STORYMIRROR

Debjani Sathua

Abstract Tragedy Action

4  

Debjani Sathua

Abstract Tragedy Action

ଯାଯାବର

ଯାଯାବର

1 min
401

ନାହିଁ ଯା'ର ଜନ୍ମ ମାଟିର ମୁଠିଏ ସ୍ଥାବର ,

ହଜାଇବାର ତିଳେ ବି ନ ରଖେ ଡର ,

ଘୁରିବୁଲେ ପ୍ରାନ୍ତର କେତେ ଧରି ସିମିତ ଅସ୍ଥାବର ।


ତେବେବି ନ କରେ ଜୀଇଁବାର ଇଛାକୁ ଉଣା

ଦିଶାହୀନ ଜୀବନଯାତ୍ରାରେ ହୁଏନା ବାଟବଣା

ଜାଣେନା କେଉଁଠି ତା'ଘର ଠିକଣା  ।


ସହରୁ ସହର କରି ଚାରଣ ଅନ୍ୱେଷଣ, 

ବଞ୍ଚୁଥାଏ କରି ନିଦ୍ରାହୀନ ରାତ୍ରିକୁ ବରଣ

ଘାଣ୍ଟେନା ସମାଜ ନିୟମ ବନ୍ଧନକୁ ଅକାରଣ ।


ଏକାକୀ ଦୁନିଆରେ ପାଏନା କା ସଙ୍ଗ

ସଂଘର୍ଷ ବ୍ୟଥାରେ ବୋହେ ସାମାଜିକ ବ୍ୟଙ୍ଗ

ଅସ୍ୱୀକୃତ ଗୋଷ୍ଠୀ ତଥାପି ଏ ମାଟିର ବିଶେଷ ଅଙ୍ଗ।


ଗ୍ରାମକୁ ପ୍ରଦେଶ ଜୀବିକା ଜୀବନେ ଭିନ୍ନତା ,

ଦେଶଜାତି ସମାଜେ ପରିଚୟ ନିମ୍ନତା 

ବୁଲିବୁଲି ଦେଶବ୍ଯାପୀ ଭୂମୀହୀନ ମାନ୍ୟତା। 


ରାଜନୀତି, କୁଟନୀତି,ସଂସ୍କାର ମାନେ ଅଜଣା 

ଧୋଇ ,ମରୁଡ଼ି ମହଙ୍ଗା ଶସ୍ତାରେ ନୁହେଁ ସେ ବଣା,  

ଘଟଣା, ଦୁର୍ଘଟଣା ଦୁନିଆର ଚର୍ଚ୍ଚା ଅଲଣା।


ଲଭି ମନୁଷ୍ୟ ଜନ୍ମ ଦୃଶ୍ୟ ପଶୁତୁଲ୍ୟ ଅଜ୍ଞତା

ଭବିଷ୍ୟ ପିଢି ଜୀବନ ପାଇଁ ନଥାଏ ଚିନ୍ତା ,

ଦୁନିଆଁ ଅନ୍ଧକାରେ ଚିରାଚରିତ ସତ୍ୟତା  ।


ନା ପାଏ ଜନମ ମାଟିର ଲିଖିତ ନାଗରିକତା

ନା ହୁଏ କେବେ ଲବ୍ଧ ରାଷ୍ଟ୍ରର ଭୋଟଦାତା 

ଜନ୍ମ ଜନ୍ମ ଜୀବନଯାତ୍ରା ରଙ୍ଗ ଅନିଶ୍ଚିତତା। 


କେ ଦେବ କେବେ ତା ଜୀବନେ ସ୍ଥାୟୀ ନିର୍ବିଘ୍ନତା

ଭୁଲିବ କେବେ ସେ ବାରବୁଲାର ଅବ୍ୟକ୍ତତା 

ସତେ କି ମିଳିବ ତାକୁ ଦେଶ ମାତୃକା ନାଗରିକତା 

ପାଇ କି ପାରିବ ସାମାଜିକ ମୂଖ୍ୟ ଧାରାର ସୁସ୍ଥତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract