STORYMIRROR

Sagar Kumar Parida

Children Stories Comedy

4  

Sagar Kumar Parida

Children Stories Comedy

ଗୋପାଳ ରହସ୍ୟ ଓ ଦୁଇ ସାଙ୍ଗ

ଗୋପାଳ ରହସ୍ୟ ଓ ଦୁଇ ସାଙ୍ଗ

1 min
363

ରାମ ଓ ମଧୁ ଦୁଇ ସାଙ୍ଗ ଗୋଟିଏ ଗାଁରେ ରହୁଥିଲେ,ଅଧିକାଂଶ ସମୟ ଏକାଠି ଖେଳ,ଟିଭିଦେଖା, ପାଠପଢ଼ା,ବିଦ୍ୟାଳୟ ଯିବା ଦୁଇ ସାଙ୍ଗଙ୍କର ନିତି ଦିନିଆ କଥା।ବିଦ୍ୟାଳୟ ରୁ ଆସିଲା ପରେ ଦୁଇ ସାଙ୍ଗ ହାତ ଗୋଡ଼ ଧୋଇ ଖେଳିବା ପାଇଁ ବାହାରି ଯାଉ ଥିଲେ।ତାପରେ ସନ୍ଧ୍ୟା ବେଳେ ଆସି ପ୍ରାର୍ଥନା ସାରି ପଢିବା ପାଇଁ ବସୁଥିଲେ।କିନ୍ତୁ

ଯେତେବେଳେ ସାତଟା ହେଇ ଯାଉଥିଲା ସେମାନେ ଟିଭି ପାଖରେ ବସୁଥିଲେ।ଗୋପାଳ ରହସ୍ୟ ଦେଖୁଥିଲେ।ଗୋପାଳ

ରହସ୍ୟ ଦେଖି ସେମାନେ ବହୁତ ଖୁସି ହେଉଥିଲେ। ହସି ହସି ଗଡି ଯାଉଥିଲେ।

  ଆଉ ତାପରଦିନ ସମସ୍ତ ସାଙ୍ଗ ଏକାଠି ହୋଇ ଗୋପାଳ ଆଜି ଏୟା କଲା ସେୟା କଲା କଥା ବାର୍ତ୍ତା ହେଉଥିଲେ।

ଆଉ ଗୋପାଳ ଭବିଷ୍ୟତରେ କଣ କରିବ ସେ ବିଷୟରେ ଭାବୁଥିଲେ। ଦିନେ ଦୁଇ ସାଙ୍ଗ ଜଙ୍ଗଲ କୁ ବୁଲିବାକୁ ଯାଇଥିଲେ।ହଠାତ ବାଟରେ ଭାଲୁ ଆସୁଥିବାର ଦେଖିଲେ,କଣ କରିବେ କିଛି ସ୍ଥିର କରି ପାରିଲେ ନାହିଁ।ଗୋପାଳ ରହସ୍ୟ ରେ ସେମାନେ ଦେଖିଥିଲେ ଯେ ଗୋପାଳ ଯେତେବେଳେ ଜଙ୍ଗଲରେ ଥିଲା ଭାଲୁ ଆସିଥିଲା ସେ ନିଆଁ ହୁଳା ଦେଖେଇ ଥିଲା ଭାଲୁ ପଳାଇ ଯାଇଥିଲା।

 ତେଣୁ ସେମାନେ ମଧ୍ୟ ସେୟା କଲେ ପାଖରେ ଥିବା ଦିଆସିଲି ଦ୍ୱାରା ଶୁଖିଲା ପତ୍ରରେ ନିଆଁ ଲଗାଇଦେଲେ।

ନିଆଁ ରୁ ସୃଷ୍ଟି ଧୂଆଁ ଦ୍ୱାରା ସେହି ଅଂଚଳ ଧୂଆଁ ହୋଇଗଲା।

ତାପରେ ସେମାନେ ଦଉଡି ଯାଇ ଗୋଟେ ଗଛରେ ଚଢ଼ିଗଲେ। ଗଛରେ ବହୁତ ସମୟ ରହିଲେ ।ନିଆଁ ଲିଭି ଯାଇଥାଏ।ଭାଲୁ ଦୂରରୁ ନିଆଁ ଦେଖି ଭୟରେ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା।

 ଦୁଇ ସାଙ୍ଗ ଗଛରୁ ଓଲ୍ହାଇଲେ ଏବଂ ସିଧା ଘରକୁ ଦୌଡ଼ିଲେ। ଘରେ ସମସ୍ତ କଥା କହିଲେ,କିପରି ଗୋପାଳ

ରହସ୍ୟ ଦେଖି ସେମାନେ ଖାଲି ହସୁ ନଥିଲେ,ଆଜି ତାଙ୍କର

ଜୀବନ ମଧ୍ୟ ବଞ୍ଚାଇ ପାରିଲେ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍