STORYMIRROR

Pratima Satpathy

Classics

3  

Pratima Satpathy

Classics

ଆଦି ନୃସିଂହ ମନ୍ଦିର.

ଆଦି ନୃସିଂହ ମନ୍ଦିର.

1 min
134


କୋଟି କୈବଲ୍ୟ ନାଥ, ଓଡ଼ିଆ ଙ୍କ ଆଦ୍ୟ ଦେବତା ଶ୍ରୀପୁରୁଷୋତ୍ତମ ଧାମ ସବୁ ଧାମ ଠାରୁ ଅନ୍ୟତମଧାମ ବା ଶ୍ରେଷ୍ଠ ଧାମ. ଶ୍ରୀ ମନ୍ଦିର ଦକ୍ଷିଣ ଦ୍ୱାର ଭିତର ବେଢା ବେହରଣ ଦ୍ୱାର ପାଖରେ ମୁକ୍ତି ମଣ୍ଡପଅଛି. ଏହାର ପଶ୍ଚିମରେ ପ୍ରାଚୀନ ନୃସିଂହ ମନ୍ଦିର ଅବସ୍ଥିତ.ଆଦି ନୃସିଂହ ମନ୍ଦିର ଅଠା ବନ ଫୁଟ ଉଚ୍ଚ ତା ବିଶିଷ୍ଟ ମନ୍ଦିରପୂର୍ବାଭି ମୁଖି ହୋଇ ରହିଅଛି.ମହାପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ଠାରୁ ଏହି ମନ୍ଦିର ପ୍ରାଚୀନ ଅଟେ.ଏହି ମନ୍ଦିରରେ ସିଂହାସନ ଉପରେ ଦେଢ଼ ଫୁଟ ଉଚ୍ଚତା ବିଶିଷ୍ଟ ନୃସିଂହ ମୂର୍ତ୍ତି ଉପଵେଶନ କରିଅଛନ୍ତି.ଜଗନ୍ନାଥ ସଂସ୍କୃତି, ଐତିହ୍ୟ, ଓ. ପରମ୍ପରା ଅନୁଯାୟୀ, ଦାରୁ ସଂଗ୍ରହ, ଦାରୁ ପ୍ରତିଷ୍ଠା, ବା ନୂତନ ବିଗ୍ରହ ସିଂହାସନରେ ପ୍ରତିଷ୍ଠା. କଲାବେଳେ ପ୍ରଭୁ ନୃସିଂହ ମନ୍ତ୍ରରେ ପୂଜା କରାଯାଏ. କିଛି ବିପଦ ଆପଦ, କି ବାଧା ବିଘ୍ନ ଆସିଲେ ନୃସିଂହ ମନ୍ତ୍ରରେ ପୂଜା କଲେ ସୁଖ ଶାନ୍ତି ପ୍ରାପ୍ତ ହୁଏ. ଏହି ମନ୍ଦିର କାନ୍ଥରୁ ଚୂନ ଛଡାଇଲା ବେଳେ ବହୁତ ପୁରାତନ ଭାଷାର ଲିପି ରହିଅଛି. ନୃସିଂହ ଚତୁର୍ଦ୍ଦଶୀରେ ନୃସିଂହ ଜନ୍ମ ପୂଜା ବହୁତ ଧୁମ ଧାମରେ ଅନୁଷ୍ଠିତ. ହୋଇଥାଏ ଦକ୍ଷିଣ ଘରୁ ନୃସିଂହ ଙ୍କୁ. ଖଟୁଲିରେ ଆଣି ମୁକ୍ତି ମଣ୍ଡପରେ ରଖନ୍ତି. ଵିଧି ବିଧାନ ଅନୁସାରେ. ପୂଜା ପରେ ପୁଣି ନେଇ ଠାକୁରଙ୍କୁ. ମନ୍ଦିର ଭିତରେ ରଖାଯାଏ.ପ୍ରଭୁ ନୃସିଂହ ଙ୍କ ଚରଣରେ କୋଟି କୋଟି ପ୍ରଣାମ. ନୃସିଂହ ମନ୍ଦିର ଟିକିଏ ଆଗକୁ ଗଲେ ଜଳ କ୍ରୀଡା ମଣ୍ଡପ ଅଛି. ଜୟ ଜଗନ୍ନାଥ ।


Rate this content
Log in

Similar oriya story from Classics