STORYMIRROR

Sunanda Mohanty

Drama Action Thriller

3  

Sunanda Mohanty

Drama Action Thriller

ଯିବା ଆସିବା

ଯିବା ଆସିବା

1 min
176


ସକାଳର କର୍ମଚଞ୍ଚଳ

ରାତିର ଉଜାଗର

ଦୁଇଟା ପିରାମିଡ୍ ପରି

ସମୟକୁ ବସିଛି ଆବୋରି

ଅତୀତ ଓ ଭବିଷ୍ୟତ ପରି

ଭାବ ନାବରେ ରକ୍ଷା କର ହରି

ଏଇଟା ବୋଧହୁଏ ଜୀବନ ମାନେ

ଅଭିଧାନ ନୁହେଁ ଅଭିଜ୍ଞତା ଓ

ପାରିପାର୍ଶ୍ବିକ ପାରିଲା ନିପାରିଲା

ଦୋଛକିର ଇତିବୃତ୍ତି

ଉହ୍ମେଇ ଓ ଜୁଇର ପାର୍ଥକ୍ୟ 

ହୁଏ ମନ ହୃଦୟ ଭାରି

ପୁଣି ସେହି ପ୍ରଥମେ ମଞ୍ଜି ନା ଗଛ

ଦିନ ପରେ ରାତି ନା ରାତି ପରେ ଦିନ

ଉତ୍ତର ଜାଣି ନଜାଣିଲା ପରି

ଜୀବନଟା ଯାହାହେଲେବି

ହୁଏ ଅଳ୍ପ ବହୁତ ସରି

ଫେରିବାକୁ ହୁଏ କିଛି କିଛି ବୁଝି

କିଛି କିଛି ନବୁଝି ଭାବି ଯାଇଛି ସବୁସରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama