STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଯାତନା କବରୀ

ଯାତନା କବରୀ

1 min
312

କବିତା -ଯାତନା କବରୀ
ରଚନା - ପଞ୍ଚାନନ ଜେନା
ତାରିଖ - ୧୭-୦୩-୨୦୨୫

 ମୋତେ ଲାଗେ 
ସ୍ତ୍ରୀ ମାନେ ନୂଆ ଛବିବହି
ଦେଖୁ ଦେଖୁ 
ହାତ ମାରିବାକୁ ଛୁଇଁବାକୁ
ପୃଷ୍ଠା ପରେ ପୃଷ୍ଠା ଉଲଟେଇବାକୁ 
ପ୍ରବଳ ଇଚ୍ଛା ଆସିଯାଏ ରହି ରହି
ଅବଦମିତ ଉତ୍କଣ୍ଠା ଜାଗେ ନୟନସୁଖ ପାଇଁ

ମୋତେ ଲାଗେ
ସ୍ତ୍ରୀ ମାନେ ଶସ୍ତା ଉପନ୍ୟାସ 
 କେତେ ଉତ୍ସୁକତାରେ ଦେଖନ୍ତି ଆବରଣ
ଅନ୍ୟ କେତେ ଅଣ୍ଡାଳି ଅର୍ଦ୍ଧାଳି ପକାନ୍ତି 
କୋଣ ଅନୁକୋଣ
ରଙ୍ଗୀରସରେ ପୂର୍ଣ୍ଣ ସଂପୂର୍ଣ୍ଣ ଚିତ୍ରକଳ୍ପ ଭାବି
ମୁରୁକି ହସନ୍ତି ଯେହ୍ନେ ପାଇଲେ ଜିବନ୍ୟାସ

ମୋତେ ଲାଗେ 
ସ୍ତ୍ରୀ ମାନେ ପୁସ୍ତକାଳୟ ପୁସ୍ତକ
କେବଳ ଆଲମାରୀରେ ସଜେଇ ହେବାକୁ
ବିଖ୍ୟାତ ପ୍ରଖ୍ୟାତ ଲେଖକୀୟ କୃତି ପରି
ଅତିଥି ଅଭ୍ୟାଗତ ଆସିଲେ ଘରକୁ
ରଙ୍ଗୀନ ଝଲକ ପଲକ ଅପଲକ ପରି 
ପାଟଶାଢୀ ପରିହିତା ଗହଣା ଆବୃତ୍ତା
ଯବରଦସ୍ତି ମିଛି ମିଛିକା ହସିଦେଇ
ସଂଭ୍ରାନ୍ତ ପରିବାର ବୁନିୟାଦି ଆଲୋକ

ମୋତେ ଲାଗେ
ସ୍ତ୍ରୀ ମାନେ ଅଦରକାରୀ କାଗଜ
ଘରକୋଣେ ଆଶ୍ରିତ ପ୍ରାଣୀ
ମୋଡି ମକଚି ଫିଙ୍ଗା ହୁଏ ଏଣେ ତେଣେ
ଯେମିତି ନମନୀୟ ଭଗ୍ନଶିଳା ବାୟାଣୀ
ଦରକାର ପଡ଼ିଲେ ଖଣ୍ଡିଏ ଟାଣିଆଣି
ହୁଏ ହାଟ ସଉଦା ତାଲିକା
ଫୋନ ନମ୍ବର ଲେଖିବା ପାଇଁ ପିଆଦା ପରିକା
ମନ ହେଲେ ଅଳିଆ ଗଦା
ଝାଡୁ ପାହାର ଖାଇ ସାରିବା ପରେ ବିଦା

ମୋତେ ଲାଗେ
ସ୍ତ୍ରୀ ମାନେ ପୂଜାସ୍ପଦ ଗ୍ରନ୍ଥ
ଗୀତା ଭାଗବତ ପୁରାଣ ପରି
ବାଇବେଲ କୁରାନ୍ ଗୁରୁଗ୍ରନ୍ଥ ସାହିବ ସରି
ସତ୍ୟ ଶିବ ସୁନ୍ଦୁର ପୂଜାରୀ  କଲ୍ୟାଣୀ
ପୂଜା ପାଠ ବ୍ରତ ଉପବାସ ଅଧିକାରିଣୀ
ସଂସ୍କାର ପରମ୍ପରା ଶ୍ରାଦ୍ଧ ପର୍ବ ପର୍ବାଣୀ
ଆରାଧ୍ୟ ଦେବୀ ପରି ପୂଜ୍ୟ ଅଗ୍ରଗଣ୍ୟା ଗ୍ରନ୍ଥି

ମୋତେ ଲାଗେ
ସ୍ତ୍ରୀ ମାନେ ଅବୋଧ୍ଯ ଭାଷାକୋଷ
କେହି ପଢ଼ନ୍ତି ବୁଝନ୍ତି ନାହିଁ 
ମୋଟା ଅବୟେଵ ହେତୁ
କତିପୟ ଜ୍ଞାନୀ ବିଜ୍ଞାନୀ ସୁଜ୍ଞାନୀ
ସେନାନୀ ତନ୍ନ ତନ୍ନ କରି ଖୋଜନ୍ତି
ନୋହିଲେ 
ଧୂଳି ଧୂସରିତ ହୋଇ 
ଅସୂର୍ଯ୍ୟମ୍ପଶ୍ୟା ଅବଗୁଣ୍ଠନଧାରୀ 
ଆବରଣ ଠାରୁ ଶେଷ ପୃଷ୍ଠା ପର୍ଯ୍ୟନ୍ତ
କେବଳ ଦେଖନ୍ତି ପରଖନ୍ତି
ଆଉ ସେ ବିଚାରୀ ରହିଥାଏ
ଅନାଲୋଚ୍ୟ ଅନଭିବ୍ୟକ୍ତ ଅଭିଶପ୍ତ 
ମୋଟା ମୋଟା ଖଣ୍ଡ ଅମେଧ୍ୟ ଜ୍ଞାନକୋଷ

ମୋତେ ଲାଗେ
ସ୍ତ୍ରୀ ମାନେ ଅଲଣା ତରକାରୀ
ବିବାହିତ କିନ୍ତୁ କୁମାରୀ ପରି
ମହିଳା କିନ୍ତୁ ଅବହେଳା ଶିକାରୀ
କୁଳୁକୁଳୁ ନାଦିନୀ ଝରଣା କିନ୍ତୁ ପାଷାଣୀ ଅହଲ୍ୟା ପରି ନିଶ୍ଚଳ ପ୍ରତିହାରୀ
ଜନନୀ ଭଗିନୀ କାମିନୀ କାନ୍ତା କିନ୍ତୁ
ଇତିହାସ ପୃଷ୍ଠାରେ ଭୋଗ୍ୟବସ୍ତୁ ପରି
ସମାଜ ଆଖିରେ ପଣ୍ୟଦ୍ରବ୍ୟ ତାଡ଼ନ ସାମଗ୍ରୀ
ପୁସ୍ତକ କକ୍ଷରେ କେବଳ ସ୍ଥାନିତ ବର୍ଣ୍ଣିତ
କିନ୍ତୁ ଯୁଗେ ଯୁଗେ ଲାଞ୍ଛନା ଯାତନା କବରୀ |


Rate this content
Log in

Similar oriya poem from Tragedy