Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Action Inspirational

3  

Kshitish Jena

Abstract Action Inspirational

ଯତ୍ନ କଲେ ରତ୍ନ ମିଳେ

ଯତ୍ନ କଲେ ରତ୍ନ ମିଳେ

1 min
153



ବାରି ଘର ଗଛ ପତର ଯତନ

ନିଏ ଯଦି ପରା କେହି

ଫୁଲ ଫଳ ହୁଏ ବଜାରରୁ କିଛି

କିଣିବାକୁ ପଡ଼େ ନାହିଁ ।


ପିଲାଙ୍କ ଯତନ ପିତାମାତା ଦୁହେଁ

କର ଯଦି ମିଳିମିଶି

ପିଲା ବଡ଼ ହୋଇ ଭଲ କାମ କରେ

ଝୁରେ ଦିନେ ବିଶ୍ଵବାସୀ ।


ଚିକିତ୍ସକ ଯଦି ଯତ୍ନର ସହିତ

ରୋଗୀଙ୍କ ଚିକିତ୍ସା କରେ

ପ୍ରଭୁ କୃପା ବାରି ପଡ଼େ ନିତି ଝରି

ରୁହନ୍ତି ସେ ହୃଦୟରେ ।


ଯତ୍ନ ସହକାରେ ଶିକ୍ଷକ ଶ୍ରେଣୀରେ

ପିଲାଙ୍କୁ ସେ ପଢ଼ାଇଲେ

ଗୁରୁଙ୍କୁ ମାନନ୍ତି ଆଗ୍ରହର ସହ

ପାଠ ପଢ଼ିଥା'ନ୍ତି ପିଲେ ।


ଗାଡ଼ିମଟର ଓ ଅବା ସାଇକେଲ୍

ଯତ୍ନ ନିତ୍ୟ ନେଲେ ଭାଇ

ଭଲ ଗଡ଼ିଥାଏ କାମ ମାଗେ ନାହିଁ

ହୁଏ ସିଏ ଦୀର୍ଘସ୍ଥାୟୀ ।


ଶରୀର ଯତନ ନେଇଥାଏ ଯିଏ

ରୋଗ ପାଖେ ପଶେ ନାହିଁ

ସୁସ୍ଥ ଶରୀରରେ ସୁସ୍ଥ ମନ ସୃଷ୍ଟି

ମନୋବିଜ୍ଞାନୀ କହଇ ।


ଗୃହ ସରଞ୍ଜାମ ଯତ୍ନରେ ରଖିଲେ

ଖୋଜିଲେ ସହଜେ ମିଳେ

ସୁନ୍ଦର ଦିଶଇ ଘରଟି ସର୍ବଦା

ଜିନିଷ ସଜ୍ଜିତ ଥିଲେ ।


ଯତ୍ନର ସହିତ ରୋଷେଇ କରିଲେ

ପାଟିକୁ ଲାଗଇ ଭଲ

ସବୁ କାର୍ଯ୍ୟ ଯଦି ଯତ୍ନ ସହ କରୁ

ରତ୍ନ ତୁଲ୍ୟ ମିଳେ ଫଳ ।



Rate this content
Log in

Similar oriya poem from Abstract