ୍ତୁତ ହେଲି। ମନେ ମନେ ଭାରି ଖୁସି ହେଉଥାଏ, ଯାହା ହେଉ ପ୍ରଭୁଙ୍କ ଦର୍ଶନ କରିବି। ଜଗନ୍ନାଥଙ୍କ ପ୍ରତି ମୋର ଭକ୍ତି ପିଲାଦିନରୁ। ପ୍ରଭୁଙ୍କ ବିଷୟରେ ଗ୍ରାମରେ ବୁଢ଼ା ଲୋକମାନଙ୍କ ଠାରୁ ଶୁଣି ଶୁଣି ମୁଁ ପ୍ରଭୁଙ୍କ ଭାରି ଭକ୍ତି କରେ। ସେ କୁଆଡେ ସ୍ୱୟଂ ପରବ୍ରହ୍ମ, ତାହାଙ୍କୁ ଯିଏ ଦର୍ଶନ କରେ, ସେ କୁଆଡେ ବୈକୁଣ୍ଠ ପ୍ରାପ୍ତ ହୁଏ ଆଉ ମୁକ୍ତ ହୋଇଯାଏ ଅର୍ଥାତ ତାକୁ ମୁକ୍ତି ମିଳେ।


ପୁରୀ ଯିବା ପାଇଁ ଦିନ ଠିକ୍ ହୋଇଥାଏ । ସେ ଦିନ ମଧ୍ୟ ବହୁତ ଶ୍ରୀଘ୍ର ଆସିଲା । ସମସ୍ତଙ୍କ ସାଥିରେ ମୁଁ ମଧ୍ୟ ପୁରୀ

ଗଲି । ବାଇଶି ପାହାଚରେ ଚଢ଼ିଲା ବେଳେ ପ୍ରତି ପାହାଚକୁ ମୁଁ ମୁଣ୍ଡିଆ ମାରି ମାରି ଚଢୁଥାଏ। ତା ପରେ ମନ୍ଦିର ଭିତରେ ପ୍ରବେଶ କଲି । ବହୁତ ଭିଡ ତଥାପି ଚେଷ୍ଟା କରି ଗରୁଡ ସ୍ତମ୍ଭ ପଛ ପଟକୁ ଗଲି । ଦୁଇ ହାତ ଟେକି ପ୍ରଭୁଙ୍କୁ ଗୁହାରି କଲି, ହେ ଚକାନୟନ ଅଗତିର ଗତି ତୁମେ ପ୍ରଭୁ ମୋତେ ଦୟାକର ଏବଂ ଏହି ସଂସାରରୁ ମୋତେ ମୁକ୍ତି କରିଦିଅ।


ଏତିକି କହି ମୁଣ୍ଡିଆ ମାରି ତୁଳସୀ ଟିକେ ପାଇ ଆନନ୍ଦ ବଜାର ଆଡ଼େ ଯାଉଥାଏ। ପଛରୁ କିଏ ଜଣେ ଡାକିଲେ।ପଛକୁ ଚାହିଁଲି ଛୋଟ ପିଲାଟିଏ ନଅ ଦଶ ବର୍ଷର ହେବ।ମୋତେ ପାଖକୁ ଡାକିଲା, କହିଲା ଏ ବହିଟି ନିଅ ପଢିବ ।ବହିଟିର ମୂଲ୍ୟ କେତେ ପଚାରିଲି, ସେ ନବେ ଟଙ୍କା କହିଲା। ନବେ ଟଙ୍କା ଦେଲି, ବହିଟି ଆଣି ଘରକୁ ଆସିଲି । ଘରେ ଆସି ବହିଟି ଖୋଲି ଦେଖିଲି ସେହି ବହିରେ ମୁକ୍ତିର ସମସ୍ତ କଥା ଲେଖାଥିଲା। ଘରେ ପ୍ରଭୁଙ୍କୁ କୋଟି କୋଟି ପ୍ରଣାମ କଲି। ହାତ ଯୋଡ଼ିଲି।


ଏଇ ଆମ ଜଗନ୍ନାଥ, ଯାହା ତାଙ୍କୁ ମାଗିବ ତାହା ପାଇବ।

ରଥଯାତ୍ରାରେ ବି ପ୍ରଭୁଙ୍କ ଲୀଳା ମୁଁ ଅନୁଭବ କରିଛି। ସେ ଲୀଳାମୟ । ତାଙ୍କ ଲୀଳା ମୁଁ କଣ କହିବି, କିନ୍ତୁ ଏତିକି କହିବି ଜଗନ୍ନାଥ ହେଉଛନ୍ତି ଚଳନ୍ତି ଠାକୁର । ଭକ୍ତର ମାନ ସେ ରଖନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract