STORYMIRROR

Prusty Bilasini

Inspirational

4  

Prusty Bilasini

Inspirational

ଯୌଥ ପରିବାର

ଯୌଥ ପରିବାର

1 min
437

ସମୟ ଚକ୍ରରେ ସମାଜରେ ଆଜି

ଯୌଥ ପରିବାର ହଜେ

ଯେଉଁ ପରିବାର ମୁଖିଆ ବୋଲନ୍ତି

ଘରର ମାଲିକ ଜେଜେ


ହସ ଖୁସି ମଜା ନିଆରା ଲାଗଇ

ସୁନ୍ଦର ଯାର ସମ୍ପର୍କ

ଏକତ୍ରିତ ହୋଇ ସଭିଁଏ ରୁହନ୍ତି

ନଥାଏ ତର୍କ ବିତର୍କ


ଜେଜେ ବଡବାପା ଦାଦା ବାପା ମିଶି

ରହିଥାନ୍ତି ଯେଉଁ ବାସେ

ମାଆ ଓ ଜେଜେମା ଖୁଡ଼ିକୁ ବଡ ମା

ପରିବାର ଯହିଁ ହସେ


ଭାଇ ଭଉଣୀ ଙ୍କ ହସ ଖୁସି ମଜା

ସତେ ଯେପରି ଝରଇ

ଯୌଥ ପରିବାର ସମ୍ପର୍କର ସେତୁ

ଝରଣା ରହିଛି ଯହିଁ


ଏକାଠି ରହିବା ଯୌଥ ପରିବାର

ସମ୍ପର୍କ ଥିଲାଟି ଯାର ନାଆଁ

ସତେକି ମନ୍ଦିର ଠାକୁର ସମାନ

ଲାଗୁଥିଲା ଦିନେ ସେ ଗାଆଁ


ଆଜିର ସମାଜ ପାଠ ପଢି ପିଲେ

ବିଦେଶେ ରହିଲେ ଯାଇ

ସ୍ତ୍ରୀ ପୁତ୍ର କନ୍ୟା ନିଜ ସ୍ୱାର୍ଥ ଲାଗି

ପରିବାରକୁ ହଜେଇ


ଧନ କୋଠା ବାଡି ସର୍ବସ୍ବ ହୋଇଛି

ନିଜ ସ୍ୱାର୍ଥ କଲେ ଇଚ୍ଛା

ଯୌଥ ପରିବାର ସମ୍ପର୍କର ସେତୁ

ମଣିଲେଣି ସବୁ ତୁଛା


ଯୌଥ ପରିବାର କାହାକୁ କୁହନ୍ତି

ପିଲା ପଚାରନ୍ତି ଆଜି

କି ଉତ୍ତର ଦେବେ ଛୋଟ ପିଲାଟିକୁ

ବାପା ମା ଚାଲନ୍ତି ଖୋଜି ଆଜି

ଯୌଥ ପରିବାର ଗଲା ହଜି

ଯୌଥ ପରିବାର ଗଲା ହଜି ll



Rate this content
Log in

Similar oriya poem from Inspirational