STORYMIRROR

Sagar Kumar Parida

Abstract Tragedy Others

3  

Sagar Kumar Parida

Abstract Tragedy Others

ମଫସଲ ଝିଅ ମାଣିକ

ମଫସଲ ଝିଅ ମାଣିକ

2 mins
186

ନିପଟ ମଫସଲ ଗାଁଟିଏ ସେହି ଗାଁରେ ଥାଏ ଝିଅଟିଏ ନାଁ ତାର ମାଣିକ।ଦେଖିବାକୁ ଭାରି ସୁନ୍ଦର।ବୁଦ୍ଧି ମଧ୍ୟ ତାର ବହୁତ ବଢିଆ। ଗାଁର ଶାନ୍ତ ପରିବେଶ, ପାହାଡ଼,ଝରଣା

,ନଦୀ,ନାଳ ତାକୁ ବହୁତ ଭଲ ଲାଗେ।ସନ୍ଧ୍ୟା ହେଲେ ସେ ଗାଁ ମୁଣ୍ଡ ଶିବ ମନ୍ଦିରେ ହେଉଥିବା ଆଳତୀରେ ଭାଗ ନିଏ।

ଘରେ ବାପା,ମାଆଙ୍କ ସେବାକରେ।ଗାଁର ସବୁ ଲୋକ ତାକୁବହୁତ ଭଲ ପାଆନ୍ତି।ଆଗରୁ କିନ୍ତୁ ସେ ଏପରି ନଥିଲା।


 ଅନେକ ଦିନ ତଳର କଥା।ଯେହେତୁ ପାହାଡ଼ ତଳ ଗାଁତେଣୁ ତାଙ୍କ ଗାଁରେ ବିଦ୍ୟୁତ ନ ଥାଏ। ଲୋକମାନେ ଦିନେ ମେଳି ହୋଇ ଗାଁରେ ସିନେମା ଚଲାଇବା ପାଇଁ କଥା ହେଲେ। ଠିକ୍ ସନ୍ଧ୍ୟା ବେଳକୁ ସିନେମା ଗାଁରେ ଚାଲିଲା।

ଫିଲିମ ନାଁ ମାଣିକ।ବହୁତ ସୁନ୍ଦର ଫିଲ୍ମ।ଲୋକେ ଦେଖିଲେମାଣିକର ଦୁଃଖ ଦେଖି କିଏ କାନ୍ଦି ପକାଇଲା ତ କିଏ ଭାରି ମନ ଦୁଃଖ କଲା। ମାଣିକର ଚରିତଟି କିନ୍ତ ସେହି ଗାଁର ଝିଅ ମାଣିକ ମନକୁ ପାଇଲା। ସେହି ଦିନୁ ସେ ବଦଳି

ଗଲା ।ଆଉ ମାଣିକ ଚରିତ୍ରର ଛାପ ତା ଉପରେ ଏତେ ପ୍ରଭାବ ବିସ୍ତାର କରିଥିଲା ଯେ,ସେ ଗାଁରେ ତାପରି ବ୍ୟବହାରଆଉ କଥାବାର୍ତ୍ତା କରୁଥିଲା।


 ଦିନେ ତା ଜେଜେମା ପାଖରେ ବସିଥିଲା ବେଳେ ମାଣିକଫିଲ୍ମରେ ଦେଖିଥିବା ମାଣିକର କଥା ତା ଜେଜେ ମା ପାଖରେବର୍ଣ୍ଣନା କରୁଥିଲା।ତା ଜେଜେମା ତା କଥା ସବୁ ଶୁଣିଲାଆଉ କହିଲେ,ଲୋ ମାଣିକ ଏହି ସଂସାର ପରା ଦୁଃଖର

ଘର,ଏଠାରେ ସବୁବେଳେ ଦୁଃଖ ହିଁ ଦୁଃଖ।ଏଠି ମାତା ସୀତା,ଦୌପଦୀ ଭଳି ନାରୀ ମଧ୍ୟ ଦୁଃଖ ପାଇଛନ୍ତି।ହରିଶ୍ଚନ୍ଦ୍ର ଭଳି ରାଜାଙ୍କ ସ୍ତ୍ରୀ ଏହି ସଂସାରେ ମଧ୍ୟଦୁଃଖ ସହିଛନ୍ତି।ତେଣୁ ଦୁଃଖ ପାଇଁ ମନ ଉଣା କରନା।ଧୈର୍ଯ୍ୟଧର ।


 ଯେଉଁ ଜେଜେମାଙ୍କ ଠାରୁ ମାଣିକ ଉପଦେଶ ସବୁ ପାଉଥିଲା ,ସେ ଜେଜେମା କେଉଁ ଦିନ ଠାରୁ ଆର ପାରିକୁଚାଲିଗଲେଣି।ବେଳେବେଳେ ତା ଜେଜେମାଙ୍କ କଥା ମାଣିକର ବହୁତ ମନେପଡେ।ଆଉ ନିଜକୁ ନିଜେ ବୁଝାଇ

ତୁନି ହୋଇ ରୁହେ।


 ମାନିକଙ୍କ ଗାଁ କୁ ଏବେ ଲାଇନି ଆସିଛି।ସମସ୍ତ ଲୋକଙ୍କମନ ଭାରି ଖୁସି।ଗାଁରେ ଉତ୍ସବ ପରି ଗହଳି। ତା ପରଦିନମାଣିକଙ୍କ ଘରକୁ ତା ବାପା ଗୋଟିଏ ଟିଭି ଆଣିଲେ। ସନ୍ଧ୍ୟାବେଳକୁ ଟିଭି ଚାଲିଲା ଗାଁ ଲୋକମାନଙ୍କ ଭିଡ଼ ଘରେ ହେଲା। ଦେଖିଲା ବେଳକୁ ଟିଭି ରେ ଫିଲ୍ମ ମାଣିକ ଦେଉଥାଏ।ଆଗରୁ ଦେଖିଥିବା ଫିଲ୍ମ ଦେଖି ଲୋକମାନେ ଆହୁରି ଖୁସି ହେଲେ।ମାଣିକ ବି ଖୁସି ହେଲା।ଆଉ ଖାଇସାରି ଶୋଇବାକୁ ଗଲା।


 ରାତିରେ ମାଣିକ ଏକ ସ୍ବପ୍ନ ଦେଖିଲା ଯେ,ତା ଜେଜେମାଆସିଛନ୍ତି।ଆଉ ତାକୁ କହୁଛନ୍ତି ଲୋ ମାଣିକ ତୁ କଣ କାନ୍ଦୁଛୁ।କାନ୍ଦନା ,ଆଲୋ ଆମ ଗାଁ କୁ ଏଥର ବିଦ୍ୟୁତ ଆସିଲା।ଗାଁ 

ଆଉ ଆଗ ଭଳି ରହିବନି।ଧୀରେ ଧୀରେ ଉନ୍ନତ ହେବ।ଲୋକମାନେ ଶିକ୍ଷିତ ହେବେ।ତୁ ବଡ଼ ହେଲୁଣି ଗାଁ ସିନା ଉନ୍ନତି ହେବ।ହେଲେ ତୁ ତ ତୋ ଶାଶୁ ଘରକୁ ଚାଲିଯିବୁ।


 ମାଣିକ ନିଦରୁ ଉଠି ନାଁ ନାଁ ମୁଁ ମୋ ଗାଁ ଛାଡି କୁଆଡେଜୀବିନି।ଏହି ସମୟରେ ତା ବାପା ଆସି କହିଲେ କଣ

ହେଲା କିଲୋ ମାଆ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract