Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଉତ୍ତର ପାଇ ନଥିବା ପ୍ରଶ୍ନ

ଉତ୍ତର ପାଇ ନଥିବା ପ୍ରଶ୍ନ

1 min
287



ଖୋଜି ମୁଁ ଚାଲିଛି ଅନ୍ତରେ ବାହାରେ

ଚିନ୍ତେ ଅନୁକ୍ଷଣ ବସି ଏକାନ୍ତେ, 

ଦେଖଇ ନିରେଖି ଦୂରେ ଚଉପାଶେ

ପରିଧି ପ୍ରଶ୍ନିଳ ବ୍ୟାପ୍ତି ଦିଗନ୍ତେ ।

ପଚାରି ଚାଲିଛି ପ୍ରଶ୍ନ ମୁଁ ନିଜକୁ

ଖୋଜି ପାଉନାହିଁ ଉତ୍ତର ତାର ,

ଦର୍ଶନ ସାହିତ୍ଯ ବିଜ୍ଞାନ ଜ୍ଞାନରେ

ଖେଳେ ଲୁଚକାଳି ସତ୍ଯ ସୁନ୍ଦର ।

ବାଦ ବିସମ୍ବାଦ ବିରୁଦ୍ଧ ଆଭାସେ

କାହିଁକି ଈଶ୍ୱର ଧର୍ମ ଅସ୍ପଷ୍ଟ ,

ଅଜ୍ଞାନ ଅନ୍ଧାର ମୋହମାୟା ଗ୍ରାସେ

କାହିଁକି ଜୀବନ ରହସ୍ୟାବୃତ୍ତ ।

ପ୍ରବାହ ସ୍ୱଚ୍ଛନ୍ଦେ ବାଧା ପ୍ରତିବନ୍ଧ 

ଶୁଷ୍କ ନିର୍ଝରିଣୀ କୁଳୁ ନିନାଦ, 

କାହିଁକି ମମତା ସ୍ନେହ ପ୍ରେମପ୍ରୀତି

ସୁବିଶ୍ବାସ ଭକ୍ତି ଯୋଗେ ବିଷାଦ ।

ପ୍ରଶ୍ନମୟ ଶୂନ୍ଯ ଅସାର ସଂସାରେ

ହୁଅ ମୂର୍ତ୍ତିମନ୍ତ ଜଗତ ନାଥ ,

ହର ଦୁଃଖ କଷ୍ଟ ସନ୍ତାପ ସଙ୍କଟ

ଦେଖାଅ ଆଲୋକ ମୁକତି ପଥ ।

     



Rate this content
Log in

Similar oriya poem from Classics