Sagar Kumar Parida

Abstract Others

3  

Sagar Kumar Parida

Abstract Others

ଗାଁରେ କ୍ରିକେଟ

ଗାଁରେ କ୍ରିକେଟ

1 min
205


ଚଣ୍ଡିମଙ୍ଗଳ ଏବଂ ଗୋପୀନାଥପୁର ପାଖାପାଖି ଦୁଇଟି ଗାଁ।ଦୁଇ ଗାଁରେ ଦୁଇଟି କ୍ରିକେଟ ଟିମ ଅଛି ।ଆଉ ଗାଁର ପ୍ରତିଭାବାନ କ୍ରିକେଟ ଖେଳାଳୀମାନେ ଏହି ଦୁଇ ଦଳର ସଦସ୍ୟ ଅଛନ୍ତି।ଦିନେଗୋପୀନାଥପୁର ବଡ଼ ପଡ଼ିଆରେଚଣ୍ଡିମଙ୍ଗଳ ଏବଂ ଗୋପୀନାଥପୁର ଭିତରେ କ୍ରିକେଟ ମ୍ୟାଚଚାଲିଥାଏ,ଗୋପୀନାଥପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତକୋଡିଏ ଓଭରରେ ୨୦୧ରନ କରିଥାଏ।ଚଣ୍ଡିମଙ୍ଗଳ ମ୍ୟାଚ

ଜିତିବା ପାଇଁ ୨୦୨ରନର ଆବଶ୍ୟକତା ଥାଏ। ୧୫୦ ରନରେ ୬ ଉଇକେଟ ହରାଇ ଚଣ୍ଡିମଙ୍ଗଳ ଅସୁବିଧାରେ ପଡିଥାଏ ।ଶେଷ ୪ଓଭରରୁ ଆବଶ୍ୟକ ଥାଏ ୫୦ରନ।ଏହି ସମୟରେ ୭ମ ଉଇକେଟର ପତନ ହୋଇଥାଏ।ଏହି

ସମୟରେ ପଡିଆ ମଧ୍ଯକୁ ପ୍ରବେଶ କଲେ,ସାଗର ହାର୍ଡ ହିଟର ।ପଡ଼ିଆରେ ପ୍ରବେଶ କଲା ମାତ୍ରେ ସେ ପ୍ରଥମରୁଛକାର ବୃଷ୍ଟି କଲେ।ସେହି ଓଭରରେ ସେ ୫ଟି ଛକାର ବୃଷ୍ଟି

କରି ଚଣ୍ଡିମଙ୍ଗଳ ଟିମର ଜିତିବାର ପଥ ପରିଷ୍କାର କରିଦେଲେ ।ଆଉ ଅଠରଟି ବଲରୁ ବାଇଶି ରନର ଆବଶ୍ୟକତା ଥାଏ।ବାହାରେ ବସିଥିବା ଦର୍ଶକଙ୍କ ଭିତରୁ ମାଧବ ଓ ରାଜୁ ମଧ୍ୟରେ ଜିଦି ପଡିଥାଏ। ମାଧବ କହୁଥାଏ ଚଣ୍ଡିମଙ୍ଗଳଜିତିବ,ରାଜୁ କହୁଥାଏ ଗୋପିନାଥପୁର ଜିତିବ।ମାଧବ କହୁଥାଏ ତୁ ଜାଣିନୁ ରାଜୁ ସାଗର କେଉଁ ଧରଣର ବ୍ୟାଟ୍ସମ୍ୟାନ,ରାଜୁ କହୁଥାଏ ତୁ ଜାଣିନୁ ଏହି ଓଭର ପରେଗଗନ ବୋଲିଂ କରିବ ଯିଏକି ବର୍ତ୍ତମାନ ସୁଧା ୫ଟି ଉଇକେଟ ନେଇ ସାରିଲେଣି ।ମାଧବ କହିଲା ହଉ ଏହି ଓଭରଟି ଦେଖିବା।ଏହି ଓଭରରେମଧ୍ୟ ସାଗର ୪ଟି ଚୌକା ମାରିଲା,ଏବଂତାପରେ ଓଭରରେ

ହିଁ ଚଣ୍ଡିମଙ୍ଗଳ ମ୍ୟାଚ ଜିତିଗଲା।ମାଧବ ତା କଥାରେ ଜିତିଗଲା,ଏବଂ ରାଜୁ ତା କଥାରେ ହାରିଗଲା।ରାଜୁର ମନ ଦୁଃଖ ହେଲା। ଏହି କଥାକୁ ଲକ୍ଷ୍ୟକରି ପାଖରେ ବସିଥିବା ରାମବାବୁ କହିଲେ ରାଜୁ ତୁମେ ଦୁଃଖ କର ନାହିଁ।ଖେଳରେ ହାର ଜିତି ଥାଏ।ଖେଳୁଆଡ଼ମନୋଭାଵ ନେଇ ଖେଳିଲେ ଖେଳର ଉନ୍ନତି ହେବ।ଆଜି

ତୁମ ଟିମ ହାରିଛି,କାଲି ତୁମ ଟିମ ଜିତିବ।ତେଣୁ ତୁମେମନ ଦୁଃଖ ନ କରି ଖେଳର ଭାବନା ଗ୍ରହଣ କର।ଏହି କଥା ଶୁଣି ରାଜୁ ଏବଂ ମାଧବ ଦୁହେଁ ଦୁହିଁଙ୍କୁ ଚାଂହୁଥିଲେ ।



Rate this content
Log in

Similar oriya story from Abstract