STORYMIRROR

Bharatabandhu Biswal

Romance Others

4  

Bharatabandhu Biswal

Romance Others

ଯୌବନେ ମର୍କଟୀ ରମ୍ଭା

ଯୌବନେ ମର୍କଟୀ ରମ୍ଭା

1 min
60


ଯଉଘର ପରି ଅଟେ ଯଉବନ

ଜଳେ ହୃଦମନେ ମଧୁର ନିଆଁ,

ଭଙ୍ଗକରେ ତପ ଯୋଗୀ ଋଷିମୁନୀ

ଯୌବନେ ମର୍କଟୀ ରୂପସୀ ରମ୍ଭା ।

ଯଉବନେ କାମ ପ୍ରେମ ପ୍ରବଣତା

ମାନେ ନାହିଁ କିଛି ବାଧା ବନ୍ଧନ, 

ଫୁଲରୁ ଫୁଲକୁ ଉଡି ବୁଲିବାକୁ

ଚାହେଁ ପ୍ରଜାପତି ଅବୁଝା ମନ ।

ଗାଏ ଗୁଣୁ ଗୁଣୁ ମନଫୁଲା ଗୀତ

ମଧୁଲୋଭୀ ମନ ମତ୍ତ ଭ୍ରମର ,

ଶୟନେ ସ୍ବପନେ ଅବା ଜାଗରଣେ

ଉଦବେଳଇ ପ୍ରେମ ପ୍ରାଣ ବିଭୋର ।

ଜୀବନ ବସନ୍ତ ଯୌବନ ଆଗମେ

ଉଚ୍ଚାଟେ ପଞ୍ଚମେ ମୂରଲୀ ସ୍ବନ ,

ରୋମାଞ୍ଚେ କଦମ୍ବ ପ୍ରୀତି ଅଭିସାରେ

ପୁକାରେ ଯମୁନା କୁଞ୍ଜ କାନନ ।

ଚାହେଁ ଉଡିବାକୁ ନୀଳ ଆକାଶରେ

ସ୍ବଚ୍ଛନ୍ଦେ ଯୌବନ ମନ ବିହଙ୍ଗ, 

ଆଙ୍କି ମନତୂଳୀ ସବୁଜ ସୁନ୍ଦର 

ତୋଳେ ଇନ୍ଦ୍ରଚାପ ସପତ ରଙ୍ଗ ।।

      


Rate this content
Log in

Similar oriya poem from Romance