Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Tragedy

3  

DILIP KUMAR SAHOO

Tragedy

ଉଠା ଦୋକାନୀର ଦୁଖଃ

ଉଠା ଦୋକାନୀର ଦୁଖଃ

1 min
270



        ଜମି ଆସୁଥିଲା ଦଶହରା ବଜାର

        ଜମି ଆସୁଥିଲା ଭିଡ

        ସବୁ ହସଖୁସି ଉଜାଡି ଦେଲାରେ

        ଫାଇଲିନ୍ ବର୍ଷା ଝଡ

        ମେଳା ବସିଥିଲା ମଣ୍ଡପ ପାଖରେ

        ଜମୁଥିଲା କିଣାବିକା

      ପବନ ବର୍ଷା ରେ ରଙ୍ଗ ଧୋଇଗଲା

        ସବୁ ହୋଇଗଲା ଫିକା  

        ମୀନା ବଜାରର ଶିରି ତୁଟିଗଲା

        ଦୋଳି ସବୁଗଲା ଛିଡି

        ଉଠା ଦୋକାନୀଙ୍କ ବେପାର ବୁଡିଲା

        ଦୋକାନ ଗଲାରେ ଉଡି

         ଚାଟ୍ ଗୁପୁଚୁପୁ ଡାଲା ଉଡିଗଲା

          ଦହିବରା ହେଲା ଖଟା

         ଫାଷ୍ଟଫୁଡ୍ ବାଲା କଲବଲ ହେଲେ

          ବାସି ହେଲା ପୂଜା ମିଠା

        ବୁଢା ଦୋକାନୀଟା କାନ୍ଦୁଥିଲା ବସି

        ଆଖିରେ ଆଖିଏ ଲୁହ

        ଭାତହାଣ୍ଡିକୁତା ଭାଙ୍ଗିଦେଲା ଝଡ

        ଅସମ୍ଭାଳ ତାର କୋହ

        ବରଷଟା ସାରା ଏ ଯାତ୍ରା ସେ ଯାତ୍ରା

        ରାଇଜ ରାଇଜ ବୁଲି

       କରେସେ ବେପାର ଚଳେ ତା ସ°ସାର

       ଝଡ କଲା କିଲିବିଲି

  

     ଦୁଃଖ ବୁଝିବାକୁ ତା ମନ ଦରଜ

     ମାଆଙ୍କୁ ଜଣାଏ ଆସି

      ଜଗତ ଜନନୀ ନିଜେ ଅସହାୟ

      ଭଙ୍ଗା ମଣ୍ଡପରେ ବସି ।


Rate this content
Log in

Similar oriya poem from Tragedy