STORYMIRROR

Antaryami Sahu

Inspirational

3  

Antaryami Sahu

Inspirational

ଉଠ ଉଠ ଧନମୋର

ଉଠ ଉଠ ଧନମୋର

1 min
190


ଉଠ ଉଠ ଧନ ମୋର ବାବୁ ନୀଳମଣି,

କେତେ ନିଦ୍ରା ଯାଉ ବାପ ଗୌର ଗୁଣମଣି ।।

ନିଶି ଶେଷ ହେଲା ଶୁକ ଶାରୀ ରାବିଲେଣି,

କେତେ ସୁଖେ ନିଦ୍ରା ଯାଉ ଆରେ ଧନମଣି ।।

କର୍ଣ୍ଣେ ପଡ଼େ କିନା କାକ କୋକିଳର ଡାକ,

ଉଠ ଉଠ ବାପ ଧନ ମୋ କଳା ମାଣିକ । ।

ସାଙ୍ଗସାଥି ତୋର ସବୁ ଡାକୁଛନ୍ତି ଦେଖ,

ଉଠ ଉଠ ବାପ ମୋର ରେ କଳା ଶ୍ରୀମୁଖ ।।

ସନ୍ଥ ଜନେ କହିଛନ୍ତି ପ୍ରାତଃ ଶଯ୍ୟାତ୍ୟାଗ,

ସ୍ନାନ ଶୌଚ କଲେ ବାବୁ ହୋଇବ ନିରୋଗ । ।

ଅଳସପଣକୁ ବାବୁ ଶୀଘ୍ର ପରିହର,

ଆଳସ୍ୟପଣ ଲୋକଙ୍କୁ କରେ ଦୁରାଚାର । ।

ମନା ମାନ ଶ୍ୟାମଘନରେ ମନମୋହନ,

ସଅଳ ଉଠିଲେ ଯିବୁ ଗୋଗୋଷ୍ଠକୁ ଜାଣ । । 

ଖାଇବାକୁ ଦେବି ବାବୁ ନାନାଦି ବ୍ୟଞ୍ଜନ,

ମନ ଇଚ୍ଛା ଖାଇବୁରେ ହେ ମଧୁସୂଦନ ।।

ସର ଲବଣୀ ଗୋଟିକା ଆବର ଚକୁଳି,

ରଖିଅଛି ତୋରି ପାଇଁ ଆରେ ବନମାଳୀ । ।

ଶୁଣି ମାତାଙ୍କର ଅଳି ପ୍ରଭୁ ଗିରିଧାରୀ ,

ଶଯ୍ୟାତ୍ୟାଗ କଲେ ପ୍ରଭୂ ଭୁବନ ବିହାରୀ । ।

ଶଯ୍ୟାତ୍ୟାଗ କରି ପ୍ରଭୂ ଗଲେ ସାଙ୍ଗ ମେଳେ,

ଅଧମକୁ ନ ଚାହିଁଣ ପ୍ରଭୂ ଚଳିଗଲେ । ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational