STORYMIRROR

Aishwarya Mishra

Romance

2  

Aishwarya Mishra

Romance

ଯୋଗସୂତ୍ରରେ ବର୍ଷା

ଯୋଗସୂତ୍ରରେ ବର୍ଷା

1 min
112



ପୁଳାଏ ଅଭିମାନକୁ ଛାତି ତଳେ ଚାପି 

ବୋଧହୁଏ ଆଜି କାନ୍ଦୁଛି ଆକାଶ

ସେଥିପାଇଁ ଏ ଶରତ ସକାଳ

ଶୁଭ୍ରତା ପରିବର୍ତ୍ତେ ,

ସାଥିରେ ଆଣିଛି 

ଘନ କୃଷ୍ଣ ମେଘର କୃଷ୍ଣାଙ୍ଗ ସ୍ଵାକ୍ଷର

କେତେ ଅଛପା କୋହର 

ଘନୀଭୂତ ରୂପ ନେଇ

ଝରୁଛି ବର୍ଷା ,


ଚୁପ୍ ଚାପ୍ ଆକାଶର ବକ୍ଷ ଭେଦ କରି

ଛୁଇଁ ଯାଉଛି ଧରଣୀକୁ

ଅଙ୍କୁରୋଦ୍ଗମ କରୁଛି ଏକ ନବ ଜୀବନର

ଧରଣୀ ଦିଶୁଛି ନବ ଯୌବନା

ଅଭିସାରିକା ସାଜି ସେ ରଚୁଛି ଶୃଙ୍ଗାର 

ପ୍ରିୟତମ ଆକାଶ ପାଇଁ,

ମିଳନର ଅଭିଳାଷା ନେଇ

ଦୂର ଦିଗ୍ ବଳୟରେ 

କରୁଛି ପ୍ରତୀକ୍ଷା ,


ତଥାପି ;

p>


ପୃଥିବୀ ଠାରୁ ବହୁ ଦୂରରେ

ଆକାଶ,

ଆକାଶ ଠାରୁ ବହୁ ଦୂରରେ

ଧରଣୀ,

ତଥାପି ଲଭିନି ପ୍ରେମର ପ୍ରଦୀପ ,

ମନ ଭିତରେ ଅସରନ୍ତି ଭଲ ପାଇବା

କିନ୍ତୁ

ଭାଗ୍ଯରେ ଲେଖା,

ଯୋଜନ ଯୋଜନର ଦୂରତ୍ଵ ;


ଏହି ଅମ୍ଳାନ ପ୍ରେମର ଅଭୁଲା ସ୍ମୃତି ନେଇ

ଆଜି ଝରୁଛି ବର୍ଷା ,

ଆକାଶକୁ ଛୁଇଁ ଦେଇ

ପ୍ଲାବିତ କରୁଛି ଧରିତ୍ରୀକୁ

ବହି ଚାଲିଛି ଜଳଧାରା ରୂପେ 

ପୁଣି ଧରଣୀକୁ ସ୍ପର୍ଶ କରି

ହେଉଛି ବାଷ୍ପୀଭୂତ 

ମିଶୁଅଛି ଆକାଶ ବକ୍ଷରେ,

ଜଳଚକ୍ର ରୂପରେ ସନ୍ତୁଳିତ କରୁଛି

ଦୁଇଟି ସନ୍ତାପିତ ହୃଦୟକୁ , 

ସ୍ଥାପି ଏକ ଅଭିନବ ଯୋଗସୂତ୍ର ,,,


Rate this content
Log in

Similar oriya poem from Romance