STORYMIRROR

DR PRASANTA KUMAR BISWAL

Classics

2  

DR PRASANTA KUMAR BISWAL

Classics

ଯନ୍ତ୍ର ଯୁଗର ମାନବ

ଯନ୍ତ୍ର ଯୁଗର ମାନବ

1 min
181

ଯନ୍ତ୍ର ଯୁଗର ମାନବ ଆମେରେ 

ଯନ୍ତ୍ର ଯୁଗର ମାନବ,

ଯନ୍ତ୍ର ଆମକୁ କି ମନ୍ତ୍ର ଦେଇଛି

ଜଡ ହୁଅନ୍ତି ସରବ।

ଯନ୍ତ୍ର ଚାଳିତ ହୃଦୟ ରହିତ

ଚେତନ ବିନା ଜୀବନ, 

ସକଳ ଭ୍ରମିତ ଜୀବଠୁ ଜଗତ

ଲାଗଇ ଆବେଗ ଶୂନ୍ୟ। 

ଘରଠୁ ବାହାର ପଲ୍ଲୀ ଠୁ ନଗର 

ସବୁଠି ଭିଡର ଆସର,

ଗହଳି ଭିତରେ ସକଳେ ଆତୁରେ

ଚାଲନ୍ତି ବିନା ସଙ୍ଗର। 

ଯନ୍ତ୍ର ଭଳି ସେ ହୁଙ୍କାର ଛାଡଇ 

କରଇ ଆତ୍ମ ପ୍ରଚାର, 

ଖାଲି ଆସିଥିଲୁ ଶୂନ୍ୟ ହୋଇ ଯିବୁ

ଯାହା ସବୁ ବିଭୁଙ୍କର। 

ମାଟିଘଟ ଦିନେ ମାଟିରେ ମିଶିବୁ 

ବୃଥା କରୁ ଅହଂକାର, 

କର୍ମ ଅନୁସାରେ ଜନମ ଲଭଇ 

 ବିକର୍ମରେ ଚିନ୍ତା କର ।

ଭୌତିକ ବିକାଶ ନୁହଁଇ ଉତ୍କର୍ଷ 

 ପ୍ରକାଶ ବିନା ପ୍ରାଣର,

ଜଗତ ପୁଷ୍କଳ ହୁଅଇ ସକଳ 

ଭାବମିଶେ ଯଦି କର୍ମର ।

ଦେବା ବାଲା ଯିଏ ନେବା ବାଲା ସିଏ

ବୃଥା କିବା ଭାଳି ହୁଅ,

ନିଷ୍କାମରେ ରତ ମୋହ ନିରାସକ୍ତ 

ପ୍ରଭୁ ପାଦେ ଦାସ ହୁଅ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics