STORYMIRROR

Alhadini Panigrahi dash

Romance

2  

Alhadini Panigrahi dash

Romance

ଯନ୍ତ୍ରଣା ର ଉପବନେ

ଯନ୍ତ୍ରଣା ର ଉପବନେ

1 min
141

ନିଶବ୍ଦ ରାତିରେ

ପାଦ ଚିପି ଚିପି

ଆସି ପାରିବକି ପ୍ରିୟେ

ଆଗ ପରି ମୋ ପ୍ରେମିକା ସାଜି

ନିସ୍ତବ୍ଧ ରାତିର ନିରବ ଭାଷା ପଢିବାକୁ

କଣ ତୁମେ ଆଉ ଆସି ପାରିବ

ସେଇ ନିମ୍ବଗଛ ମୂଳେ

ଯେଉଁଠି ଏବେ ବି

ଅଧାଜ୍ୟୋସ୍ନା ,ଅଧାଛାଇ ର ଲୁଚକାଳି ଖେଳ

ବେପଥୁ ଜଗାଏ

ସେଇଠି ଠିଆହୋଇ

ତୁମ କଂପିତ ହାତ ପାପୁଲି କୁ

ମୋ ଉଷୁମ ହାତ ମୁଠା ରେ ବନ୍ଦି କରି

ଅନୁଭବ କରି ପାରିବକି ପ୍ରିୟେ

ମୋ ଅନ୍ତର ର ଦହନ କୁ


ନା....ପାରିବନି

ପାରିବନି ତୁମେ

କାରଣ

ତୁମେ ଯେ ଗ୍ରୁହଲକ୍ଷ୍ମୀ ଆଜି ଅନ୍ୟ କା ଗ୍ରୁହ ର


ତଥାପି ହେ ପ୍ରିୟତମା ,ପ୍ରେମିକା ହେ ମୋର

ମୋ ହ୍ରୁଦୟ ର ସ୍ପନ୍ଦନ ଟିକ୍ ଟିକ୍ କରି କହେ ମୋତେ

ଯନ୍ତ୍ରଣା ର ଉପବନେ

ଏବେ ବି ଖୋଜୁଛ ତୁମେ

ଆମ ସ୍ମୃତି ର ଫୁଲ କୁ

ଝୁରି ହେଉଛ ମୋ ପରି

ହଜିଲା ଦିନ ର ନିରୋଳା ମୂହୁର୍ତ୍ତ ଗୁଡିକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance