"ଯଉବନ ଥରେ ଗଲେ ଆଉ ଆସେନା"
"ଯଉବନ ଥରେ ଗଲେ ଆଉ ଆସେନା"
ଯଉବନ ତୁମେ କେତେ ଯେ ସୁନ୍ଦର
ଭରି ଦିଅ ମନେ କୀରଣ ସୁଢୋଳ ।
ଆକାଶରେ ଉଡ଼ିବାକୁ ପରଟିଏ ଦିଅ
ପବନରେ ମନଟାକୁ ଖେଳି ବାକୁ ଦିଅ ।
ପ୍ରେମ ର ପରଶ ପାଇଁ ହୃଦୟ ବ୍ୟାକୁଳ
ସବୁ କିଛି ମିଠା ଲାଗେ ମନ ନବୀକରଣ ।
ଯଉବନ ସମୟ ଟା ବଡ଼ ଟଳମଳ
ଭାବିଚିନ୍ତି ପାଦଟି କୁ ଥାପରେ ଜୀବ ।
ଯଉବନେ ଉଦାମତ୍ତା ଭାରିତ ପ୍ରବଳ
ଏହାକୁ ସମ୍ଭାଳି ଚାଲରେ ସକଳ ।
ସକଳ କାର୍ଯ୍ୟ ପାଇଁ ଏହି ତ ସମୟ
ସଫଳତା ପାଇବା ପାଇଁ କରରେ ପ୍ରୟାସ ।
ଯଉବନେ ଭୁଲ୍ କଲେ ପ୍ରସ୍ତାୟରେ ଜୀବ
ଏହାକୁ ସଜାଡି ପୁଣି ଚାଲରେ ସାଙ୍ଗ ।
ଭୁଲ୍ ପରେ ଭୁଲ୍ କଲେ ଜୀବ ନାରଖାର
ବିଷମୟ ଜୀବନଟା ହୁଏ ହଳାହଳ ।
ଯୈ।ବନ ସମୟ ତ ପର୍ବତ ସମ
ସଫଳତା ପାଇବାକୁ କରରେ ଉଦ୍ୟମ ।
ସମୟର ବେଗ ଟା ଅତିବ ପ୍ରଖର
ଯଉବନ ବୋହିଯିବ ହୋଇ ସରସର
ଜୀବନ ରେ ଯାହା କିଛି ପାଇବାକୁ ଇଚ୍ଛା
ଯଉବନେ, ବଳ ଥାଏ ସଫଳ ସିଡି ଚଢି ଯା ।
ଏହି ସମୟ କୁ ଅଯଥା ବିନିଷ୍ଟ କରନାହିଁ
ଥରେ ଗଲେ ଆଉ ତ କେବେ ଫେରେ ନାହିଁ ।
