STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଯନ୍ତ୍ର ସାଜିଛି ମଣିଷ

ଯନ୍ତ୍ର ସାଜିଛି ମଣିଷ

1 min
203


   

    ମଣିଷ ମନରେ ଭରିଛି ବିଷ

    ଅର୍ଥ କ୍ଷମତାର ବଢିଛି ଶୋଷ

     ଯନ୍ତ୍ର ସାଜିଛି ଆଜିର ମଣିଷ ।


    ନିଜ ବୁଦ୍ଧି ବିବେକ କୁ କରିଛି ଶେଷ

      ଲୋପ କରିଛି ତା ନୀତି ଆଦର୍ଶ

     ମାନବିକତା ଓ ମଣିଷ ପଣିଆକୁ

       କରି ଦେଇଛି ହ୍ରାସ

    ପରସ୍ପର ମଧ୍ୟେ ହରାଇଛି ବିଶ୍ଵାସ

    ଅର୍ଥ ରୋଜଗାର ଓ ବ୍ୟର୍ଥ ଚିନ୍ତନରେ

      ସମୟ କରି ଅତିକ୍ରାନ୍ତ

    ଯନ୍ତ୍ର ସାଜିଛି ଆଜିର ମଣିଷ ।


    ଅଶାନ୍ତ କରିଛି ନିଜ 

       ପରିବାର ପରିବେଶ

     ହତ୍ୟା ଲୁଣ୍ଠନେ ଲିପ୍ତ ରହି

     ମନୁ ଓ ହୃଦୁ ଲିଭିଛି ହସ

   ଜଳ, ଜମି, ଜଙ୍ଗଲ ସବୁକୁ

    ନିଜ ସ୍ଵାର୍ଥ ପାଇଁ କରୁଛି ନିଃଶେଷ

    ବିଜ୍ଞାନ ବୈଷୟିକ ଜ୍ଞାନ ବଳେ

    ସଭ୍ୟ ଶିକ୍ଷିତ ଶ୍ରେଷ୍ଠ ଜୀବ ହୋଇ

     ଯନ୍ତ୍ର ସାଜିଛି ଆଜିର ମଣିଷ ।


    ମା ମାଟି ପାଇଁ ନାହିଁ ଦରଦ

      ନିଜ ପରିବାରକୁ ଭାବଇ ମହାସମୁଦ୍ର

     ସେ ସ୍ଵାର୍ଥ ସମୁଦ୍ରର ବିକାଶ ପାଇଁ

     ସଦା ସର୍ବଦା ଖାଲି ହୁଏ ହାଇଁପାଇଁ 

    ମିଛ ଭାଷଣରେ ଖାଲି କୁହେ

       ମା'କୁ ସମ୍ମାନ ଗାଁ କୁ କାମ

     ଲୋକଙ୍କ ମତିକୁ କେତେକ ଖଳ

      କରନ୍ତି ଭ୍ରମ

     ମା ମାଟି ପାଇଁ କା ଆଖିରେ

      ନ ଥାଏ ଲୁହ

    ମିଛ କୁମ୍ଭୀର କାନ୍ଦଣାରେ ଦେଖାନ୍ତି କୋହ 

     କେତେ ସଂକୁଚିତ ହୋଇଛି 

      ଆମ ଦେଶ, ମହାଦେଶ ଓ ବିଶ୍ଵ

   ସଭିଙ୍କ ହସ୍ତେ ଯନ୍ତ୍ର ସେ ଦୂରଭାଷ<

/p>

    ହେଲେ ବି ମଣିଷ ମଣିଷ 

          ମଧ୍ୟେ ନାହିଁ ବିଶ୍ଵାସ

     ଯେହେତୁ ଯନ୍ତ୍ର ସାଜିଛି ଆଜିର ମଣିଷ ।


     ଏତେ ସଙ୍କୁଚିତ ହୋଇ ବି ବିଶ୍ଵ

     କା ସଙ୍ଗେ କା'ର ନାହିଁ ବିଶ୍ଵାସ

      ଯନ୍ତ୍ର ବତ୍ ଖଟି ମଣିଷ

    ସତେ କି ବିଜ୍ଞାନର ହୋଇଛି ଏକ ଯନ୍ତ୍ରାଂଶ

      ପିଉଛି ବିଷ ମୋଡୁଛି ନିଶ

    ସ୍ଵାର୍ଥ ପାଇଁ ପୁଅ ବାପକୁ କରଇ ଶେଷ

    କଳୁଷିତ ଆମ ସମାଜ ହୋଇଛି

    କଳଙ୍କିତ ଆମ ମାନବ ଜାତିର ପରିବେଶ

    ହତ୍ୟା, ଆତ୍ମହତ୍ୟା ଦେଇ 

     ଗତି କରେ ସଭିଏଁ ଆମେ

       ଏବେ ମାନସିକ ବିକାର ଗ୍ରସ୍ତ

     ଖାଉଛେ ନିଶା ହେଉଛେ ଲୋକହସା

      ହରାଇ ଦିଶା ସର୍ବ ଦିଗୁ

          ହରାଉଛେ ଆଶା ଭରସା ।


      ଜୀବାଣୁ ଭୂତାଣୁ ଙ୍କ ବୃଦ୍ଧି କରୁଛେ ବଂଶ

       ଛାତିକୁ ଫୁଲାଇ କହୁଛେ ଆମେ ମଣିଷ

        ଯେହେତୁ ମଣିଷ ହୋଇଛି ସ୍ଵାର୍ଥ ସର୍ବସ୍ବ

      ସ୍ନେହ,ମମତା ଓ ସମ୍ପର୍କକୁ କରୁଛେ ଶେଷ

     ନିଜ ବଂଶ କୁ ନିଜ ହସ୍ତେ

            କରିବାକୁ ଯାଉଛେ ଧ୍ଵଂସ

      ଦୟା, କ୍ଷମା, ସଦ୍ ଗୁଣ ର ସବୁକୁ

        ଏ ମଣିଷ ଜାତି କଲେଣି ନିଃଶେଷ

     ଅର୍ଥ, କ୍ଷମତାର ବିକାଶ ପାଇଁ

       ଯନ୍ତ୍ର ସାଜିଛି ଆଜିର ମଣିଷ ।


    

        

     

     

     


Rate this content
Log in

Similar oriya poem from Abstract