ଯୋଡ଼ାଏ ଆଖି
ଯୋଡ଼ାଏ ଆଖି
ଯୋଡ଼ାଏ ଆଖି ମାେ ଦେଇଛନ୍ତି ପ୍ରଭୁ
ଜଗତ ଦେଖିବା ପାଇଁ,
ସ୍ନେହ ଶ୍ରଦ୍ଧା ପ୍ରୀତି ବାଣ୍ଟି ଚାଲୁଥିଲେ
କାହାକୁ ଡରିବା ନାହିଁ।1।
ଲୁହାଠୁ ଓଜନ ପ୍ରେମର ପସରା
କିଣା ଜମା ପଡ଼େ ନାହିଁ,
ଅନ୍ୟର ଆଖିକୁ ଦେଖିନେଲେ ଥରେ
ଆନନ୍ଦାଶ୍ରୁ ଯାଏ ବହି।2।
ଦୃଷ୍ଟି ହେଲେ ଭଲ ସୃଷ୍ଟି ହେବ ଭଲ
ମଧୁମୟ ଏ ବିଧାନ,
ଆଖିର ଇଶାରା ଭୟ, ପ୍ରେମ, କ୍ରୋଧ
ଦେଇଛନ୍ତି ଭଗବାନ।3।

