#ଯନ୍ତ୍ରଣାର_ଦରବାର
#ଯନ୍ତ୍ରଣାର_ଦରବାର
ଏଠି ବୁନ୍ଦାଏ ବି ରକତ ଦିଶେ ନାହିଁ ଶରୀରରେ
ଶୁଭେନାହିଁ କଷଣର ସ୍ୱର ଅବା ସଙ୍ଗୀତ କେବେ
ଏଠି ଆଖି ନଇରେ ଦୃଶ୍ୟ ହୁଏନି ଜଳର ରୂପ
ଶୁଭେନାହିଁ କରୁଣ ଚିତ୍କାର କାହାର ନୀରିହ ଓଠରୁ,
ଇଏ ଅନ୍ତର ଆତ୍ମାର ଅନନ୍ତ ଦୁନିଆ
ଯେଉଁଠି ବସେ ନିତ୍ୟ ଯନ୍ତ୍ରଣାର ଦରବାର
ବୁକୁଫଟା ବେଦନାର ଚିତ୍କାର ଏଠି ତଥ୍ୟ
କୋହରେ ନିତି ଜଳୁଥିବା ପ୍ରାଣ ଏଠି ସାଜେ ସାକ୍ଷୀ
ସମୟ ବିଚାରକ ସାଜି କରନ୍ତି ବିଚାର
ଏହା ମନ୍ତ୍ରଣାର ନୁହେଁ ଏହି ଦରବାର ଯନ୍ତ୍ରଣାର,
ମଲାମନ କଥାକହେ ବ୍ୟଥା କହେ କାଠଗଡ଼ାରେ
ଯେଉଁ ବ୍ୟଥା ସମାଜରେ ଅଦୃଶ୍ୟ ଅସ୍ପୃଶ୍ୟ
ଭଙ୍ଗା ହୃଦୟ ଏଠି ତର୍କ କରେ କୋହର କାଗଜ ଧରି
ଅଖଣ୍ଡ କ୍ଷମତାର ଅଧିକାରରେ ଅଧିକୃତ ସମୟ
ତର୍ଜମା କରନ୍ତି ବାରବାର ଲୁହ କୋହର ସତ୍ୟତା
ଶେଷରେ ଶୁଣାନ୍ତି ଯାହା ନିଶବ୍ଦର ଆଜୀବନ କାରାଦଣ୍ଡ,
ନିର୍ଦ୍ଦୋଷର ଲୁହ, ଦୋଷୀର ହସ ହୁଅଇ ପରୀକ୍ଷା
ଈଶ୍ୱରଙ୍କ ଏକ ସ୍ୱତନ୍ତ୍ର ରହସ୍ୟର ପରୀକ୍ଷାଗାରରେ
ତ୍ୟାଗର ଶେଷସୀମା ଯାଏ କିଏ ସେ ସୈନିକ ଜୀବନର ମାନସିକ ମୃତ୍ୟୁ ସହ ଲଢିଥିବା ଯୋଦ୍ଧା କିଏ ସେ
କେବଳ କ୍ଷମା ନୁହେଁ ମୁକ୍ତି ମିଳେ ଆଉ ଦଣ୍ଡ ଏଠି ପ୍ରଚଣ୍ଡ ।
©® ଦେବବ୍ରତ ମିଶ୍ର
ତା ୧୮.୦୫.୨୦୨୫
++++++++++++++++
