STORYMIRROR

Aishwarya Mishra

Inspirational Children

4  

Aishwarya Mishra

Inspirational Children

ଉଠ ଓଡ଼ିଆ

ଉଠ ଓଡ଼ିଆ

1 min
298

ଉତ୍କଳ ଜନନୀ ଅଟେ ସ୍ବାଭିମାନୀ

ସୂର-ବୀର ପ୍ରସବିନୀ

କାନନ-କୁନ୍ତଳା ତଟିନୀ ମେଖଳା

ରଣାଙ୍ଗନେ ଯଶସ୍ଵିନୀ ,


କୋଟି ପୁଣ୍ୟ ବଳେ ଲଭିଛୁ ଜନମ 

ଏପରି ଜନନୀ କୋଳେ

ବୀର ପାଇକର ଗରବ ଅର୍ଜିଛୁ 

ଜନମି ଓଡ଼ିଆ କୁଳେ ,


ଗଙ୍ଗା ଠାରୁ ଗୋଦାବରୀ ପରିଯନ୍ତେ

ବ୍ୟାପ୍ତ ଥିଲା ଯେଉଁ ରାଜ୍ୟ

କାଳର କରାଳ ପ୍ରଭାବ ବଳରେ

ଭୂଲୁଣ୍ଠିତ ସେ ତ ଆଜ ,


ଓଡ଼ିଶାରେ ରହି ଓଡ଼ିଆ ନ କହି

ଗରବେ କାଟୁଛେ ଦିନ

ବିଦେଶୀ ଭାଷାକୁ ଆପଣାର କରି

ନିଜକୁ ମଣୁଛେ ଧନ୍ୟ,


ମାତୃଭୂମି ମାତୃଭାଷାକୁ ଭୂଲିଲେ 

ହୋଇ କି ପାରିବା ଜ୍ଞାନୀ

ପୂର୍ବ ଐତିହକୁ ମନେ ସୁମରିଣ

କାନ୍ଦେ ଉତ୍କଳ ଜନନୀ ,


ପ୍ରତିଟି ଓଡ଼ିଆ ସ୍ଵାର୍ଥ ତ୍ୟାଗ କରି

ମିଶାଇ ହାତରେ ହାତ

ଜାତି ହିତ କଳ୍ପେ ଜୀବନ ସମର୍ପି

ବଢାଅ ଆଗକୁ ପାଦ,


ଝଡ଼ ଜଞ୍ଜା ଯେତେ ଯିବ ଅପସରି

ମାଆର ସେନେହ ବଳେ

ତାହାର ପଣତ ଶ୍ରୀମନ୍ଦିର ନେତ 

ବିଦପ ଆପଦ କାଳେ ,


ମାଆ ପାଇଁ ଯେବେ ଲଢିବେ ସନ୍ତାନେ

ଝରିବ ଆଶିଷ ଧାରା

ସ୍ନେହମୟୀ ମାଟି ମାଆର ଚେହେରା

ଦିଶିବ ଗରବେ ତୋରା , ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational