ଯାହା ମୁଁ ଦେଖିଲି
ଯାହା ମୁଁ ଦେଖିଲି


ବିପଦରେ ଯେବେ ଅସହାୟ ହୋଇ
ବିକଳରେ ଖୋଜେ
ତୁମ ଆଶରା ।
ମୋ' ଆରତ ଡାକ ଶୁଣି ତୁମେ ପ୍ରଭୁ
ମଉନରେ ଥାଅ
ହସି ଅସରା !
ହାତ ଯୋଡି ଯୋଡି ମୁଣ୍ଡ ପିଟି ପିଟି
ବଖାଣୁ ଥାଏ ମୋ'
ଦୁଃଖ କାହାଣୀ।
ତଥାପି ଟିକିଏ ଦରଦ ଦେଖେନି
ତୁମରି ଆଖିରେ
ଝରେନା ପାଣି ।
ମନେ ମନେ ଭାବେ ଜଗତ ଆଖିରେ
ତୁମେ ସାଜିଅଛ
ସ୍ୱୟଂ ଠାକୁର !
ତଥାପି ତୁମର ହୃଦୟଟା ଖାଲି
ନିଷ୍ଠୁର ନିଷ୍ଠୁର
ନିଦା ପଥର !
କାହିଁକି କେଜାଣି ବାଇଶି ପାହାଚେ
ସାରାଦିନ ଆଜି
ବସି ରହିଲି ।
ଯେତେ ଯାହା ହେଉ ତୁମରି ଶ
୍ରୀ ମୁଖ
ଅପଲକେ ଟିକେ
ଦେଖିବି ବୋଲି ।
ଯାହା ମୁଁ ଦେଖିଲି ଭାବି ମୁଁ ନଥିଲି
ପରତେ ନ ଗଲା
ମୋ' ଦୁଇଆଖି ।
ଏତେ ନିଃସହାୟ, ଏତେ ଅସହାୟ
ନିଜେ ତୁମେ ପ୍ରଭୁ,
ନୟନ ସାକ୍ଷୀ !
ସହସ୍ର ସନ୍ତାନ ତୁମରି ଆଗରେ
ଭୋକ ଉପାସରେ
ସଂଗ୍ରାମ ରତ ।
ଜଗତ ପାଳନ ତୁମରି ଧରମ
ଜାଣି ଶୁଣି ତୁମେ
ନୀରବ ସତ !
ନିଜ ଆଖି ଲୁହ ଗଡେଇବା ପାଇଁ
ଶ୍ରୀପାହାଚେ ତୁମ
ଆଶରା ନାହିଁ !
ମୋ' ଆଖି ଲୁହକୁ ଧୋଇବାର ପାଇଁ
କିପାଇଁ ଭାବିବି
କଳା ଗୋସାଇଁ !