ଯବନିକା ଏବେ ପଡିବ
ଯବନିକା ଏବେ ପଡିବ


ମୁଁ କଣ ଜାଣିଥିଲି
ସମୟ ବେଳେ ବେଳେ
ପଛକୁ ଫେରେ ବୋଲି,
ମୁଁ କଣ ଜାଣିଥିଲି
ଆତ୍ମ ନିର୍ବାସନ ଶେଷ ହୋଇନି ଏଯାଏ I
ଏବେ ବି କିଛି କିଛି ଲହୁ
ଲୁହ ହୋଇ ବୋହିବା ଆରମ୍ଭ କରିଛନ୍ତି,
କାହିଁକି କେଜାଣି
ରସିକ ନାଗରଟିର ହାତେବନ୍ଧା
ମଲ୍ଲୀମାଳ ଶୁଖି ଆସିଲାଣି I
ରାସ୍ତା ତ ଲମ୍ବିଛି
ଏପାରି ରୁ ସେ ପାରି ଯାଏ
ଦୃଷ୍ଟିର ସୀମାରେଖା ମାଟିରୁ ଆକାଶ,
କେହି କଣ କେବେ ଥରେ
ଛୁ୍ଇଁ ପାରିଛି ଦିଗବଳୟ ?
ଅଲୋଡା ଅତିଥିଟିଏ ହୋଇ
କେତେଦିନ ଆଉ ଅଭିନୟ କରିହେବ,
ସବୁ ଶୃଙ୍ଖଳ ଛିଣ୍ଡାଇବାର
ସମୟ ଉପନୀତ ପ୍ରାୟ I
ଏଥର ବୋଧେ ନୂଆ କଅଁଳିଥିବା ପରରେ
ପକ୍ଷୀଟି ଆକାଶ ସାରା ଉଡି ପାରିବ I