ଯୌତୁକ
ଯୌତୁକ
ନିଆଁ ସେ ନିଆଁ ଯୌତୁକ ନିଆଁ
ଜଳାଇ ଦିଏ କନ୍ୟାକୁ
ଲୋଭ ସେ ଲୋଭ ଯୌତୁକ ଲୋଭ
ନଷ୍ଟ କରେ ଦୁନିଆକୁ l
କେତେ ସ୍ବପ୍ନକୁ ଆଖିରେ ରଖି
ଆସେ ସେ ଯେ ଶାଶୂଘର
ବାପାର ଘର କରିଣ ପର
ପିନ୍ଧେ ସେ ଶଙ୍ଖା ସିନ୍ଦୂର l
କନ୍ୟା ଜୀବନ ଭାରି ହୀନିମାନ
କହିବ କାହାକୁ ଦୁଃଖ
ବିଧାତା ଧରିଛି ତା ଭାଗ୍ୟ ଲେଖନୀ
ଜୀବନେ ନାହିଁ ତା ସୁଖ l
ମାଆ ବାପା ତାର ଲେଖିଥାନ୍ତେ ଯଦି
ତା ଭାଗ୍ୟ କଲମ ଧରି
ନିଶ୍ଚୟେ ଜୀବନେ ଖୁସି ଆନନ୍ଦ
ରହିଣ ଥାନ୍ତା ତାର ଭରି l
ବାପାଟି ତାର କେତେ ଆଶାରେ
କରିଲା ସେ କନ୍ୟାଦାନ
କିଛି ମାସରେ ଶୁଣିଲା ସିଏ
ତା ଅଲିଅଳି ର କ୍ରନ୍ଦନ l
ଶାଶୁ ଶଶୁର ନିଷ୍ଠୁର ତାର
ମାଗନ୍ତି ଢେର ଧନ
ବିଚରା ପିତାଟି ଏକଥା ଶୁଣି
ବିକଳ ତାର ମନ l
ଝିଅ ପାଇଁକି ଘର ବିକିଲା
ଜମି ବି ବିକିଦେଲା
ତା ଝିଅ ଖୁସି ଅଟଇ ବେଶୀ
ବିକିଣ ଧନ ଦେଲା l
ବିବାହ ପୂର୍ବରୁ କହିଣ ଥିଲେ l
ଶାଶୁଶଶୁର ଦୁଇ
ଯୌତୁକ କିଛି ନେବୁନି ଆମେ
ଚିନ୍ତା ତୁମେ କରନାହିଁ l
ବହୁତ ଖୁସିରେ ବୁଢା ବାପାଟି
ବିଭା କରିଲା ଝିଅ
କଂସା ଠୁ ସୁନା ଗହଣା ଗାଣ୍ଠି
ସକ୍ଷମେ ନେଲା ଝିଅ l
ଯାହା ସମ୍ବଳ ଥିଲା ତା ପାଖେ
ସବୁ ଝିଅକୁ ଦେଲା
ତଥାପି ମନେ ଦୟା ମାୟା ବି
ଜମାରୁ ନ ଆସିଲା l
ବିଭାଘର ର ମାସକ ପରେ
ମାଗିଲେ ପୁଣି ଯୌତୁକ
କୋଡିଏ ହଜାର ଟଙ୍କା ସାଙ୍ଗକୁ
ଏକ ବାଇକି ଭିକ l
ଯେଉଁ ଆଶାରେ ବୁଢ଼ା ବାପାଟି
ଝିଅକୁ ବିଭାଦେଲା
ସବୁ ଆଶା ତାର ମିଳେଇଗଲା
କି କରିବ ସେ ଭଲା l
ତଥାପି ବାପ ଯୋଗାଡ଼ କରି
ଦେଲା କୋଡିଏ ହଜାର
ଆଉ ସମ୍ବଳ ନାହିଁ ପାଖରେ
ନେହୁରା ହେଲା ପୟରେ l
କଟୁ ଭାଷାକୁ ନ ସହି ପାରି
ସେଠୁ ଆସିଲା ଚାଲି
ମନ ଦୁଃଖରେ ଭାବେ ବାପାଟି
ଭାଗ୍ୟ ତାର ଫଟା ବୋଲି l
ପାଇଲା ଦିନେ ଖବର ସିଏ
ନିଆଁରେ ପୋଡି ହୋଇ
ଝିଅଟି ତାର ଯାଇଛି ମରି
କି କଲବଲ ହୋଇ l
ଜାଣିଲା ବାପା ସବୁ ଘଟଣା
କିପରି ଝିଅ ମଲା
ଯୌତୁକ ଲୋଭି ଅସୁର ଯାକ
ମାରିଣ ତାକୁ ଦେଲା l
ଯୌତୁକ ନିଆଁ ଜାଳିଣ ଦେଲା
ବୁଢ଼ା ବାପା ର ସଂସାର
କି ଭୁଲ କଲା ସେ ବୁଢା ବାପ
କରି ଝିଅ ବିଭାଘର l
ଅବା କରିଲା କି ଭୁଲ ସିଏ
ଝିଅ ଜନମ କରି
ନର ରାକ୍ଷସ ବେଶରେ ପୁଣି
ଯୌତୁକ ଦେଲା ମାରି l