ଯାଯାବର
ଯାଯାବର
ନାହିଁ ଯା'ର ଜନ୍ମ ମାଟିର ମୁଠିଏ ସ୍ଥାବର ,
ହଜାଇବାର ତିଳେ ବି ନ ରଖେ ଡର ,
ଘୁରିବୁଲେ ପ୍ରାନ୍ତର କେତେ, ଧରି ସିମିତ ଅସ୍ଥାବର ।
ତେବେବି ନ କରେ ଜୀଇଁବାର ଇଛାକୁ ଉଣା ,
ଦିଶାହୀନ ଜୀବନଯାତ୍ରାରେ ହୁଏନା ବାଟବଣା ,
ଜାଣେନା କେଉଁଠି ତା'ଘର ଠିକଣା ।
ସହରୁ ସହର କରି ଚାରଣ ଅନ୍ୱେଷଣ,
ବଞ୍ଚୁଥାଏ କରି ନିଦ୍ରାହୀନ ରାତ୍ରିକୁ ବରଣ ,
ଘାଣ୍ଟେନା ସମାଜ ନିୟମ ବନ୍ଧନକୁ ଅକାରଣ ।
ଏକାକୀ ଦୁନିଆରେ ପାଏନା କା ସଙ୍ଗ ,
ସଂଘର୍ଷ ବ୍ୟଥାରେ ବୋହେ ସାମାଜିକ ବ୍ୟଙ୍ଗ ,
ଅସ୍ୱୀକୃତ ଗୋଷ୍ଠୀ ତଥାପି ଏ ମାଟିର ବିଶେଷ ଅଙ୍ଗ।
ଗ୍ରାମକୁ ପ୍ରଦେଶ ଜୀବିକା ଜୀବନେ ଭିନ୍ନତା ,
ଦେଶଜାତି ସମାଜେ ପରିଚୟ ନିମ୍ନତା ,
ବୁଲିବୁଲି ରାଜ୍ୟବ୍ୟାପି ଭୂମୀହୀନ ମାନ୍ୟତା।
ରାଜନୀତି, କୁଟନୀତି,ସଂସ୍କାର ମାନେ ଅଜଣା ,
ଧୋଇ ,ମରୁଡ଼ି ମହଙ୍ଗା ଶସ୍ତାରେ ନୁହେଁ ସେ ବଣା,
ଘଟଣା, ଦୁର୍ଘଟଣା ଦୁନିଆର ଚର୍ଚ୍ଚା ଅଲଣା।
ଲଭି ମନୁଷ୍ୟ ଜନ୍ମ ଦୃଶ୍ୟ ପଶୁତୁଲ୍ୟ ଅଜ୍ଞତା ,
ଭବିଷ୍ୟ ପିଢି ଜୀବନ ପାଇଁ ନଥାଏ ଚିନ୍ତା ,
ଦୁନିଆଁ ଅନ୍ଧକାରେ ଚିରାଚରିତ ସତ୍ୟତା ।
ନା ପାଏ ଜନମ ମାଟିର ଲିଖିତ ନାଗରିକତା,
ନା ହୁଏ କେବେ ଲବ୍ଧ ରାଷ୍ଟ୍ରର ଭୋଟଦାତା ,
ଜନ୍ମ ଜନ୍ମ ଜୀବନଯାତ୍ରା ରଙ୍ଗ ଅନିଶ୍ଚିତତା।
କେ ଦେବ କେବେ ତା ଜୀବନେ ସ୍ଥାୟୀ ନିର୍ବିଘ୍ନତା ?
ଭୁଲିବ କେବେ ସେ ବାରବୁଲାର ଅବ୍ୟକ୍ତତା ?
ସତେ କି ମିଳିବ ତାକୁ ଦେଶ ମାତୃକା ନାଗରିକତା ?
ପାଇ କି ପାରିବ ସାମାଜିକ ମୂଖ୍ୟ ଧାରାର ସୁସ୍ଥତା ?