STORYMIRROR

Sagar Kumar Parida

Abstract Action

3  

Sagar Kumar Parida

Abstract Action

ଅଜାଙ୍କ ହସ

ଅଜାଙ୍କ ହସ

1 min
236

ରଘୁଆ ଅଜା ଭାରି ମଜାଳିଆ ଲୋକ। ବୟସ ପଞ୍ଚଷଠୀ ବର୍ଷ ହେଲାଣି।ଘର ତାଙ୍କର ଚଣ୍ଡିମଙ୍ଗଳ।ମହାନଦୀଠାରୁ ଦୁଇ

କିମି ଦୂର। ପ୍ରତିଦିନ ଉପରଓଳି ହେଲେ ରଘୁଆ ଅଜା ଠେଙ୍ଗାଟିଏ ଧରି ନଦୀଆଡକୁ ଯାଆନ୍ତି।ନଦୀକୂଳରେ ଧାଡି ଧାଡି ହୋଇ ଝାଉଁ ଗଛ ସବୁ ଲାଗିଛି।ତାରି ମଝିରେ ବିଶାଳବରଗଛଟିଏ।ବରଗଛ ମୂଳେ ଚାନ୍ଦିନୀଟିଏ ଥାଏ।ସେହି ଚାନ୍ଦୀନୀରେ ବସିଲେ ବୈଦେଶ୍ୱର ପାଖ ଦୃଶ୍ୟ ଭଲ ଭାବରେ ଦେଖାଯାଏ।ଉପରଓଳି ହେଲେ ନଦୀ ଭିତରୁ ଖିଲିଖିଲି ଥଣ୍ଡା ପବନ ଦେହରେ ବାଜିଲେ,ସବୁ ଦୁଃଖ ଭୁଲି ହୋଇଯାଏ।ତେଣୁ ଉପର ଓଳି ସମୟରେ ସେହି ମଣ୍ଡପରେ ପ୍ରବଳ ଭିଡ।ଯୁବକ ପିଲା ମାନେ ସେଠାରେ ତାସ,କ୍ୟାରମଭଳି ଖେଳ ଖେଳନ୍ତି।କିନ୍ତୁ ଏଇ କେତେ ମାସ ହେଲା ପିଲାମାନେ ଆଉ କିଛି ଖେଳ ଖେଳୁନାହାନ୍ତି।ସେମାନଙ୍କହାତରେ ଗୋଟିଏ ଗୋଟିଏ ସ୍ମାର୍ଟ ଫୋନ।ସେହି ଫୋନ ଧରି

ସେମାନେ କେତେ କଣ ଦେଖନ୍ତି।କିଏ ହସ କଥା ଦେଖେ ତକିଏ ଫିଲ୍ମ ଦେଖେ।ଅଜା ମଣ୍ଡପରେ ବସି ଏହାସବୁ ଦେଖନ୍ତିଯେ କେତେପିଲା କଣ ସବୁ ମୋବାଇଲିରେ ଦେଖି ହସି ହସିଗଡି ଯାଉଛନ୍ତି।ଅଜା ପଚାରିଲେ ଆରେ କଣ ଦେଖୁଛ।ପିଲେ

କହିଲେ ଅଜା ତମେ ନଟିଆ ଦେଖିଛ।ଅଜା ନାହିଁ କଲେ। ଏହି ସମୟରେ ରମେଶ ମୋବାଇଲିରେ ନଟିଆ ବାହାରକରି ଅଜାଙ୍କୁ ଦେଖାଇଦେଲା।ଅଜା ନଟିଆ ଦେଖୁଥାନ୍ତି ଆଉହସିହସି ଗଡି ଯାଉଥାନ୍ତି।ଅଜାଙ୍କ ଏହି ଅବସ୍ଥା ଦେଖି ପିଲାମାନେ ମଧ୍ୟ ହସି ହସି ବେଦମ। ସେଠୁ ଅଜା କହିଲେ ଏମିତି ଯଦି ହସ ଫିଲ୍ମ ,ହସ କଥା ଦେଖିବାନା ଆମ ଆୟୁଷ ଆଉ କିଛି ବର୍ଷ ବଢିଯିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract