ଯନ୍ତ୍ରଣା ର ଉପବନେ
ଯନ୍ତ୍ରଣା ର ଉପବନେ
ନିଶବ୍ଦ ରାତିରେ
ପାଦ ଚିପି ଚିପି
ଆସି ପାରିବକି ପ୍ରିୟେ
ଆଗ ପରି ମୋ ପ୍ରେମିକା ସାଜି
ନିସ୍ତବ୍ଧ ରାତିର ନିରବ ଭାଷା ପଢିବାକୁ
କଣ ତୁମେ ଆଉ ଆସି ପାରିବ
ସେଇ ନିମ୍ବଗଛ ମୂଳେ
ଯେଉଁଠି ଏବେ ବି
ଅଧାଜ୍ୟୋସ୍ନା ,ଅଧାଛାଇ ର ଲୁଚକାଳି ଖେଳ
ବେପଥୁ ଜଗାଏ
ସେଇଠି ଠିଆହୋଇ
ତୁମ କଂପିତ ହାତ ପାପୁଲି କୁ
ମୋ ଉଷୁମ ହାତ ମୁଠା ରେ ବନ୍ଦି କରି
ଅନୁଭବ କରି ପାରିବକି ପ୍ରିୟେ
ମୋ ଅନ୍ତର ର ଦହନ କୁ
ନା....ପାରିବନି
ପାରିବନି ତୁମେ
କାରଣ
ତୁମେ ଯେ ଗ୍ରୁହଲକ୍ଷ୍ମୀ ଆଜି ଅନ୍ୟ କା ଗ୍ରୁହ ର
ତଥାପି ହେ ପ୍ରିୟତମା ,ପ୍ରେମିକା ହେ ମୋର
ମୋ ହ୍ରୁଦୟ ର ସ୍ପନ୍ଦନ ଟିକ୍ ଟିକ୍ କରି କହେ ମୋତେ
ଯନ୍ତ୍ରଣା ର ଉପବନେ
ଏବେ ବି ଖୋଜୁଛ ତୁମେ
ଆମ ସ୍ମୃତି ର ଫୁଲ କୁ
ଝୁରି ହେଉଛ ମୋ ପରି
ହଜିଲା ଦିନ ର ନିରୋଳା ମୂହୁର୍ତ୍ତ ଗୁଡିକୁ