STORYMIRROR

Sagar Kumar Parida

Abstract Others

3  

Sagar Kumar Parida

Abstract Others

ଗୁପ୍ତଚର

ଗୁପ୍ତଚର

2 mins
232

ଆମ ଗାଁ ଶଙ୍କର ପୋଲିସରେ ଅଛି। ବର୍ଷକୁ ଦୁଇ ମାସ ସେ ଗାଁରେ ରହେ। ଗାଁରେ ସେ ଗାଁ ପିଲାମାନଙ୍କ ସହିତ ଖେଳେ। ଗାଁର ବିଭିନ୍ନ ଉତ୍ସବରେ ସେ ଭାଗନିଏ । ଦିନେ ଗାଁରେ ତାଙ୍କର କେତେଜଣ ସାଙ୍ଗ ତାକୁ ପୋଲିସ ବିଭାଗରେ କେଉଁ କାର୍ଯ୍ୟ ସେ କରେ ବୋଲି ପଚାରିଥିଲେ।ସେ କହିଲା, ମୁଁ ଗୁପ୍ତଚର କାମ କରେ। ସାଙ୍ଗମାନେ ତାକୁ ପଚାରିଥିଲେ, ଆରେ ସାଙ୍ଗ ଗୁପ୍ତଚର କାମ କ'ଣ? ସେ ବିଷୟରେ କହିବାକୁ ମନାକଲା, କାରଣ ସେ ସେହି କାମ କରିବା ବେଳେ କୁଆଡେ ଶପଥ ନେଇଛି। କିନ୍ତୁ ସେ ଅତୀତର ରାଜାମାନଙ୍କ କାହାଣୀ କହି ଗୁପ୍ତଚର କଥା ବର୍ଣ୍ଣନା କଲା। ଶଙ୍କର କହିଲା ବହୁଦିନ ତଳେ ଅବନ୍ତି ବୋଲି ଗୋଟିଏ ରାଜ୍ୟ ଥିଲା। ସେହି ରାଜ୍ୟରେ ଜଣେ ରାଜା ଥିଲେ ତାଙ୍କ ନାମ ଚନ୍ଦ୍ରଧ୍ବଜ। ଭାରି ସାହସୀ ବୀର। ଚାରିଆଡେ ତାଙ୍କର ସୁନାମ। ପୋଡ଼ଶୀ ରାଜ୍ୟର ରାଜାମାନେ ତାଙ୍କଠୁ ପରାଜୟ ସ୍ଵୀକାର କରି

ପ୍ରତିଶୋଧର ନିଆଁରେ ଜଳୁଥିଲେ। ଦିନେ ପୋଡ଼ଶୀ ରାଜ୍ୟ

କାନ୍ତିପୁର ତାଙ୍କର ଜଣେ ବିଶ୍ୱସ୍ତ ବ୍ୟକ୍ତିକୁ ଅବନ୍ତିର ସୈନ୍ୟ ବିଭାଗରେ ଭର୍ତ୍ତୀ କରିଦେଲେ। ସେହି ବ୍ୟକ୍ତିଜଣଙ୍କ ଅବନ୍ତି

ରାଜ୍ୟର ବିଭିନ୍ନ ପ୍ରକାର ଗୁପ୍ତଦ୍ବାର, ସୈନ୍ୟ ସଂଖ୍ୟା, ରାଜ ନଗରର ଗୁପ୍ତ ଦ୍ୱାର ବିଷୟରେ ବହୁତ ତଥ୍ୟ ସଂଗ୍ରହ କଲା। ଆଉ ନିଜ ରାଜ୍ୟର ରାଜାଙ୍କୁ ଯାଇ ସେହି ବିଷୟରେ ଖବର ଦେଲା। ରାଜା ବ୍ୟକ୍ତି ଜଣଙ୍କ ଉପରେ ବହୁତ ଖୁସି ହେଲେ।


ଅବନ୍ତି ରାଜ୍ୟର ଗୁପ୍ତ ଖବର ପାଇ କାନ୍ତିପୁର ରାଜା ଅବନ୍ତି

ରାଜ୍ୟ ଆକ୍ରମଣ ପାଇଁ ପସ୍ତୁତ ହେଲେ ଓ ସୁଯୋଗ ଦେଖି ଦିନେ ହଠାତ ଆକ୍ରମଣ କରିଦେଲେ ଚନ୍ଦ୍ରଧ୍ବଜ ରାଜ୍ୟ ଉପରେ। ଚନ୍ଦ୍ରଗୁପ୍ତ ଯୁଦ୍ଧ ପାଇଁ ପସ୍ତୁତ ହେବା ପୁର୍ବରୁ

ତାଙ୍କୁ ବନ୍ଦୀ କରିନେଲେ। ଶେଷରେ ଅବନ୍ତି ରାଜ୍ୟ କାନ୍ତିପୁର ରାଜାଙ୍କ ଅଧୀନକୁ ଚାଲି ଆସିଲା।


ଏଥିରୁ ତୁମେ ବୁଝି ପାରୁଥିବ ଗୁପ୍ତଚରଙ୍କ କାମ କେତେବଡ଼। ଗୋଟିଏ ରାଜ୍ୟ ପାଇଁ ଗୁପ୍ତଚରର ଆବଶ୍ୟକତା ବହୁତ ବେଶୀ, ରାଜ୍ୟକୁ ରକ୍ଷା କରିବା ସହିତ ରାଜ୍ୟର ଉନ୍ନତି ପାଇଁ। ସମସ୍ତ ଗୁପ୍ତଚର ଦେଶକୁ ବହୁତ ଭଲ ପାଆନ୍ତି। ଆଉ ଧରା ପଡିଲେ ଜୀବନ ଦେଇଦିଅନ୍ତି। ସମସ୍ତ ସାଙ୍ଗ ମାନେ ଏକଥା ଶୁଣି ଶଙ୍କର ପାଇଁ ବହୁତ ଗର୍ବ କଲେ, ଆଉ କହିଲେ ସାଙ୍ଗ ତୁ ଖାଲି ଦେଶକୁ ଗର୍ବିତ କରୁନୁ, ଆମ ଗାଁ ମଧ୍ୟ ତୋ

ପାଇଁ ଗର୍ବିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract